ପ୍ରାଣର ମମତା ଦିଅ ଦିନ ଦିନ ଧରି
ଦିଅ ନାହିଁ ଧନ ଆଉ ଆସନ କ୍ଷମତା
ଯହିଁରେ ମୁଁ ଅନ୍ଧ ହେବି,ଚକ୍ଷୁ ଫୁଟାଇବା
ନିଜ ହାତେ ମଣେ ଯଦି ବାହାଦରୀ କଥା ।।
ଛୋଟଲୋକି କରି ଯେହୁ ବଡ଼ ଲୋକ ହୁଏ
ଦୂରେ ରଖ ତାହାଠାରୁ ମୋରେ ବାରବାର
ତାହାରି ପରଶଟିକ ବାଜିଗଲେ ଦେହେ
ନରକଟା ଅଳ୍ପବାଟ
ତହିଁରୁ ଫେରିବା ବଡ଼ ମୁସ୍କିଲ ବ୍ୟାପାର ।।
ଧନ ଜନ ମାନ ଯାନ ସବୁଟିକ ଧରି
ଛାତିଟେକି ଚାଲି ଯାନ୍ତୁ ଯିଏ ଚାଲିବାର
ସେ ନିର୍ମଳ ହସଟିକ ଥାଉ ମୋର ଓଠେ
ଅସହାୟ ଲାଗି ଥାଉ ନେତ୍ରେ
ମୋର ସେଇ ଲୁହଧାର ।।
ମୋ'ର ଭିତରେ ସେ ଯେ ଇଜ୍ଜତ ସମ୍ମାନ
ଚାହେଁନା ମୁଁ ଅନାୟାସେ କା'ଦୁଆରେ ବିକି
ବିରାଟୁ ବିରାଟ ହେବି,ନିଜଟିକ ଥିଲେ
ପ୍ରାଣର ଅମୃତ ଶିରୀଟିକ ଦେବନି କି ?
•••କବି••• ≥କୃଷ୍ଣଚନ୍ଦ୍ର ତ୍ରୀପାଠୀ
କବିଙ୍କର ଜନ୍ମଭୂମି ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ବାଣପୁର ।
ଏହି ପ୍ରାଣଭିକ୍ଷା କବିତାଟି ତାଙ୍କର ଗୋଧୂଳି ସଂକଳନ ରୁ ସଂଗୃହିତ ହୋଇଅଛି । ଗୋଧୂଳି ଛଡ଼ା
ତାଙ୍କ ଅନ୍ୟ ରଚନା ଗୁଡିକ ମଧ୍ୟରୁ
ଆହୁତି ,ଅଗ୍ନିଶଙ୍ଖ,ମାଟିଦୀପ, ରୂପାୟନ,ସାଧକର ସ୍ବପ୍ନ,ବେଳା ଓ ବୀଚି ପ୍ରଭୃତି ପ୍ରଧାନ ।
No comments:
Post a Comment