Friday, June 30, 2017

••••ଅତ୍ୟାଧୁନିକା••••

#ଅତ୍ୟାଧୁନିକା

ମୁମ୍ବାଇ ସହରରେ
କନ୍ଧମାଳର ନିପଟ ମଫସଲରୁ ଯାଇ ରମାଦେଈ
ନୂଆ ନୂଆ ସେଠି ଚାକିରି କରୁଥାନ୍ତି ।

ପ୍ରତ୍ଯହ ଲୋକାଲ୍ ଟ୍ରେନ୍ ରେ ଯା ଆସ କରିବା ଧୀରେ ଧୀରେ ତାଙ୍କ ଦେହସୁଆ ହୋଇଗଲାଣି ।
ଟ୍ରେନ୍ ରୁ ଓହ୍ଲାଇ ପୁଣି ବସ୍ ଧରି ଅଫିସ ଯାଉ ଯାଉ ଆଠଟା ବାଜିଯାଏ ।
ଚା ବିସ୍କୁଟ୍ କି ସାମୋସା ଆଦି ଜଳଖିଆ ନାସ୍ତା ଆଦି କରିବାକୁ ସମୟ ମିଳେନି ।
ଏମିତିରେ ଦିନେ ରମାଦେଈ ବସଷ୍ଟାଣ୍ଡରେ ବସ ପାଇଁ ଆପେକ୍ଷାରତ ।

ଏତିକିବେଳେ ସିଗରେଟ୍ ର ଧୂଆଁ ଉଡେଇ ଉଡେଇ ଏକ ଯୁବକ ଆସିଲା ।
ସେ ଯୁବକ ରମାଦେଈଙ୍କ ଠାରୁ ଖଣ୍ଡେ ଦୁରରେ ଛିଡା ହୋଇଥିବା ଜଣେ ମିନିସ୍କର୍ଟ ପିନ୍ଧା ଝିଅକୁ ଧୀର ସ୍ବରରେ କହିଲା

"ଚଲତି୍ କ୍ଯା".....

ଝିଅଟି ହଟାତ୍ ନିଜକୁ ସମ୍ଭାଳି
ଯୁବକ ଜଣକୁ ଜବାବ ଦେଲା

"ତୁମେ ମୋ ବିଷୟରେ ଭୂଲ ଭାବିଲ ମୁଁ ସେଭଳିଆ ଝିଅ ନୁହଁ !!!"

ରମାଦେଈଙ୍କ ଦେହ ରାଗରେ ଜଳିଗଲା .....
ତାଙ୍କ ମନ ହେଉଥିଲା ତାକୁ ସେଇଠି ବନ୍ଦୁକ ଥିଲେ ଗୁଳି କରିଦିଅନ୍ତେ । ଏ ଟୋକା ଯାକ ନିଜକୁ କଣ୍ ଭାବୁଛନ୍ତି କେଜାଣି ?
ଝିଅମାନେ ତାଙ୍କ ଦୌରାତ୍ମ୍ଯ ଯୋଗୁଁ କଣ୍ ନିଜ ଇଛାରେ କପଡ଼ା ବି ପିନ୍ଧିପାରିବେନି ?

ରମାଦେଈ ସେ ଆଡକୁ ମାଡିଯାଉଥାନ୍ତି....
ମନେ ବିଚାରିଥାନ୍ତି ସେ ଟୋକାକୁ ଆଗେ ପାନେ ଦେବି ତା'ପରେ ତାକୁ ପୋଲିସ ହାତରେ ଦେବି । କିନ୍ତୁ ତାଙ୍କ ପହଞ୍ଚିବା ପୂର୍ବରୁ ଟୋକାଟି
ଝିଅକୁ "ସୋରୀ ମ୍ୟାମ୍" କହି ଆଗକୁ ଚଳିଯାଇଥିଲା ।

ରମାଦେଈ ଚିଡିଯାଇ ଝିଅକୁ କହିଲେ
"ଲୋକମାନେ ଆଜିକାଲି ଭାରି ଜଜମେଣ୍ଟାଲ୍ ହୋଇଗଲେଣି,ଯା ମନକୁ ଆସିଲା ନ ବିଚାରି ଇଆଡୁ ସିଆଡୁ କହି ଦିଅନ୍ତି....

ଝିଅଟି ତାହା ଶୁଣି ରମାଦେଈଙ୍କ ଆଡକୁ ଅନେଇ କହିଲା
"ଜୀ"

ରମାଦେଈ ବସକୁ ଅପେକ୍ଷା କରି କରି ବୋର ହୋଇ ଯାଇଥାନ୍ତି । ବାରମ୍ବାର ବସ୍ ଆସୁଥିବା ଦିଗକୁ ଅନେଇ ବ୍ୟସ୍ତ ହେଉଥାନ୍ତି....

ଏତିକି ବେଳେ ଗୋଟିଏ କାର୍ ଆସି ସେଇ ଅତ୍ୟାଧୁନିକା ଝିଅ ପାଖରେ ରହିଲା ।

କାରରେ ବସିଥିବା ଲୋକ ଜଣକ ମଧ୍ଯ ପୂର୍ବେ ଯୁବକ କହିଥିବା ପଦକୁ ଦୋହରେଇଲା ....
କିନ୍ତୁ
ଆଶ୍ଚର୍ଯ୍ୟ ଏଥର ଝିଅଟି କାରରେ ଯାଇ ଚୁପ୍ ଚାପ୍ ବସିଗଲା ......

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...