Thursday, March 16, 2017

●●●●ଭାରତରେ ଗିର୍ ମିଟିଆ ପ୍ରଥା●●●●

୧୮ଶହ ଶତାବ୍ଦୀରେ ଇଂରାଜ ମାନେ ଭାରତରେ ବଳଶାଳୀ ହୋଇ ଭାରତୀୟ ପ୍ରଜାର ଏପରି ଶୋଷଣ କଲେ ଯେ
ସେମାନେ ଖାଦ୍ଯ ଅଭାବରୁ ପୋକମାଛି ଭଳି ମରିବା ଆରମ୍ଭ କରିଦେଇଥିଲେ ।
ତାପରେ ଆରମ୍ଭ ହେଲା
ଦାସତ୍ବପ୍ରଥା.....
ପେଟପାଟଣା ପାଇଁ
ଦେଶର କେତେକ
ଗରିବ ଲୋକେ
ଇଂରେଜ ମାନଙ୍କ ସହ ଏକ ପ୍ରକାରର ଏଗ୍ରିମେଣ୍ଟ ସାଇନ୍ କଲେ
ଯାହାକୁ #ଗିର୍_ମିଟ୍ (ସମ୍ବଲପୁର) କୁହାଗଲା !

ଗିର୍ ମିଟ୍ ଶବ୍ଦଟି ଏଗ୍ରିମେଣ୍ଟ ଶବ୍ଦର ଅପଭ୍ରଂସିତ ରୂପ 【ଏ(ଗରି୍)(ମେ)ଣ(ଟ୍) )=>ଗିର୍ ମିଟ୍】।

ଏହା ପଶ୍ଚିମ ଓଡିଶାରେ ଚଳୁଥିବା ପୂର୍ଣଚନ୍ଦ୍ରଭାଷାକୋଷର 2215 ତମ ପୃଷ୍ଠାରେ ଲିପିବଦ୍ଧ ଅଛି .....
ହିନ୍ଦୀଭାଷୀ ଇଂରେଜ ମାନଙ୍କ ଚୁକ୍ତିପତ୍ରରେ ସ୍ବାକ୍ଷର କରିଥିବା ଶ୍ରମିକମାନଙ୍କୁ ଗିରିମିଟିୟା କହୁଥିଲେ । ଏସବୁ ପଢିଲା ପରେ ମନରେ ସ୍ବତଃ ପ୍ରଶ୍ନ ଉଠେ
ଆଜିକାଲିର ଦାଦନ ସେହି ପୁରୁଣା ଗିର୍ ମିଟ୍ ର ନୂତନ ସଂସ୍କରଣ କି ?

ଇଂରେଜ ଶାସନର ପ୍ରାରମ୍ଭିକ କାଳରେ ପ୍ରତିବର୍ଷ ଦେଶର ୧୦୦୦୦ ରୁ ୧୫୦୦୦ ଶ୍ରମିକଙ୍କୁ
ସାମାନ୍ଯ ଅର୍ଥ କିଛି ଆଗତୁରା ଦେଇ ଗୋଲାମ ଭଳି ଅନ୍ଯ ଦେଶକୁ ପଠେଇ ସେମାନଙ୍କ ଦ୍ବାରା ଦୁଇଗୁଣ ପରିଶ୍ରମ କରାଉଥିଲେ ଇଂରେଜ ।

