Wednesday, March 15, 2017

ଇଲିଆଡ଼-ପ୍ଯାରିସ୍ ଜନ୍ମ

ଫ୍ରିଜିଆଦେଶ(ତୁର୍କୀ)ର (troy) ଟ୍ରୟ ନଗରରାଜ୍ଯରେ ରାଜା (priam) ପ୍ରୀଅମ୍
ରାଜତ୍ବ କରୁଥାନ୍ତି ।
ତାଙ୍କ ପତ୍ନୀ ଗର୍ଭବତୀ ହେଲାରୁ
ଏକ ଭୟନାକ ସ୍ବପ୍ନ ଦେଖିଲେ ।
ସେ ଦେଖିଲେ ଯେ ତାଙ୍କ ଗର୍ଭରୁ
ଅଗ୍ନୀ ଉତ୍ପନ୍ନ ହୋଇ ତହିଁ ରେ ସମସ୍ତ ଟ୍ରୟନଗର ଭସ୍ମିଭୁତ ହୋଇଯାଉଛି ।
ତତ୍ପର ଦିନ ସେ ନିଜ ସ୍ବପ୍ନରେ ଦେଖିଥିବା ଦୃଶ୍ଯ ରାଜାଙ୍କ ସମ୍ମୁଖରେ ପ୍ରକାଶ କରିଲେ ।
ତହା ଶୁଣି
ରାଜା ପ୍ରୀଅମ୍ ଙ୍କ ଅନ୍ଯତମ ପୁତ୍ର
(Aesacus) ଏସକ୍ଯୁସ
ଯେ କି ଜଣେ ଭବିଷ୍ଯବକ୍ତା ଥିଲେ
ପିତାଙ୍କୁ ଅଶୁଭ ଲକ୍ଷଣ ବିଷୟରେ ଭବିଷ୍ଯବାଣୀ କହି ଶୁଣାଇଲେ ।
ଏସକ୍ଯୁସ ସେହି ପୁତ୍ର କୁ ଗର୍ଭପାତ ଦ୍ବାରା ମାରିଦେବାକୁ ଉପଦେଶ ଦେଲେ ।
କିନ୍ତୁ ରାଜା ପ୍ରିଅମ ଏଭଳି କରିବା ପାପ ମଣି ସନ୍ତାନ ଜନ୍ମ ପରେ ତା'ର ବଧ କରାଯିବ କହି
ଅଶୁଭ ବାଳକ ଜନ୍ମ ଆପେକ୍ଷାରେ ରହିଲେ ।
ନିଶ୍ଚିତ ଦିନରେ ସକାଳୁଆ ପ୍ରୀଅମ୍ ଙ୍କ ପତ୍ନୀ hecuba ହେକୁବା ଏକ ସୁନ୍ଦର ଶିଶୁପୁତ୍ର କୁ ଜନ୍ମ ଦେଲେ କିନ୍ତୁ
ଜନ୍ମ ହେବା କ୍ଷଣି ରାଜା ପୁତ୍ର କୁ ମାତା ଠାରୁ ଅଲଗା କରି ତାକୁ ବଧ ହେତୁ ଏକ ଗୋପାଳକକୁ ଦେଇଦେଲେ ।
ଗୋପାଳକ (Agelaus) ଏଗେଲାଉସ୍
ଶିଶୁପୁତ୍ର କୁ ନେଇ ଏଡା ପର୍ବତକୁ ଚାଲିଗଲା ।
ସେ ଏତେ ଦୂର୍ଦାନ୍ତ ହୋଇ ମଧ୍ଯ ଦୈବୀଯୋଗକୁ ଶିଶୁପୁତ୍ର ପ୍ରତି ତା'ର ଦୟା ହେଲା । କିନ୍ତୁ ରାଜ ଆଜ୍ଞା ପାଳନ ନକଲେ ପୁଣି ପ୍ରାଣନାଶର ଭୟ ତେଣୁ
ସେ ସେହି ଶିଶୁକୁ ପର୍ବତର ଏକ ଗୁମ୍ଫାରେ ଛାଡି ଚାଲି ଆସିଲା ।

ଏକ ଭଲ୍ଳୁକୀ ସେହି ଗୁମ୍ଫାରେ ରହୁଥାଏ ।
ତାହାର ଛୋଟ ଛୋଟ ଦୁଇ ଭାଳୁଛୁଆ କୁ
କିଛି ଦିନ ପୂର୍ବରୁ ବାଘଟାଏ ମାରି ଖାଇଦେଇଥାଏ ।
ସନ୍ତାନ ବିରହୀ ଭଲ୍ଲୁକୀକୁ ଏଭଳି ସମୟରେ ସେହି ଗୁମ୍ଫାରେ ଶିଶୁଟିଏ ମିଳିଲାରୁ ସେ ତାକୁ ଦୁଗ୍ଧପାନ କରାଇ ପାଳିଲା ।
କେତେ ଦିନ ଉତ୍ତାରୁ ଗୋପାଳକ କୌଣସି କାର୍ଯ୍ୟରେ ଏଡାପର୍ବତକୁ ଯାଇଥାଏ ।
ସେଠାରେ ସେ ଶିଶୁପୁତ୍ରକୁ ଭଲ୍ଲୁକୀ ସହ ଖେଳୁଥିବାର ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ରହିଗଲା ।
ସେଇ ବାଳକର ଯେ ମୃତ୍ଯୁଯୋଗ ନାହିଁ ଏକଥାରେ ଗୋପାଳକର ଆଉ ସନ୍ଦେହ ରହିଲା ନାହିଁ ।

