ବଳଦଗାଡି ଯୁଗରେ ଜଣେ ଶଗଡିଆ ସେଦିନର କାମ ତୁଟେଇ ଢେଙ୍କାନାଳଗଡ଼କୁ ଫେରୁଥାଏ ।
ବାଟରେ ଦେଖିଲା ପଥର ରଖି ପଥରୁଦ୍ଧ କରାଯାଇଛି ।
ଶଗଡିଆ ଜାଣିଲା ସେ ଏକାକୀ ଏତେ ପଥର ହଟେଇ ପାରିବନି .....
ସେ ଆଖପାଖରେ ନଜର ପକେଇଲା....
ଜଣେ ଲୋକ ସେଇଠୁ କିଛି ଗଜ ଛାଡ଼ି ଏକ ଗମ୍ଭାରୀ ଗଛମୂଳରେ ଶୋଇଥିଲା......
ଶଗଡିଆ ଯାଇ ସେହି ଲୋକକୁ ତା ସହ ମିଶି ପଥରଯାକ ରାସ୍ତାରୁ ହଟେଇ ଦେବାକୁ ଅନୁରୋଧ କଲା ।
ଏ କଥାରେ ଲୋକଟି ରାଜି ହୋଇ ଶଗଡିଆ ସହ ମିଶି ପଥରୁ ପଥର ସବୁ ହଟେଇଦେଲା ....
ଏଣେ ଶଗଡିଆ ପଥର ହଟେଇବା ସହ ପଥର ରଖିଥିବା ଲୋକକୁ ବହେ ଶୋଦିଲା...
ତା ବୋପା ଅଜା ତିନିପୁରୁଷଙ୍କ ମାନସମ୍ମାନ ବୃଦ୍ଧି କରିସାରିଲା ପରେ ଯାଇ ଶଗଡିଆର ମନ ଶାନ୍ତ ହେଲା......
ପଥର ହଟେଇଥିବା ଲୋକଟି ଗମ୍ଭାରୀ ଗଛ ମୂଳରେ ଯାଇ ପୁଣି ବସିଗଲା.....
ଶଗଡିଆ ସେଇଠୁ ଚିଲମ୍ ସଜାଡ଼ି ତହିଁରେ ଗଞେଇ ଦେଇ ଧୂଆଁ କିଛି ଟାଣି ଲୋକଟି ଆଡକୁ ବଢେଇଦେଲା ।
ଲୋକଟି ଶଗଡିଆ କୁ ଠାରରେ ବାରଣ କରିଲାରୁ
ଶଗଡିଆ କିଛି ନକହି ରାହୁଳଗୁଣ୍ଡି (ଖଇନୀ) ପୁଡାଟା
ତା ଆଡକୁ ବଢାନ୍ତେ ଲୋକଟି ଚିଡିଯାଇ ତାଙ୍କୁ ହଇରାଣ ନକରିବାକୁ ଇଙ୍ଗିତରେ ଜଣେଇଦେଲା.....
ଶଗଡିଆ ବି ସହଜେ ଛାଡିବା ଜନ୍ତୁ ନୁହେଁ....
ସେ ଲୋକକୁ କହିଲା
"ଆଜ୍ଞା ଆପଣଙ୍କର କୋଉଠିକୁ ଯିବାର ଥିଲା କି ?"
ଲୋକଟି "ହଁ ଗଡ଼ କୁ ଯିବି" ବୋଲି ଉତ୍ତର ଦେଲା
ଶଗଡିଆ ଲୋକଟିକୁ ତା ଗାଡିରେ ବସିବାକୁ ବହୁ ଅନୁନୟ ବିନୟ କଲା....
ଲୋକଟି ଶେଷରେ ବାଧ୍ଯ ହୋଇ ଶଗଡରେ ବସିଲା
ଶଗଡିଆ ଶଗଡ଼ ଚଳେଇ ଘଣ୍ଟାଏ ଭିତରେ ଗଡ଼ରେ ଯାଇ ପହଞ୍ଚି ଗଲା ।
ଗନ୍ତବ୍ଯସ୍ଥଳରେ ପହଞ୍ଚି ଗଲାରୁ ଲୋକଟି ଶଗଡରୁ ଓଲ୍ଲେଇପଡି ଶଗଡିଆକୁ କହିଲା "ଭାଇ କ୍ଷମା କରିଦେବେ ରାସ୍ତାରେ ସେଇ ପଥର ମୁଁ ହିଁ ରଖିଥିଲି ।
ଶଗଡିଆ ଆଶ୍ଚର୍ଯ୍ୟ ଚକିତ ହୋଇ ଲୋକଟିକୁ ପଚାରିଲା
...କିହୋ ମୁଁ ଏତେ ଗାଳୀ କଲି ତୁମେ ବାରଣ ସୁଦ୍ଧା କଲ ନାହିଁ ଆଉ ଏ ରାସ୍ତାରେ ପଥର ରଖି କାହିଁକି ଗଛ ମୂଳେ ଶୋଇଥିଲ ଯେ ?...
ଲୋକଟି ଅଳ୍ପ ହସି ଶଗଡିଆ କୁ ଯଵାବ ଦେଲା
"ଭାଇ ଏଇ ଦିପହରିଆ ଖରାରେ କେହି ଏ ବଣବୁଦା ଯାଗାରେ ଗାଡି ରଖିବେ ନାହିଁ ।
ଏଣେ ଖରା ଯୋଗୁଁ ଆଉ ଆଗକୁ ଯାଇ ପାରିଲି ନାହିଁ । ଏଣୁ ଏଇଠି ରାସ୍ତା କଡରେ ପଡିଥିବା ପଥରକୁ ରାସ୍ତା ମଝିରେ ରଖିଥିଲି । ରାସ୍ତାରେ ଯେ କେହି ଗାଡିବାଲା ଗଲେ ଏଠାରୁ ପଥର ଉଠେଇବ ହିଁ ଉଠେଇବ କାରଣ ଏଠି ଅନ୍ଯ ରାସ୍ତା ନାହିଁ । ଆଉ ରହିଲା ଅପମାନ କଥା
ଭାଇ ଯଦି ମୁଁ ତୁମ ଗାଳୀକୁ ଦିହକୁ ନେଇଯାଇ ଶତୃତା କରିନେଇଥାନ୍ତି ତାହାଲେ କଣ୍ ଆପଣ ମୋତେ ଗଡ଼ରେ ଆଣି ଛାଡ଼ିଥାଅନ୍ତେ !!!!!!!"
ଲୋକଟି କଥା ଶୁଣି ଶଗଡିଆ ନିଜ ମୂର୍ଖତା ଯୋଗୁଁ ବହେ ହସିଲା.....
(ସଂସ୍କୃତ ଜହ୍ନମାମୁ ଡିସେମ୍ବର:-୧୯୯୫ ର ଓଡ଼ିଆ ଅନୁବାଦ )
No comments:
Post a Comment