Tuesday, March 7, 2017

●●●●●ସାଲାର୍ ଦେ ୟୁଆନୀ●●●●●

ଆକାଶ ପୃଥିବୀର ଯେଉଁଠି ହୋଇଥାଏ ମିଳନ
ଇଛା ମୋର ଦେଖନ୍ତି ବା ସେ ଅଦଭୁତ ଭୁବନ.
ବିରହ ଜ୍ବାଳାରେ ଜଳି ଜଳି ଟୁନୁକା ସେ ସତି......
ତା ଦୁଗ୍ଧ ,ଲୋତକ ମିଶିଣ ହୋଇଥିଲା
ସୃଷ୍ଟି
ଅଦଭୁତ ଏ ହ୍ରଦ ନାହିଁ ଜଳ ଠୋପେ ଏଠି
କ୍ଷାର ବାରି ଅଛି ନିମ୍ନେ
  ଉର୍ଦ୍ଧେ ଲବଣ ପରସ୍ତ ବେଢିଛି
ସାଲାର୍ ଦେ ୟୁଆନୀ ନାମେ ପୃଥିବୀ ପ୍ରସିଦ୍ଧ
ଲବଣ ସମତଳ ମଧ୍ଯେ ସେ ଯେ ସରବ ବୃହତ୍ତ

●●●●●●●●●●●●

ସାଲାର୍ ଦେ ୟୁଆନୀ
(ସ୍ପେନୀଶ୍: Salar de Uyuni),
ଏହାକୁ
ସାଲାର ଦେ ତୁନୁପା( Salar de Tunupa) ମଧ୍ଯ କୁହାଯାଏ ।

ଏହା ପୃଥିବୀର ସର୍ବ ବୃହତ ଲବଣ ସମତଳଭୂମି ।
୧୦,୫୮୨ ବର୍ଗ କିଲୋମିଟର ର
କ୍ଷେତ୍ରଫଳ(ଭାରତର ତ୍ରିପୁରା ରାଜ୍ଯର ଆୟତନ ସହ ସମାନ) ବିଶିଷ୍ଟ ଏହି ଲବଣ ସମତଳ ଭୂମି
ଦକ୍ଷିଣ ଆମେରିକା ମହାଦେଶ ଅନ୍ତର୍ଗତ ବାଲିଭିଆ ଦେଶର
ପୋତୋସି/potosi ଏବଂ ଓରୁରୋ/Oruro ବିଭାଗ(ରାଜ୍ଯ) ମଧ୍ଯରେ ଅଛି ।
ଏହା ସମୃଦ୍ର ପତ୍ତନ ଠାରୁ ପ୍ରାୟଃ ୩୬୫୬ ମୀଟର ଅର୍ଥାତ୍ ୧୧,୯୯୫ ଫୁଟ ଉଚ୍ଚତାରେ
ଆଣ୍ଡିଜ୍ ପର୍ବତମାଳାରେ ପୂର୍ବ ପାର୍ଶ୍ବରେ ଅବସ୍ଥିତ ।
ସାଲାର ଦେ ୟୁଆନୀ
କେତେକ ପ୍ରାଗୈତିହାସିକ ହୃଦ ମଧ୍ଯରେ ଥିବା ଜଳରେ
ପ୍ରାକୃତିକ ପରିବର୍ତ୍ତନ ଘଟି ସୃଷ୍ଟି ହୋଇଅଛି ।
ବର୍ତ୍ତମାନକାଳରେ
ଏଠାରେ ବହୁ ମିଟର ମୋଟା ଲବଣର
ସ୍ଥର ଯମା ହୋଇଯାଇଛି
ଏବଂ ଏହି ଲବଣ ପରସ୍ତ ତଳେ
ଅତ୍ଯନ୍ତ କ୍ଷାର ଜଳର ସରୋବର ଅଛି ।

ଲବଣ ପରସ୍ତ ତଳେ
ଥିବା କ୍ଷାର ଜଳର ସରୋବର ମଧ୍ଯରେ
ଲିଥିୟମ୍ ର ଘନତ୍ବ ଅଧିକ
ଏବଂ ଅନୁମାନ କରାଯାଏ ଯେ ପୃଥିବୀର ମୋଟ୍ 30% ରୁ 70% ଲିଥିୟମ୍ ଏହିଠାରେ ହିଁ ମହଜୁଦ୍ ଅଛି ।