ପୁଣି
କେତେଦିନ ଗଲାରୁ ଦିନେ ଗୋପାଳକ ଜଣକ
ଭଲ୍ଲୁକୀର ଅନୁପସ୍ଥିତିର ସୁଯୋଗରେ
ଶିଶୁପୁତ୍ର କୁ ଗୁମ୍ଫାରୁ ନେଇଯାଇ ନିଜ ଗୃହରେ ପାଳିଲା ।

ଶିଶୁପୁତ୍ର ଟି ଖୁବ ସୁନ୍ଦର ଥିଲାରୁ ତାହାର ନାମ ଗୋପାଳକ paris ପ୍ଯାରିସ୍ ରଖିଲା ।

ପ୍ୟାରିସ୍ ଦିନ କୁ ଦିନ ବଡ଼ ହେବାକୁ ଲାଗିଲା । ସେ ଧୀରେ ଧୀରେ ଗୋପାଳକ ପିତା ଭଳି ଗାଭୀ ଚରାଇବା ଆରମ୍ଭ କରିଦେଲା ।
ଗୋପାଳକର ପୁତ୍ର ହୋଇ ମଧ୍ଯ ତା'ର ରାଜୋଚ୍ଚିତ୍ଯ ଗୁଣ ବୟସ ସହ ବୃଦ୍ଧି ପାଇବାରେ ଲାଗିଥାଏ । କୈଶୋରାବସ୍ଥାରେ
ପ୍ଯାରିସ୍ କୁ ଶଣ୍ଢ ଲଢେଇ ଲଗେଇବାରେ ବଡ଼ ସୁଖ ମିଳୁଥିଲା ।
ଷଣ୍ଢ ଯୁଦ୍ଧରେ ଯେଉଁ ଯେଉଁ ଷଣ୍ଢ ବିଜୟୀ ହେଉଥିଲା ପ୍ଯାରିସ୍ ତାକୁ ସୁବର୍ଣ୍ଣରଙ୍ଗର ପତ୍ରରେ ତିଆରି ମୁକୁଟ ପିନ୍ଧଉଥିଲା
ହାରିଯାଉଥିବା ଷଣ୍ଢକୁ ମଧ୍ଯ ସେ ତୃଣରେ ତିଆରି ମୁକୁଟ ପିନ୍ଧାଉଥିଲା ।
ସ୍ବର୍ଗର ଦେବତା ମାନେ
ପ୍ଯାରିସ ର ପରାଜିତ ଜୀବ ପ୍ରତି ବିଚାର ବହୁତ ପ୍ରଭାବିତ କରିଥିଲା ।
ତେଣୁ ସେମାନଙ୍କ ମନରେ ଏଇ ଧାରଣା ଜନ୍ମ ନେଲା
ଯେ ପୃଥିବୀରେ ଏକା
ପ୍ୟାରିସ୍ ହିଁ ସବୁଠୁ ଉତ୍ତମ ନ୍ଯାୟ କରିପାରିବାରେ ସକ୍ଷମ .....
(କ୍ରମଶଃ)

=> ସନାତନ ଧର୍ମର ଦୁଇଟି ବିଶାଳ ଧର୍ମଗ୍ରନ୍ଥ ମହାଭାରତ ଏବଂ ରାମାୟଣ ରୁ ପ୍ରଭାବିତ ହୋଇ ଗ୍ରୀକ୍ ଦେଶରେ ହୋମର
ଇଲିଆଡ୍ ଏବଂ ଓଡେଶୀ କାବ୍ଯ ଦ୍ବୟ ରଚନା କରିଥିଲେ ।
ପ୍ଯାରିସର ଅଶୁଭ ଜନ୍ମ
ମହାଭାରତର ଦୂର୍ଯ୍ୟୋଧନ ଜନ୍ମ କଥାରୁ ପ୍ରଭାବିତ
ପୁଣି ଶ୍ରୀକୃଷ୍ଣଙ୍କର ଗୋପାଳକ ଗୃହେ ଲାଳନପାଳନ ହେବା ଗାଇ ଚରାଇବା
ତଥା ଅଲୌକିକ କାର୍ଯ୍ୟ ସବୁ ସମ୍ପାଦନ କଥାରୁ ମଧ୍ଯ ପ୍ଯାରିସ ର ବାଲ୍ଯକାଳ କଥା ପ୍ରଭାବିତ ହୋଇଥିବା ଅନୁମାନ କରାଯାଏ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...