ବିଶେଷତଃ ଫିଜି,ବ୍ରିଟିଶ୍ ଗୁଆନା,ଡଚ୍ ଗୁଆନା ,ତ୍ରିନିଦାଦ୍ ଟୋବେଗୋ ଏବଂ ଦକ୍ଷିଣ ଆଫ୍ରିକାକୁ ଅଧିକାଂଶ ଭାରତୀୟ ମାନଙ୍କୁ
ଶ୍ରମିକ କମ୍ ଗୁଲାମ୍ ଭଳି
ପାଠାଯାଉଥିଲା ।
ଇଂରେଜ ମାନେ ଭାରତ ର କିଛି ଦେଶୀ
ଗୋଡଚଟା ଲୋକଙ୍କୁ ପାଳି ତାଙ୍କ ହାତରେ ଏଇ ଧନ୍ଦା କରୁଥିଲେ ।
ତାଙ୍କ ସରକାରୀ କାଗଜପତ୍ରରେ ଏ ସବୁ ଧନ୍ଦାକୁ ମାନ୍ଯତା ପ୍ରଦାନ କରାଯାଇଥିଲା ଏବଂ ଏ ଧନ୍ଦା କରୁଥିବା ଚନ୍ଦାମାନେ ମଧ୍ଯ କମ୍ପାନୀ ସରକାରଙ୍କ ଛତ୍ରଛାୟା ତଳେ ନିଜକୁ ସୁରକ୍ଷିତ ରଖିପାରୁଥିଲେ ।

ଗିରିମିଟିଆ ପ୍ରଥା ଇଂରେଜ ମାନଙ୍କ ଦ୍ବାରା
ସନ୍ ୧୮୩୪ ରେ ଆରମ୍ଭ ହୋଇ ୧୯୧୭ ଯାଏଁ ଚଳିଥିଲା ।
ବିଭିନ୍ନ ରାଷ୍ଟ୍ରୀୟ ସଂଗଠନ ମାନଙ୍କ ପ୍ରବଳ ବିରୋଧ କାରଣରୁ ୧୯୧୭ରେ ଏହାକୁ ନିଶିଦ୍ଧ ଘୋଷଣା କରାଗଲା ।

ଗିର୍-ମିଟିଆଙ୍କ ଚୁକ୍ତି ମୁତାବକ ସେମାନଙ୍କୁ ମାତ୍ର ପାଞ୍ଚବର୍ଷ ଯାଏଁ ଖଟିବାକୁ ହେଉଥିଲା ।
ତାପରେ ସେମାନେ ମୁକ୍ତ ହୋଇପାରନ୍ତି ।
କିନ୍ତୁ ଗିର୍-ମିଟିଆ ଶ୍ରମିକ ମାନଙ୍କ ପାଖରେ
ଭାରତ ଫେରିଯିବା ପାଇଁ ଯଥେଷ୍ଟ ସମ୍ବଳ ନଥିବା ତଥା ଉପଯୁକ୍ତ ବୈଦେଶିକ ଜ୍ଞାନ ଅଭାବରୁ ସେମାନେ ଆଜୀବନ ବିଦେଶ ମାଟିରେ ଖଟି ଖଟି ମରିଯିବାକୁ ବାଧ୍ଯ ହେଉଥିଲେ । ବିଦେଶ ମାଟିରେ
ଗିର୍-ମିଟିଆ ଶ୍ରମିକଙ୍କ ପାଖରେ କେବଳ ଦୁଇଟି ପନ୍ଥା ରହୁଥିଲା
ସେଇ ମାଲିକ ପାଖରେ ପଡିରହି ଆଜୀବନ ଖଟିବା
କିମ୍ବା ଅନ୍ଯ ଗିର୍ ମିଟ୍ ମାଲିକ ପାଖରେ କାମ କରିବା ! ଏକ ଉନ୍ନତ ଦେଶର
ମଣିଷ ମାନଙ୍କୁ ଇଂରେଜ ତଥା ତାଙ୍କ ତୋଷାମଦିଆ କୁକୁର ମାନେ
ବଳଦ ଭଳି ଖଟେଇ ଖଟେଇ ମାରୁଦେଉଥିଲେ !!!!!!!

