Tuesday, September 17, 2019

ବାଲେଶ୍ଵର ନାମକରଣକୁ ନେଇ ବିଭିନ୍ନ ମତ

ବାଲେଶ୍ବର ର ନାଆଁ ପଛର ଇତିହାସ କ’ଣ ?

ବାଲେଶ୍ଵରର ନାମକରଣକୁ ନେଇ ଆମ୍ଭ ଦେଶର ଵିଦ୍ଵାନମାନଙ୍କ ମଧ୍ୟରେ ନାନା ମତ ପ୍ରଚଳିତ । ତେଵେ କେତେକ ଜଣାଶୁଣା ମତ ଏଠାରେ ଉପସ୍ଥାପନ କରାଗଲା ।

                  ★Etmology 1★

‘ଓଡ଼ିଆ ଭାଷାର ଉନ୍ମେଷ ଓ ଵିକାଶ’ ପୁସ୍ତକରେ ଡ. ଵାସୁଦେଵ ସାହୁ ମତ ଦେଇଛନ୍ତି ଯେ ବାଲେଶ୍ବର ମୂଳତଃ ଏକ ଯାଵନିକ ଶବ୍ଦ । ସମ୍ଭଵତଃ ଵାଲା-ଏ଼-ଶୋ଼ର ଶବ୍ଦ ବାଲେଶ୍ବର ହୋଇଅଛି । ଏହା ଏକ ପାର୍ସୀ ଶବ୍ଦ ଓ ଏହାର ଅର୍ଥ ହେଲା ସମୁଦ୍ରକୂଳସ୍ଥ ସହର । ସେହିପରି ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଦୁଇଟି ପାର୍ସୀ ଶବ୍ଦ
ଵାଲାଏ(ଉପରେ)+ସୋର(ସହର) ଶବ୍ଦ ଯୁକ୍ତ ହୋଇ ବାଲେଶ୍ବର ନାମ ହୋଇଛି ।

            ★★Etmology 2★★
ଆଉ କିଛି ଲୋକ ମତ ଦିଅନ୍ତି ଯେ ଏ ନଗରକୁ ତୃତୀୟ ଶତାବ୍ଦୀରେ ଉତ୍କଳର ଜନୈକ ରାଜା ବାଲୁକେଶ୍ଵର ସ୍ଥାପନ କରିଥିଲେ ବୋଲି ଏ ନଗରର ନାମ ତାଙ୍କ ନାମାନୁସାରେ  ନାମକରଣ ହୋଇଥିଲା ।

        ★★★Etmology 3★★★
ଅନ୍ୟ ଏକ ମତ ଅନୁସାରେ ବାଲେଶ୍ବର ଯେହେତୁ ପ୍ରାଚୀନକାଳରୁ ଅଷ୍ଟାଦଶ ଶତାବ୍ଦୀ ଯାଏଁ ନୌବାଣିଜ୍ୟ ଓ ନୌଯାତ୍ରା ପାଇଁ ଲୋକପ୍ରିୟ ଥିଲା ଏବଂ ଏଠାରୁ ସାଧାରଣତଃ ବାଲିଦ୍ଵୀପକୁ ବୋଇତ ମାନ ଆତଯାତ ହେଉଥିଲା ତେଣୁ ଏ ବାଲି ଶବ୍ଦ ବଦଳିଯାଇ ପରବର୍ତ୍ତୀ କାଳରେ ବାଲେଶ୍ବର ନାମ ହୋଇଛି ।ବାଲେଶ୍ବରରେ ବାଲିଘାଟ ବନ୍ଦର ଓ ପରମିଟ ଘାଟ ତଥା ଉନବିଂଶ ଶତାବ୍ଦୀର ତୃତୀୟ ଵର୍ଷରେ ସୁନାମୀ ଯୋଗୁଁ ନଷ୍ଟ ଯାଇଥିବା ପିପିଲି ଆଦି ଅନେକ ପୋତାଶ୍ରୟର ଐତିହାସିକ ଚିହ୍ନ ଆଜି ଵି ଏ ଅଞ୍ଚଳରେ ଏହି ପ୍ରାଚୀନ ନୌବାଣିଜ୍ୟ ନୌଯାତ୍ରାର ପ୍ରମାଣ ଦେଇଥାଏ ।

         ★★★★Etmology★★★★
କେତେକ ଲୋକ କୁହନ୍ତି ବାଲେଶ୍ବର ଓ ଏହାର ଆଖପାଖରେ ଶିବଙ୍କ ପ୍ରଶିଦ୍ଧ ମନ୍ଦିର ଅନୁସାରେ ସେହି ମନ୍ଦିର ଥିବା ସହର ସବୁର ନାମକରଣ ହୋଇଅଛି । ଉଦାହରଣ ସ୍ୱରୂପ ଜଳେଶ୍ବର,ପଞ୍ଚଲିଙ୍ଗେଶ୍ଵର,ଚନ୍ଦନେଶ୍ଵର,ଭୂଷଣ୍ଡେଶ୍ଵର,ଲଙ୍ଗଳେଶ୍ଵର ଆଦି ଅନେକ ଅଞ୍ଚଳ ଏଠାରେ ଅଛି । ଏସବୁ ଅଞ୍ଚଳରେ ଏହି ନାମରେ ଗୋଟିଏ ଗୋଟିଏ ମନ୍ଦିର ମଧ୍ଯ ଅଛି । ସେଇଭଳି ବହୁତ ସମ୍ଭବ ଏଠାରେ ଏକ ଅପ୍ରଶିଦ୍ଧ ଶିବ ମନ୍ଦିର  ବାଲୁଙ୍କେଶ୍ଵର ନାମରେ ଏ ସହରର ନାମ ଅପଭ୍ରଂସ ହୋଇ ବାଲେଶ୍ବର ହୋଇଥାଇପାରେ ।

ତେଵେ ଏହି ସମସ୍ତ ମତ ମଧ୍ୟରେ କେଉଁ ମତଟି ଯୁକ୍ତିଯୁକ୍ତ
ତାକୁ ନେଇ ଵିଦ୍ଵାନମାନଙ୍କ ମଧ୍ୟରେ ଵିଵାଦ ଛିଣ୍ଡିନାହିଁ । ଆପଣଙ୍କ ଅନୁସାରେ କେଉଁ ମତଟି ଯୁକ୍ତିଯୁକ୍ତ ଏଵଂ ଏହି ନାମକରଣର ଅନ୍ଯ କୌଣସି ନିରୁକ୍ତିଗତ ଦିଗ ରହିଛି କି ?

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...