Wednesday, March 1, 2017

●●●ହଁ ଓଡିଶା ଗରିବ●●●

କିଛିଦିନ ତଳେ ଦେଶର ପ୍ରଧାନମନ୍ତ୍ରୀ
ଅନ୍ଯ ଏକ ରାଜ୍ଯରେ ଆମ ରାଜ୍ଯ ସଂକ୍ରାନ୍ତୀୟ ଅନୁଚିତ କଟୁ ମନ୍ତବ୍ଯଟାଏ ଦେଲେ । ନିଜ
ଭାଷଣ ରେ କହୁ କହୁ କହିଗଲେ
ଓଡିଶା ଅର୍ଥ ଗରିବ !!!

କଥାଟା କେତେ କଟୁ ଜଣେ ସ୍ବାଭିମାନୀ ଓଡିଆ ହିଁ ଅନୁଭବ କରିପାରିବ ।
ଗୋଡଚଟା ଦଳୀୟ ସମର୍ଥକ ମାନେ ପ୍ରଭୂଭକ୍ତ ତେଣୁ ଏସବୁ ଅପମାନ ତାଙ୍କୁ କୋଉଠି ଦିଶୁଛି ।
ତା ପରଦିଧ
ଅନେକ ବିଜେପି ସମର୍ଥକଙ୍କୁ ଅନେକ ବୁଝେଇଲି ହେଲେ ବାବୁମାନଙ୍କର
ସ୍ଵାଭିମାନ ବଦଳରେ ବ୍ରହ୍ମଜ୍ଞାନ ଉଦୟ ହେଲା ....
ସେମାନଙ୍କ ମୁଁହରୁ ଗୋଟିଏ କଥା ବାହାରୁ ଥିଲା
"ସତ୍ଯ ସ୍ଵୀକାର କର"

ମୋ ମତରେ
ଓଡିଆ ଲୋକେ ଆଜି ଯଦି  ଗରିବ ତା'ର ମୂଳକାରଣ ସେମାନେ ବଦ୍ ଖର୍ଚ୍ଚୀ.....

ଆମେ ଯଦି ଏତେ
ଗରିବ ପର ପରବ ପାଳନ ବନ୍ଦ କରି ଟଙ୍କା ବଞ୍ଚାଅନ୍ତିନାହିଁ କାହିଁକି ?
ପଶ୍ଚିମବଙ୍ଗର କାଳୀ ଦୂର୍ଗାପୁଜା,
ପଶ୍ଚିମଭାରତର ଗଣେଶପୂଜା,କାର୍ତ୍ତିକେଶ୍ବର
ଲକ୍ଷ୍ମୀପୂଜା ଏବଂ ବିଶ୍ବକର୍ମା ପୂଜା ଆଦିରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କାହିଁକି କରନ୍ତି ??
Big fat indian marriage ସବୁର ଆୟୋଜନ ନକରି
ବାହାଘର ସବୁ ମନ୍ଦିରେ କାହିଁକି କରନ୍ତିନି ?
ଫାଲତୁ ନେଣଦେଣ କାହିଁ କରନ୍ତି ଆୁମେ ମାନେ ....
ଯଦି ଆମେ ସତରେ ଏତେ ଗରିବ ହେଲଣି ଆରେ ସେ କାଳିଆକୁ କାହିଁକି ଛପନଭୋଗ ନିତି  ଖୁଆଅନ୍ତି ।
ତା ପାଖରେ ପଚାସ ଚାକର ଖଞ୍ଜି ବଢୀ ହେଉ ବନ୍ଯା ହେଉ ବାତ୍ଯା ହେଉ ଅନ୍ନଛତ୍ର ଖୋଲି ଲକ୍ଷେ ଲୋକଙ୍କ ମନ ତୋଷ କରୁଥିବା ଜାତି ଆଜି ଦେଶରେ ଗରିବ ବୋଲାଏ ।

ଘରବାଡୀରେ ଶାଗ ଦି ଗଛ ନ ଲଗେଇ ବଜାରରୁ କିଣି ଖାଇବା ଅଭ୍ଯାସ କଲେଣି ଆମେ ମାନେ
କିହୋ ଆମେ ଗରିବ ହେବାନି ତ କିଏ ହେବ.....