କାମ ନ କଲେ ବଳଦକୁ ଛାଟରେ ପିଟିଲା ଭଳି ଗିର୍-ମିଟିଆକୁ ସହିବାକୁ ହେଉଥିଲା ମାଲିକର ଅକଥନୀୟ ଅତ୍ଯାଚାର୍ !
ପୁଣି ଗିର୍ ମିଟିଆକୁ ବିବାହ ବଂଶବୃଦ୍ଧି କରିବାର ଅଧିକାର ନଥିଲା ।
ଯଦି କିଛି ଗିର୍ ମାଟିଆ ବିବାହ କରୁଥିଲେ ବି ତ ତାଙ୍କ ସହ
ଗୋଲାମ ଭଳି ବ୍ଯବହାର କରାଯାଉଥିଲା ।
ସେମାନଙ୍କର ସ୍ତ୍ରୀ ପିଲାଙ୍କୁ ବିକ୍ରୀ କରିବାର ଅଧିକାର ମାଲିକ ମାନଙ୍କୁ ଇଂରେଜ ସରକାର ଦେଉଥିଲେ ।
ଗିର୍ ମାଟିଆ ଶ୍ରମିକ ସେମାନଙ୍କ ସହ ପ୍ରାୟଃ ଚାଳିସ୍ ପ୍ରତିଶତ ସ୍ତ୍ରୀ ନେଇ ବିଦେଶ ଯାଉଥିଲେ ।
ଯୁବା ବୟସର ସ୍ତ୍ରୀ ମାନଙ୍କୁ ମାଲିକ ମାନେ ରକ୍ଷିତା କରି ଖୁବ ଶୋଷଣ କଲାପରେ ଆକର୍ଷଣ କମ ହେଲେ ଖାଲି ଟୁଥପେଷ୍ଟର ଖୋଳ କୁ ଅଳିଆକୁ ଫିଙ୍ଗିଦେଲା ଭଳି
ଶ୍ରମିକ ମାନଙ୍କୁ ଦେଇଦେଉଥିଲେ ।

