କିମ୍ବଦନ୍ତୀ ଅଛି ଯେ
ଯେତେବେଳେ ପାଇକବୀର ଏବଂ ଛଦ୍ମବେଶୀ କାଳିଆବଳିଆ ପାରୁଯାଏଁ ଚେଷ୍ଟା କରି ମଧ୍ୟ କାଞ୍ଚି କୁ ପରାସ୍ତ କରିପାରିଲେନି
ଶ୍ରୀଜଗନ୍ନାଥଙ୍କ ସେବକ ମାନେ ରାଜାଙ୍କୁ କହିଲେ ଆମକୁ ମଧ୍ୟ ଲଢ଼ିବାକୁ ଆଦେଶ ଦିଅନ୍ତୁ ।
ଯୁଦ୍ଧ ତ ପାଇକ ହିଁ ଲଢନ୍ତି ପୁଣି ସେମାନେ ଆଗରେ ରହି ଲଢିବା କଥା କହିଥିବାରୁ ରାଜା ସେମାନଙ୍କୁ ଖଣ୍ଡାଏତ କରିଦେଲେ ....
ତୁମୁଳ ଯୁଦ୍ଧ ହେଲା ....
ତଥାପି ଓଡ଼ିଆ ଲୋକ ଜିତିପାରୁନଥାନ୍ତି
ଏହାର କାରଣ ବୁଝୁ ବୁଝୁ ଜଣା ପଡିଲା ଯେ ଯେତେବେଳ ଯାଏଁ କାଞ୍ଚିଦେଶରେ ଦେବୀ ତାରିଣୀ ପୂଜା ପାଉଥିବେ
ଏ ଦେଶ ପରାଜିତ ହେବନାହିଁ । (ଗ୍ରୀକ୍ କଥା ଇଲିଆଡ୍ ରେ ଏଇଭଳି କାହାଣୀ ଅଛି)
କଳିଙ୍ଗୋତ୍କଳର ସୈନଦଳ ମଧ୍ୟରେ ଭୀମ ନାମ୍ନୀ ଜଣେ ଯୋଦ୍ଧା ତଥା ଦେବୀଭକ୍ତ ଥିଲା । ସେ ଦେବୀତାରିଣୀଙ୍କ ପାଖରେ ଅଧିଆ ପଡ଼ିଲା । ଭକ୍ତ ର ପରୀକ୍ଷା ନେଲାପରେ ଦେବୀ ସନ୍ତୁଷ୍ଟ ହୋଇ ଆଶିର୍ବାଦ ଦେବା ସହ କହିଲେ
"ପୁତ୍ର ତୁ ଆଗେ ଆଗେ ଚାଲ୍ ମୁଁ ତୋ ପଛେ ପଛେ ଯିବି କିନ୍ତୁ ସର୍ତ୍ତ ଏତିକି ନିରବଚ୍ଛିନ୍ନ ଚାଲିବାକୁ ହେବ । ଯଦି କେଉଁଠି ରହିଯାଇ ପଛକୁ ଅନାଇଦିଅ ମୁଁ ସେଇଠି ଅବସ୍ଥାନ କରିବି"
ଭୀମ କହିଲେ ମାଆ ଏକଥା ସତ ଯେ ହେଲେ ମୁଁ ଜାଣିବି କେମିତି ଆପଣ ମୋ ପଛେ ପଛେ ଆସୁଛନ୍ତି ????
ଦେବୀ କହିଲେ ମୋ ପାଉଞ୍ଜି ଶବ୍ଦ ଶୁଣି ତୁ ଜାଣିପାରିବୁ.....
ଭୀମ ଚାଲି ଚାଲି ଆସି ଘଟଗାଁ କେନ୍ଦୁଝର ପାଖରେ ପହଞ୍ଚିଲାବେଳକୁ ଦୈବୀମାୟାରେ ତାଙ୍କୁ ଲାଗିଲା ଯେମିତି ଆଉ ଦେବୀଙ୍କ ପାଉଞ୍ଜି ଶବଦ ହେଉନାହିଁ ତେଣୁ ସେ ପଛକୁ ଚାହିଁଦେଲାରୁ ଦେବୀ ସବୁଦିନ ପାଇଁ ସେଇଠି ରହିଗଲେ...
(କିମ୍ବଦନ୍ତୀ ଇତିହାସ ନୁହେଁ କିନ୍ତୁ ତା ମଧ୍ୟରେ ଐତିହାସିକ ତଥ୍ୟ ଭରିରହିଥାଏ ତେଣୁ ଏହା ସତ୍ୟ ନ ଲାଗୁଥିଲେ ହେଁ ସଂପୂର୍ଣ୍ଣ ମିଥ୍ୟା ନୁହେଁ)
No comments:
Post a Comment