Saturday, September 14, 2019

ସଂସ୍କୃତ ~ ଵୈଜ୍ଞାନିକ ଭାଷାର ଵୈଜ୍ଞାନିକ ନାମ

‛ଆର୍ଯ୍ଯ’ ଭଳି ‛ସଂସ୍କୃତ’ ଶବ୍ଦର ବହୁଳ ବ୍ଯବହାର ଏକ ଵିଶେଷଣ ଭାଵରେ ହିଁ ହେଉଥିଲା କିନ୍ତୁ ଭାରତୀୟଙ୍କ ଦ୍ବାରା ଆରବୀ ପାର୍ସୀ ଇଂରାଜୀ ଆଦି ଵୈଦେଶିକ ଭାଷା ପୀରତି କଲା ଦିନରୁ ଏ ଉଭୟ ଶବ୍ଦକୁ ଜାତିଵାଚକ ଓ ଜାତି ଵା ଧର୍ମ ସମ୍ବନ୍ଧୀୟ କରିଦିଆଯାଇଛି !

ଏକ ଵିଶେଷଣ ଭାଵେ ସଂସ୍କୃତର ନିମ୍ନୋକ୍ତ ଅର୍ଥ ଉଲ୍ଲେଖଯୋଗ୍ଯ...

■ପରିଶୋଧିତ;ପରିଶୁଦ୍ଧ
■ସଂପାଦିତ;ସଂପନ୍ନ;ନିଷ୍ପନ୍ନ
■ଶୁଦ୍ଧୀକୃତ;ପଵିତ୍ରୀକୃତ
■ସଜ୍ଜିତ;ଭୂଷିତ;ଅଳଂକୃତ
■ପରିଷ୍କୃତ
■ପରିମାର୍ଜ୍ଜିତ
■ସିଦ୍ଧ
■ପକ୍ବ
■ମନ୍ତ୍ରପୂତ
■ଦୋଷଶୂନ୍ଯ ଵା ଭ୍ରାନ୍ତି ଶୂନ୍ଯ
■ନିର୍ଦୋଷୀ କୃତ
■ସାଧୁ ଵା ଵ୍ଯାକରଣସିଦ୍ଧ
■ଵିଶୁଦ୍ଧ ରୂପେ ପ୍ରସ୍ତୁତ
■ଉତ୍କୃଷ୍ଟ;ଶ୍ରେଷ୍ଟ ଇତ୍ଯାଦି

ପ୍ରୋକ୍ତ ସମସ୍ତ ଵିଶେଷଣ ଅର୍ଥ ଆଧାରରେ ସଂସ୍କୃତ ଭାଷାର ନାମକରଣ କରାଯାଇଥିଲା କାରଣ ଏ ଭାଷା ସମସ୍ତ ଵୈଶ୍ବିକ ଭାଷା ମଧ୍ଯରେ ଶବ୍ଦ ଓ ଵ୍ଯାକରଣଗୁଣ ସମ୍ପନ୍ନ,ଵ୍ଯାକରଣ ଶୁଦ୍ଧିକୃତ,ଏହାର ପ୍ରତ୍ଯେକ ଶବ୍ଦ ନିରୁକ୍ତିର ଵୈଜ୍ଞାନିକ ନିୟମ ଅନୁସାରେ ସଜ୍ଜିତ ଓ ପରିମାର୍ଜ୍ଜିତ ହୋଇଅଛି !

ସଂସ୍କୃତ ଭାଷାର ଵ୍ଯାକରଣ ଵିଶୁଦ୍ଧ,ସାଧୁ ହୋଇଥିଵାରୁ ଯଥାର୍ଥରେ ଏହାକୁ ଜଗତର ଶ୍ରେଷ୍ଠ ଭାଷା କୁହାଯାଏ ! 

ଏହି “ସଂସ୍କୃତ” ଶବ୍ଦର ଯେମିତି ବି ଵ୍ଯାଖ୍ଯା କଲେ ତାହାର ଅର୍ଥ ସମାନ ହିଁ ରହେ !

ଯଦି ଗୋଟିଏ ଗୋଟିଏ ଅକ୍ଷରକୁ ନେଇ ସକାରାତ୍ମକ ଭାଵଗତ ଵ୍ଯାଖ୍ଯା କରାଯାଏ ତେଵେ...

●●●●●●●●●
●●●●●●●
●●●●
●●

◆ସ=ସମସ୍ତ ଭାରତଵର୍ଷର...

◆॰;ଅନସ୍ବାର=ଅଂଶ ଵା ଭାଗରୁ...

◆ସ=ସମାନ ଭାଵେ...

◆କୃତ

ଅର୍ଥାତ୍ ସମସ୍ତ ଭାରତଵର୍ଷର ଭାଷାଗୁଡ଼ିକରୁ ଉପାଦାନ ଏଵଂ ତହିଁର ଵ୍ୟାକରଣର ମାନକିକୃତ ରୂପ  ସଂସ୍କୃତ ଅଟେ ।


●●
●●●●●
●●●●●●●●●
●●●●●●●●●●●●

ସେହିପରି ଏହାର ନିରୁକ୍ତି ଵ୍ଯାଖ୍ଯା
=> ସମ୍+କୃ ଧାତୁ+କର୍ମ. ତ=ସଂସ୍କୃତ ...

