Saturday, March 4, 2017

ବିଚ୍ଛିନାଞ୍ଚଳରେ ଓଡିଆଭାଷା ପ୍ରତି ଆଦର ଅନ୍ଯ ଏକ ପ୍ରମାଣ

1920 ଡିସେମ୍ବର ମାସରେ ଚକ୍ରଧରପୁର ଠାରେ ଉତ୍କଳ ସମ୍ମିଳନୀର ତ୍ରୟୋଦଶ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ କେରାର ଠାକୁର ଉଦିତ ନାରାୟଣ ସିଂହଦେଓ ଅଭ୍ୟର୍ଥନା ସମିତିର ସମ୍ପାଦକ ଥିଲେ । ଏହି ସଭାରେ ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ରଜସୁନ୍ଦର ଦାସ , ଗୋଦାବରୀଶ ମିଶ୍ର, ଜଗବନ୍ଧୁ ସିଂହ, ନିଳକଣ୍ଠ ଦାସ , ବିଶ୍ବନାଥ କର , ପ୍ରଚାରକ ଅନନ୍ତ ମିଶ୍ର ପ୍ରମୁଖଙ୍କ ସହିତ ସିଂହଭୂମିର କାଶିନାଥ ମହାପାତ୍ର , ପଣ୍ଡିତ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ ସହିତ ସିଂହଭୂମିର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଗଣ ଯୋଗ ଦେଇ ଥିଲେ । ପ୍ରଖ୍ୟାତ ଐତିହାସିକ ଜଗବନ୍ଧୁ ସିଂହ ଏହି ସମ୍ମିଳନୀରେ ସଭାପତି ହୋଇଥିଲେ ।

ଏହି ଅବସରରେ ସିଂହଭୂମିର ଘରେ ଘରେ ପିଲାମାନେ ଏହି ନିମ୍ନୋକ୍ତ  ଧାଡିଗୁଡିକୁ ଅହରହ ଗାଉଥିଲେ --

"ଓଡ଼ିଆ ଆମ୍ଭର ମାତୃଭାଷା, ଓଡ଼ିଆ ଆମ୍ଭର ପ୍ରାଣ,
ଓଡିଶା ଦେଶରେ ଜନମ ଆମର, ଓଡ଼ିଆର କରୁଁ ଟାଣ,
ଆସ ଆସ ଭାଇ ମନପ୍ରାଣ ଦେଇ,               ରଖିବା ଓଡ଼ିଆ ମାନ,
କହିବା ଓଡ଼ିଆ ପଢିବା ଓଡ଼ିଆ,
ଗାଇବା ଓଡ଼ିଆ ଗାନ"
  ଆମର ଜାତୀୟତା ଓ ସଂସ୍କୃତି  ରକ୍ଷା କରିବାକୁ ହେଲେ ମନପ୍ରାଣ ଦେଇ ପ୍ରତ୍ୟହ ମାତୃଭାଷାର କିଛି କିଛି ସେବା କରିବା ଦରକାର --
     "ମାତୃଭାଷା ମାତୃଭୂମି ଉଭୟ ଜନନୀ,
      ସେବି ତାଙ୍କୁ ନିରନ୍ତର ଦିବସ ରଜନୀ,
      ମାନବ ଜୀବନ ହେଉ ସଫଳ ଆମର,
      ଏ ଭିକ୍ଷା ଦିଅନ୍ତୁ ଆମ୍ଭେ ପ୍ରଭୁ ମହେଶ୍ବର"।

ପ୍ରବୋଧ ସାହୁ ଙ୍କ କଲମରୁ

No comments:

Post a Comment

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...