Tuesday, September 17, 2019

ଭାରତର ରାଷ୍ଟ୍ରଭାଷା ହେଵାକୁ କେଉଁ ଭାଷା ଯୋଗ୍ଯ ?

ସାମ୍ବିଧାନିକ ଭାଵେ ହିନ୍ଦୀ ଭାରତର ରାଷ୍ଟ୍ରଭାଷା ନୁହେଁ । ବଲିଉଡ୍, ଦୂରଦର୍ଶନ କେନ୍ଦ୍ର ଯୋଗୁଁ ନଵେ ଦଶକ ପରେ ପରେ ହିନ୍ଦୀ ଆହୁରି ଲୋକପ୍ରିୟ ହେଵାକୁ ଲାଗିଲା । ନଵେ ଦଶକ ପୂର୍ଵରୁ ଓଡ଼ିଶାର ସତୁରୀରୁ ଅଶିଭାଗ ଲୋକ ହିନ୍ଦୀ ବୁଝିପାରୁନଥିଲେ କିନ୍ତୁ ଆଜି ଏ ଭାଷା ଦ୍ଵାରା ଗାଆଁ ଠାରୁ ନଗର ବନପଥଠୁଁ ସାମାଜିକ ଡଗର ଯାଏଁ ସବୁଠିଁ ଏ ଭାଷାକୁ ବୁଝୁଥିଵା ଲୋକଙ୍କ ସଂଖ୍ୟାରେ ଅଭିବୃଦ୍ଧି ହୋଇଛି । ଏହି ପ୍ରକ୍ରିୟା ଅନ୍ଯ ଅହିନ୍ଦିଭାଷୀ ଅଞ୍ଚଳରେ ମଧ୍ଯ ଊଣା ଅଧିକେ ହୋଇଛି ।

ତେଵେ
ଭାରତର ରାଷ୍ଟ୍ରଭାଷା କେଉଁ ଭାଷା ହୋଇପାରେ ?

୧) ଯେଉଁ ଭାଷାରେ ସମସ୍ତ ଭାରତୀୟ ଭାଷାର ଶବ୍ଦ ଥିଵ ଏଵଂ ଯେଉଁ ଭାଷାର ଶବ୍ଦ ଅନ୍ଯ ଭାଷାରେ ତତ୍ସମ ଓ ତଦ୍ଭଵ ରୂପେ ଚଳୁଥିଵ ।

୨) ଯେଉଁ ଭାଷାର ଵ୍ଯାକରଣ, ଵାକ୍ୟ ଗଠନ ଓ ଧ୍ଵନି ତତ୍ତ୍ଵ ସବୁ ଭାରତୀୟ ଭାଷା ଅନୁକରଣ କରିଥିଵେ ।

୩) ଯେଉଁ ଭାଷା ଏକ ଶାସ୍ତ୍ରୀୟ ଭାଷା ହୋଇଥିଵ । ଯେଉଁ ଭାଷା ପ୍ରାଚୀନ ହୋଇଥିଵ ଓ ଵୈଜ୍ଞାନିକ ନିୟମାନୁସାରେ ପ୍ରଚଳିତ ଥିଵ ।

୪) ଯେଉଁ ଭାଷା ଅନ୍ଯ ଭାରତୀୟ ଭାଷାକୁ ପ୍ରଭାଵିତ କରି ତାହାର ମୌଳିକତା ନଷ୍ଟ କରୁନଥିଵ ।

୫) ଯେଉଁ ଭାଷାରେ ଗାଳିଗୁଲଜ କରିଲା ଭଳି ଶବ୍ଦ ନଥିଵ ।

୬) ଯେଉଁ ଭାଷାରେ ଵୈଦେଶିକ ଶବ୍ଦ ଆଦୌ ନଥିଵ କିଂଵା କୋଟିଏରେ ଗୋଟିଏ ଥିଵ ।

୭) ଯେଉଁ ଭାଷା ପ୍ରାଚୀନ ଭାରତରେ ପୂର୍ଵରୁ ରାଷ୍ଟ୍ରଭାଷା ରହିସାରିଥିଵ ।

୮) ଯେଉଁ ଭାଷା ଭାରତର ସଂଖ୍ୟା ଗରିଷ୍ଠ ଜନସମୁଦାୟ ସହିତ ଅଙ୍ଗାଙ୍ଗୀ ଭାଵେ ଜଡ଼ିତ ଥିଵ ।
ଯେଉଁ ଭାଷାର ଶବ୍ଦରେ ଭାରତୀୟ ସନାତନ ସଂସ୍କୃତିର ଉପାଦାନ ଭରି ରହିଥିଵ ।

୯) ଯେଉଁ ଭାଷା ଭାରତର ସବୁ ଅଞ୍ଚଳର ଭାଷା ସଂସ୍କୃତିର ମାନକୀକରଣରେ ପ୍ରତିଷ୍ଠିତ ହୋଇଥିଵ ।

ଇତ୍ୟାଦି ଇତ୍ୟାଦି...