ଅନ୍ଯ ଏକ ଅନୁମାନ ଅନୁଯାୟୀ
ସାଲାର ଦେ ଉୟୁନୀରେ ପ୍ରାୟଃ 10 ଅର୍ବ ଟନ୍ ଲବଣ ମହଜୁଦ ଅଛି ।

ଫ୍ରେଁଚ୍ ରେ ସାଲାର ଅର୍ଥ ହେଉଛି
ଲବଣ ସମତଳଭୂମି
Uyuni ଶବ୍ଦଟି Aymara ଭାଷାରୁ ଆସିଅଛି ଯା'ର ଅର୍ଥ a pen (enclosure) ବାଡ ପରିବେଷ୍ଟିତ ଚତୁଃ କୋଣିଅ ଭୂଭାଗ => ବାଡୀ;

Uyuni ନାମରେ ଏଠାରେ ଏକ ସହର ମଧ୍ଯ ଅଛି ଯାହାକି ଏହି ପର୍ଯ୍ୟଟନସ୍ଥଳୀର ପ୍ରବେଶଦ୍ବାର ସଦୃଶ ....

ସ୍ଥାନୀୟ
Aymara ଭାଷୀ ଲୋକଙ୍କ ମଧ୍ଯରେ
ଏହି ଲବଣ ସମତଳଭୂମି ସୃଷ୍ଟିକୁ ନେଇ ଏକ କିମ୍ବଦନ୍ତୀ ପ୍ରଚଳିତ !
ଏହି ଲବଣ ସମତଳ ଭୂମି କୁ ଲାଗି ତିନୋଟି ପର୍ବତ ତିନି ପାର୍ଶ୍ବରେ ଅଛି Tunupa, Kusku, ଏବଂ Kusina
ସେହି ତିନି ପର୍ବତ ଆଗେ ବହୁତ ବିଶାଳ ମାନବ ଥିଲେ ।
Tunupa, Kusku କୁ ବିବାହ କଲା,
କିନ୍ତୁ କୁସୁକୁ ,ଟୁନୁପା କୁ ଧୋକା ଦେଇ
କୁସୀନା ସହ ଘର ଛାଡି ଚାଲିଗଲା ।
ବିରହିଣୀ ଟୁନୁପା ପତି ବିରହ ଜ୍ବାଳା ସହି ନ ପାରି ରାତି ଯାକ କାନ୍ଦିଲା ଏଣେ କନ୍ଦ୍ରନ ସହ
ନିଜ ଶିଶୁପୁତ୍ରକୁ ସ୍ତନପାନ ମଧ୍ଯ କରାଉଥାଏ । ଆଇମାରା ଲୋକଙ୍କ ବିଶ୍ବାସ ଯେ ଟୁନୁପାର ଆଖି ଲୁହ
ଦୁଗ୍ଧ ସହ ମିଶି ଏହି ଲବଣ ସମତଳ ଭୂମି ସୃଷ୍ଟି ହୋଇଅଛି ।
ଏଠିକା ସ୍ଥାନୀୟ ଅଧିବାସୀ ଟୁନୁକାଙ୍କୁ ଏକ ଦେବୀ ମାନନ୍ତି ତେଣୁ ସେମାନେ
ସାଲାର ଦେ ୟୁଆନୀ କହିବା ବଦଳରେ
ସାଲାର ଦେ ଟୁନୁକା କହିବା ଅଧିକ ପସନ୍ଦ କରନ୍ତି ।
ବୋଧହୁଏ ଅତୀତରେ ଏହି ଲବଣ ସମତଳ ଭୂମିର ଚର୍ତୁପାର୍ଶ୍ବରେ ଥିବା ପର୍ବତ ମାନଙ୍କରୁ କ୍ଷାରିୟ ରାସୟନିକ ଦ୍ରବ୍ଯ କ୍ଷରଣ ହୋଇ
ଆସି ହ୍ରଦରେ ମିଶି ଏଭଳି ଏକ ଅପୂର୍ବ ଲବଣାକ୍ତ ସମତଳଭୂମି ଗଠିତ ହୋଇଥିଲା । ଆଇମରା ଭାଷରେ ପ୍ରଚଳିତ କିମ୍ବଦନ୍ତୀ ମଧ୍ଯ ସେଇ ଆଡକୁ ଆଙ୍ଗୁଳୀ ନିର୍ଦ୍ଦେଷ କରୁଅଛି.....

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...