ସଂସ୍କୃତ ଶବ୍ଦରେ ଥିଵା ସମ୍ ଉପସର୍ଗଟି ନିମ୍ନ ଅର୍ଥରେ ପ୍ରୟୋଗ ହୁଏ
ଯଥା---

●(କ)ସମ୍ଯକ;ଵିଶେଷ
●(ଖ)ସଂପୂର୍ଣ୍ଣ ରୂପେ
●(ଗ)ଏକତ୍ର ଏକ ସଙ୍ଗେ
●(ଘ)ସମୀପରେ
●(ଙ)ଅଭିମୁଖରେ;ସମ୍ମୁଖରେ
●(ଚ)ସଂଯୋଗ;ସଂଗତି
●(ଛ)ମିଳନ
●(ଜ)ପ୍ରକୃଷ୍ଟ
●(ଝ)ଅତ୍ଯନ୍ତ
●(ଞ)ଭଲ ଭାବେ
●(ଟ)ସମାନ,ତୁଲ୍ଯ
●(ଠ)ଶୋଭନ;ସୁନ୍ଦର
●(ଡ)ସମୂହ
●(ଢ)ଅଶ୍ଲେଷ 

ଇତ୍ଯାଦି !

କୃ ଧାତୁର କରିଵା ଅର୍ଥରେ ବହୁଳ ଵ୍ଯଵହାର ହୁଏ  ଏତଦ୍ ବ୍ଯତୀତ ଏ ଧାତୁ ଶବ୍ଦର ଅନ୍ୟ ଅର୍ଥ ଗୁଡି଼କ ହେଲା...

★ଆଦେଶ କରିଵା
★ଆଘାତ କରିଵା
★ଵ୍ୟଵସ୍ଥା କରିଵା
★ମାରିପକେଇଵା
★ଘଟାଇଵା
★ନିର୍ମାଣ କରିଵା
★ଵିଭକ୍ତ କରିଵା
★ପୂଜା କରିଵା
★ସଂକଳ୍ପ କରିଵା
★ହରଣ କରିଵା
★ଆରମ୍ଭ କରିଵା
★ଵିଚାର କରିଵା
★ଵ୍ଯଵହାର କରିଵା
★ସୃଷ୍ଟି;ରଚନା;ନିର୍ମାଣ କରିଵା
★ଉଚ୍ଚାରଣ କରିଵା
ଆଦି ଆଦି !

ଅର୍ଥଗୁଡ଼ିକ ଆଧାରରେ ଵ୍ଯାଖ୍ଯା କରିଦେଖିଲେ...

☆(1)ଵିଶେଷରୂପରେ ଓ ସଂପୂର୍ଣ୍ଣଭାଵେ,ଏକତ୍ର ଏକ ସାଥେ,ଭାରତଵର୍ଷ ସମୀପରେ,ସର୍ଵଭାରତୀୟଜାତିଙ୍କ ସମ୍ମୁଖରେ ଅର୍ଥାତ୍ ସହମତିରେ ସେମାନଙ୍କ କଥିତଭାଷାରୁ ଵିଶିଷ୍ଠତାକୁ ଅତ୍ଯନ୍ତ ପ୍ରକୃଷ୍ଟ ଭାଵେ ସଂଯୋଗ ଓ ମିଳନ ଘଟାଇ ଏକ ତୁଳନାତ୍ମକ,ସୁନ୍ଦର ଓ ମାନକ ଭାଷାକୁ ଆରମ୍ଭ,ନିର୍ମାଣ,ପ୍ରସ୍ତୁତ,
ସୃଷ୍ଟି,ରଚନା କରାଗଲା ତାହାର ନାମ ଦେଵତାଙ୍କ ଭାଷା ଭାରତର ସର୍ଵକାଳୀନ ସ୍ଵାଭାଵିକ ରାଷ୍ଟ୍ରଭାଷା ସଂସ୍କୃତ ।

☆(2)ଭାରତୀୟ ଶାସ୍ତ୍ରୀୟ ମାନକ ଭାଷା;ସଂସ୍କୃତର ପରିଶୋଧିତ ପରିମାର୍ଜ୍ଜିତ ଓ ସିଦ୍ଧ ଶବ୍ଦ ତଥା ଵ୍ଯାକରଣ ଯୋଗୁଁ ଏ ଭାଷା ଦ୍ବାରା ଭାରତଵର୍ଷର ଵିଭିନ୍ନ ଅଞ୍ଚଳରେ ଥିଵା ଆଞ୍ଚଳିକତା ସହଜେ ହରଣ କରିନିଆଯାଇଥିଲା,ମାରିଦିଆ ଯାଇଥିଲା  ...

ପ୍ରୋକ୍ତ ଆଲୋଚନାଢ଼ରୁ ସ୍ପଷ୍ଟ ହୁଏ ଯେ ଵୈଜ୍ଞାନିକତାରେ ପରିପୂର୍ଣ୍ଣ “ସଂସ୍କୃତ ଭାଷା”ର ନାମଵାଚକ ‛ସଂସ୍କୃତ’ ଶବ୍ଦର ମଧ୍ୟ ବହୁଵିଧ ଅର୍ଥ ରହିଛି ଏଵଂ ଏହା ଯଥାର୍ଥରେ ଏହି ଵିଶ୍ଵଶ୍ରେଷ୍ଠ ଭାଷାର ସର୍ଵୋତ୍କୃଷ୍ଟ ନାମ ଅଟଇ ।

No comments:

Post a Comment

ହାତୀର ଗୋଡ଼

ଆଫ୍ରିକାର ଜଣେ ଯୁଵକ ଏକ ଛୋଟ ହାତୀଟିକୁ ଗୋଟାଏ ଗୋଡ଼ ଟେକି ଟେକି ଚାଲୁଥିଵାର ଦେଖିଲା। ସେ ନିକଟତର ହେଲାରୁ ଜାଣିଲା ଯେ ହାତୀର ଗୋଡରେ କଣ୍ଟା ଗଳିଯାଇଛି । ଯୁଵକଟି ସା...