ଏ ବର୍ଷ ଇଂରାଜୀ ନୂଆ ବର୍ଷରେ ଗାଁରେ ଥିଲି ଦେଖିଲି ଗରିବ ରାଜ୍ଯର ଲୋକେ
ପୁଣି ଇଂରେଜଙ୍କ ପର୍ବ ପାଳୁଛନ୍ତି ।

ଇସ୍ ରାତି ଅଧରୁ ଫୋନ କଲ୍ ର ସୁଅ ଛୁଟିଥିଲା । ଏଣେ 12 ଘଣ୍ଟା ମାଇକ୍ ବାଜୁଥିଲା । ରାତି ଏଗାରରୁ ଟୋକାଏ ଥେଇ ଥେଇ ନାଚିବା ଆରମ୍ଭ କରିଦେଇଥିଲେ ।
ଆରେ ବାହ ! ସତରେ କେଡେ ଗରିବ ଲୋକଯାକ ବେ ଆମେ !!!!!!
ନୂଆବରଷ ର ପ୍ରଥମ ଦିନରେ ପୁଣି ବଣ ଭୋଜି କରିଯାଅନ୍ତି 😀😀😀

ହୋଲି ମାରବାଡୀ ଗୁଜରାଟୀ ଉତ୍ତରଭାରତରୁ ଓଡିଶାକୁ ଆସିଲା ।
200 ବର୍ଷ ପୂର୍ବେ ଓଡିଶାରେ ବହୁତ କମ ଲୋକ ମରାଠୀ ଶାସକ ପ୍ରଭାବରେ
ହୋଲି ଖେଳିବା ଆରମ୍ଭ କରିଥିଲେ ।
ଆଗେ ଓଡିଶାରେ ସବୁ ଜାତିର ଲୋକ ଯୋଦ୍ଧା ଏବଂ ବେପାରୀ ହୋଇପାରୁଥିଲେ । ତେଣୁ କ୍ଷତ୍ରୀୟ ମାନଙ୍କୁ ଯେହେତୁ ପୁରାଣ ମାନଙ୍କରେ
ହୋଲି ଖେଳିବାକୁ ବାରଣ କରାଯାଇଛି
ଓଡିଶାରେ ହୋଲି ବଦଳରେ ଦୋଳର ସଂସ୍କୃତି ବିକଶିତ ହେଲା ।

ଆଜିକାଲି ହୋଲି ଦିନ ଖଣ୍ଡିଆରାଜା କୁ ଭଙ୍ଗା ଶଗଡରେ ବସାଇ ସାହି ସାହି ବୁଲାଯାଇ ଯେଉଁ ଫାର୍ସ କରାଯାଉଛି ତାହା ମୂଳତଃ ବିହାର ରାଜ୍ଯର କୁସଂସ୍କାର ର ଓଡିଆ ସଂସ୍କରଣ ମାତ୍ର ।
ବିଦେଶୀ ପର୍ବ ମାନଙ୍କ ମଧ୍ଯରେ
ରାକ୍ଷୀବନ୍ଧନ ଏକ ଭଲପର୍ବ
ତେବେ ବାକି ସବୁ ପର ପର୍ବ ରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଓଡିଆ ଲୋକଙ୍କୁ ମିଳିଛି କଣ୍ ।
ପ୍ରଧାନମନ୍ତ୍ରୀଙ୍କ ଠାରୁ ଅପମାନ ?????
ଆଜି ଆମ ରଜପର୍ବ ରେ ଆଉ ପୂର୍ବଭଳି ସରସତା ,ଉତ୍ସାହ ନାହିଁ ...
ଦୋଳ ,ଦଣ୍ଡ ମେରୁ ଆଦି ଲୋପର୍ବ ମଧ୍ଯ ସମଦଶା ଭୋଗକଲାଣି ।
ନିଜ ପର୍ବ ସବୁ ଛାଡି ମରାଠୀ ଗୁଜରାଟୀ ହିନ୍ଦୀଭାଷୀ ଏବଂ ବଙ୍ଗାଳୀ ମାନଙ୍କ ପର୍ବ ପାଳୁଥିବା ଲୋକଙ୍କୁ ପ୍ରଧାଧମନ୍ତ୍ରୀ ଗରିବ କହି ଠିକ କହିଛନ୍ତି । ସାଧୁବାଦ ଆପଣଙ୍କୁ
ମାନ୍ଯବର ପ୍ରଧାନସେବକ ମହୋଦୟ !!!
ପ୍ରକୃତରେ ଓଡିଆ ଯାକ ନିଜ ସଂସ୍କୃତି କୁ
ଗୋଡରେ ଆଡେଇଦେଇ ହିଁ ଆଜି ଗରିବ

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...