ଦେବି ବୀଣାପାଣି ! କେଉଁ ପାପ ଫଳେ
କରୁଣା ତୋହର ଊଣା ଏ ଉତ୍କଳେ ?
ସ୍ୱଭାବେ ଉତ୍କଳ ଶୋଭାର ନିଧାନ,
ମାତ୍ର ଏ ଶୋଭାରେ ତୋର ଅଧିଷ୍ଠାନ
ବିନୁ ସିନା ମାତା ହୋଇଛି ବିବଶା,
ଭଜିଛି ଅରଣ୍ୟ ପ୍ରସୂନର ଦଶା ।
କ୍ଷୁଦ୍ର ଶିପ୍ରା-ସ୍ରୋତ ବିଖ୍ୟାତ ଜଗତେ
ମହାନଦୀ ନାମ ରହିଲା ଗୁପତେ !
ସୁରୂପା ଅଂଶୁପା ଲୋକେ ଆଗୋଚର !
ପୂଜାସ୍ପଦ ହେଲା ଗୋଷ୍ପଦ-ପୁଷ୍କର !
ତୋର କୃପାବଳେ କ୍ଷୁଦ୍ର ମହୀୟାନ,
ତୋ କୃପା ବିହୁନେ ବଡ଼ ହୁଏ ସାନ ।
ଖର୍ବ ଗୋବର୍ଦ୍ଧନ ଗିରୀଦ୍ର ବୋଲାଏ ।
ମହାତୀର୍ଥ ରୂପେ ଲୋକେ ପୂଜାପାଏ ।
ସ୍ୱଭାବେ ଗିରୀନ୍ଦ୍ର ହୋଇ ମେଘାସନ
ଲଭି ନାହିଁ ଗିରି ସମାଜେ ଆସନ ।
ତୋ କୃପା ବିହୁନେ ଉତ୍କଳମାତାର
ନାମେ ଖ୍ୟାତି ଗ୍ରନ୍ଥେ ପଡ଼ିନାହିଁ ଗାର ।
ଭାଗ୍ୟ ଦୋଷେ ଅଙ୍ଗ ଅଜ୍ଞାନ-ଶର୍ବରୀ
ଅନ୍ଧାରେ ଅଭାଗୀ ରଖିଛି ଆବରି ।
ପାହିଲାଣି ଘୋର ତାମସୀ-ଯାମିନୀ,
ଫୁଟିବ ଉତ୍କଳ ଭାଷା କମଳିନୀ ।
ଏ ଘୋର ଯାମିନୀ-ଅବସାନ-ଶଂସୀ;
କାବ୍ୟତାରା ରୂପେ ବୀର ଗଙ୍ଗବଂଶୀ,
ଉଦିଲେ ପ୍ରଥମେ ବାମଣ୍ଡା-ରାଜନ
ବାସୁଦେବ ବିଶ୍ବ-କଲ୍ୟାଣ-ଭାଜନ ।
ରଖିଲେ ସୁନାମ ଯେହୁ କାଳେ କାଳେ,
ଗୁଣ ଯନ୍ତ୍ରେ ଖୋଳି ଯଶୋଗିରି ଭାଲେ ।
ତମଃ ପଳାଉଛି ହୋଇ ତର ତର
ପ୍ରାଚୀ ନଭଃ ନବ-ବିଭାରେ ଭାସ୍ବର ।
ରବି ରୂପେ ଏବେ ଉଦୟ-ଅଚଳେ
ରବି-ବଂଶ-ମଣି ଉଦିତ ଉତ୍କଳେ ।
ଶ୍ରୀମାନ ଶ୍ରୀରାମଚନ୍ଦ୍ର-ଆଖ୍ୟାଧାରୀ
ଉତ୍କଳ-ଅଜ୍ଞାନ-ତମୋ ଧ୍ବଂସକାରୀ
ସୌଦାମିନୀ-ଲାସ୍ୟେ ସମୁଜ୍ଜ୍ବଳ-ଶିଖ
ମେଘାସନ-କୁଞ୍ଜ-ବିହାର-ରସିକ ।
ଅଶ୍ବ-ସଞ୍ଚାଳନେ ଅଭୁତ- କୌଶଳୀ
ଦୃଷ୍ଟିଭେଦୀ ଯାର ବଜ୍ରନାଦୀ ନଳୀ ।
ବୀଣାପାଣି-ପୂଜା ଯୋଗ୍ୟ-କଞ୍ଜକୁଳ,
ଫୁଟିବାର ଏହି କାଳ ଅନୁକୂଳ ।
ସେ ପଦ୍ମ ଫୁଟିବ କବି-ହୃଦ-ସରେ,
ନବୋଦିତ ଏହି ଭଞ୍ଜ-ରବି-କରେ ।
ପୂଜିବେ ତୋ ପଦ ଉତ୍କଳ ସନ୍ତତି,
ସେହି ପଦ୍ମେ, ପଦ୍ମବାସିନି ଭାରତି !
ଚିଲିକା ! ତୋ ତୀର ବନ୍ଧୁର ଲଳିତ,
ସେହି ରବିକରେ ହେବ ଆଲୋକିତ ।
ବାଣୀ-ଆବିର୍ଭାବ-ଯୋଗ୍ୟସ୍ଥଳ ଜାଣି,
ଆଶ୍ରିବେ ତୋ ତୀର ବୁଧ,କବି,ଜ୍ଞାନୀ ।
ହୋଇ ତୁ ତାଙ୍କର ବିହାର-ତଡା଼ଗ,
ଲଭିବୁ ଅଖିଳ ଜନ-ଅନୁରାଗ ।
Sunday, July 2, 2017
ଫୁଟିବ ଉତ୍କଳ ଭାଷା କମଳିନୀ-କବିବର ରାଧାନାଥ ରାୟ
Subscribe to:
Post Comments (Atom)
ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...
-
ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍...
-
ଵିଶ୍ଵରେ ଵର୍ତ୍ତମାନ ଭୀଷଣ କରୋନା ଵିପତ୍ତି ପଡି଼ଛି କିନ୍ତୁ ଏହା ମଧ୍ଯରେ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ଆଉଥରେ ଆଲୋଚନା ପର୍ଯ୍ୟ...
-
ବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟ ସମାଜ ରେ ହୋଇଥିଲା ଏକ ସାହିତ୍ୟ ଯୁଦ୍ଧ ଯାହା “ବୀଜୁଳୀ-ଇନ୍ଦ୍ରଧନୁ ସଂଘର୍ଷ” ନାମରେ ଜଣାଶୁଣା । ଗୋଟିଏ ପଟରେ ଥିଲେ କବିବର ରାଧାନାଥ ...
No comments:
Post a Comment