ଗିର୍ ମିଟ୍ ଶ୍ରମିକ ମାନଙ୍କ ସନ୍ତାନ
ମାଲିକ ମାନଙ୍କ ସମ୍ପତ୍ତି ବୋଲି ଇଂରେଜ ବାହାଦୁର ସେମାନଙ୍କୁ ସରକାରୀ ସତ୍ତ୍ବ ପ୍ରଦାନ କରିଥିଲେ ।
ଶିକ୍ଷା ସ୍ବାସ୍ଥ୍ୟସେବା ମନୋରଂଜନ ବହୁତ ଦୂରର କଥା
ଦୁଇ ବଖତ ଖାଦ୍ଯ ମଧ୍ଯ ଦେଉନଥିଲେ ଗିର୍ ମିଟ୍ ମାଲିକ ।
ବିଦେଶ ମାଟିରେ ଅତ୍ଯାଚାର ସହି ନ ପାରି ଅନେକ ଶ୍ରମିକ ଏଇଭଳି ଅକାଳ ମୃତ୍ଯୁବରଣ କରୁଥିଲେ ....
ତୋତାରାମ ସନାଢ୍ଯ ଙ୍କର ଜନ୍ମ 1876 ରେ ହିରନଗାଁବ୍ ଜିଲ୍ଲା ଫିରୋଜାବାଦ୍ ଉତ୍ତରପ୍ରଦେଶରେ ହୋଇଥିଲା ।
ତାଙ୍କୁ ଇଂରେଜ ମାନେ ଖଜଣା ପଇଠ
ନକରିପାରିଲାରୁ ଗିରମାଟିଆ ଶ୍ରମିକ କରି ଫିଜି ପଠାଇଦେଇଥିଲେ ।
ଅନେକ ସଂଘର୍ଷ କରି ସେ ସେଠାରୁ ନିଜକୁ ମୁକୁଳେଇ ପାରିଥିଲେ ।
ଜଣେ ଗିର୍ ମିଟ୍ ଶ୍ରମିକ ଭାବେ ସେ
ନିଜ ଜୀବନ ଅନୁଭବ ତାଙ୍କ
ପୁସ୍ତକ
"फिजी में मेरे इक्कीस वर्ष"
ରେ ବର୍ଣ୍ଣନା କରିଅଛନ୍ତି ।
ଦକ୍ଷିଣ ଆଫ୍ରିକାରେ ମହାତ୍ମାଗାନ୍ଧୀଙ୍କ ଅହିଂସା
ଆନ୍ଦୋଳନ ପରେ ବିଦେଶରେ ରହୁଥିବା ଭାରତୀୟ ଶ୍ରମିକ ମାନେ ତେଜିଲେ ।
ଏଣେ ଭାରତରେ ଗୋପାଳ କୃଷ୍ଣ ଗୋଖଲେ ,ଇମ୍ପେରିୟଲ୍ ଲେଜିସ୍ଲେଟିଭ୍ କାଉନସିଲ୍ ରେ ମାର୍ଚ୍ଚ ୧୯୧୨
ଗିରମିଟିଆ ପ୍ରଥା ସମାପ୍ତ କରିଦେବାକୁ ପ୍ରସ୍ତାବ ଆଗତ କରିଥିଲେ ।
କାଉନସିଲ୍ ର 22 ଜଣିଆ ସଦସ୍ଯ ଠିକ କଲେ
ଯେତେଦିନ ଯାଏଁ ଏହି ଅମାନୁଷିକ ପ୍ରଥା ବନ୍ଦ ନ ହୋଇଛି ସେ
ଦିନ ଯାଏଁ ପ୍ରତିବର୍ଷ ଏହି ପ୍ରସ୍ତାବ କରାଯାଉଥିବ ।
ଡିସେମ୍ବର ୧୯୧୬ କଂଗ୍ରେସ ଅଧିବେଶନରେ ମହାତ୍ମାଗାନ୍ଧୀ,
ଭାରତ ସୁରକ୍ଷା ଏବଂ ଗିର୍ ମିଟିଆ ପ୍ରଥା ଅଧିନିୟମ ପ୍ରସ୍ତାବ ରଖିଲେ ।
ଏହାର ଏକ ମାସ ପରେ ଫେବୃଆରୀ ୧୯୧୭
ଅହମଦାବାଦଠାରେ ଗିରମିଟିଆ ପ୍ରଥା ବିରୋଧରେ ଏକ ବିଶାଳ ସଭାର ଆୟୋଜନ କରାଯାଇଥିଲା ।
ଏହି ସଭାରେ ଗିରମିଟିଆ ପ୍ରଥା ବିରୋଧରେ
ସିଏଫ୍ ଆଣ୍ଡ୍ର୍ଯୁଜ୍ ତଥା ହେନେରୀ ପୋଲକ୍ ମଧ୍ଯ ଭାଷଣ ଦେଇଥିଲେ ।
ଗିର୍ ମିଟିଆ ପ୍ରଥା ବିରୋଧରେ ଧୀରେ ଧୀରେ ଜନସମାଜ ଅଧିକ ସମ୍ବେଦନଶୀଳ ହେବା ଆରମ୍ଭ କରିଦେଲେ ।
ମାର୍ଚ୍ଚ ୧୯୧୭ରେ ଗିରମିଟିଆ ପ୍ରଥା ବିରୋଧୀ ସଂଗଠନ ମାନେ ଇଂରେଜ ସରକାରଙ୍କୁ ଅଲ୍ଟିମେଟମ୍ ଦେଇଦେଲେ ଯେ ମଇ ମାସ ସୁଦ୍ଧା ଏ ପ୍ରଥା ବନ୍ଦ କରାଯାଉ ନହେଲେ ପରିସ୍ଥିତି ଅସମ୍ଭାଳ ହେବ ।
ଲୋକଙ୍କର ଉଗ୍ର ଆକ୍ରୋଷ ଆଗରେ ଶେଷରେ ପ୍ରବଳ ପ୍ରତାପୀ ଇଂରେଜ ବାହାଦୁରଙ୍କୁ ନଇଁବାକୁ ହେଲା ....
୧୯୧୭
ମଇମାସ ପୂର୍ବରୁ ହିଁ ବନ୍ଦ ହୋଇଗଲା ଗିର୍ ମିଟିଆ ପ୍ରଥା .....

No comments:

Post a Comment

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...