ଏଇ ସବୁ ଗୁଣ ଭାରତରେ ସଂସ୍କୃତ ଭାଷାରେ ରହିଛି ତେଣୁ ଯଥାର୍ଥରେ ଭାରତଵର୍ଷର ସ୍ଵାଭାଵିକ ରାଷ୍ଟ୍ରଭାଷା
ସଂସ୍କୃତ ବୋଲି ଅଧିକାଂଶ ସଂସ୍କୃତିପ୍ରେମୀ ଲୋକେ ଵିଶ୍ଵାସ କରନ୍ତି । କାଉମାନଙ୍କ ସଂଖ୍ୟା ଅଧିକ ବୋଲି ଅନ୍ଯ ପକ୍ଷୀଜାତିମାନେ ବି କାଆ କାଆ କରିଵେ ଏଭଳି ନୀତି ପ୍ରକୃତି ସାମ୍ରାଜ୍ୟରେ ସୁଦ୍ଧା ପ୍ରଚଳିତ ନାହିଁ ତେଵେ ଆମେ ସେଇ ପ୍ରକୃତିର ଶ୍ରେଷ୍ଠ ସୃଷ୍ଟି ହୋଇ ବି ଏହି ନିୟମର ଵିପରୀତ କ୍ରିୟା କାହିଁକି କରିଵା ?

କାହିଁକି ସଂସ୍କୃତ ଯୋଗ୍ଯ ?

ପ୍ରାଚୀନକାଳରେ ସଂସ୍କୃତ ହିଁ ଏ ଦେଶର ରାଷ୍ଟ୍ର ଭାଷା ଥିଲା । ଭାରତର ରାଷ୍ଟ୍ରୀୟ ସଂସ୍କୃତି ଆମ ସନାତନ ସଂସ୍କୃତିର ଅଧିକାଂଶ ଗ୍ରନ୍ଥ ସଂସ୍କୃତ ଭାଷାରେ ହିଁ ଲେଖା ଯାଇଛି । ସଂସ୍କୃତର ଶବ୍ଦ ସବୁ ଭାରତୀୟ ଭାଷାରେ ମିଳିଯାଏ । ଭାରତରେ ସିନୋ ତିଵେତ୍ତୀୟ, ଆଷ୍ଟ୍ରୋଏସିୟ ଓ ଦ୍ରାଵିଡ଼ ଭାଷାପରିଵାରର ସମସ୍ତ ଭାଷାରେ ଊଣା ଅଧିକେ ସଂସ୍କୃତ ସହ ସମ୍ପର୍କ ଥିଵା ଶବ୍ଦ ରହିଛି ।  ଵୈଦେଶିକ ଧର୍ମ ଗ୍ରହଣ କରିଥିଵା ଲୋକ ତଥା ଭାରତନିଵାସୀ ସିନୋ ତିଵେତ୍ତୀୟଙ୍କ ଛଡ଼ା ଅଧିକାଂଶ ଭାରତୀୟଙ୍କ ନାମ ଓ କେତେକ ଉପନାମ ମଧ୍ୟ ସଂସ୍କୃତ ଶବ୍ଦରେ ହୋଇଥାଏ
ଯଥା ―
ରାମ,ଶ୍ଯାମ,ଗଗନ,ପ୍ରକାଶ, ଆକାଶ,ରାଜେନ୍ଦ୍ର, ରାଜେଶ, ପଵିତ୍ର,ପ୍ରମିଳା,ସୁଚିସ୍ମିତା,ଅର୍ଚ୍ଚନା ତଥା ପ୍ରଧାନ,ଶର୍ମା, ଭଟ୍ଟାଚାର୍ଯ୍ୟ,ନାୟକ,ପାତ୍ର ଓ ମୋଦୀ ଇତ୍ୟାଦି ଇତ୍ୟାଦି । ଭାରତର ନବେ କୋଟି ଭାରତୀୟଙ୍କ ଧର୍ମ ସମ୍ବନ୍ଧୀୟ ଭାଷା ସଂସ୍କୃତ । ସନାତନ ଧର୍ମ ସହ ସଂସ୍କୃତ ଅଙ୍ଗାଙ୍ଗୀ ଭାଵେ ଜଡ଼ିତ ।
ସଂସ୍କୃତର ଵ୍ଯାକରଣ ଓ ଧ୍ଵନିତତ୍ଵ ଅଧିକାଂଶ ଭାରତୀୟ ଭାଷା ଅନୁକରଣ କରନ୍ତି । ସଂସ୍କୃତ ଭାରତର ଵୈଜ୍ଞାନିକ ଭାଷା ,ହିନ୍ଦୀ ତାମିଳ ଓ ବଙ୍ଗାଳୀ ସେତେ ଵିଜ୍ଞାନ ସମ୍ମତ ନୁହନ୍ତି । ଏଇ ଭଳି ଶହ ଶହ କାରଣ ରହିଛି ଯାହା ଆଧାରରେ ସଂସ୍କୃତକୁ ଭାରତର ସ୍ଵାଭାଵିକ ସର୍ଵକାଳୀନ ରାଷ୍ଟ୍ରଭାଷା ଭାଵେ ପ୍ରମାଣ କରାଯାଇପାରେ ।

No comments:

Post a Comment

ହାତୀର ଗୋଡ଼

ଆଫ୍ରିକାର ଜଣେ ଯୁଵକ ଏକ ଛୋଟ ହାତୀଟିକୁ ଗୋଟାଏ ଗୋଡ଼ ଟେକି ଟେକି ଚାଲୁଥିଵାର ଦେଖିଲା। ସେ ନିକଟତର ହେଲାରୁ ଜାଣିଲା ଯେ ହାତୀର ଗୋଡରେ କଣ୍ଟା ଗଳିଯାଇଛି । ଯୁଵକଟି ସା...