Monday, July 10, 2017

ଗାଈ-ଯଶୋବନ୍ତ ଦାସ

ଗାଈ ଭୂଲା ଭୂଲାଇ ଲୋ
ନିରତେ ବେଉସା ଖାଇ ।
ଗାଈ ପଛେ ଯେବେ ଗଉଡ଼ ଥାଆନ୍ତା
ବେଉସା ଖାଆନ୍ତା ନାହିଁ ।
ଗାଈର ମହିମା କି ଦେବି ଉପମା
ଗାଈର ଶୂନ୍ୟ ଗୁହାଳ ।
ଗାଈ ପଛେ ପଛେ ପାଞ୍ଚଟି ବାଛୁରୀ
ସବା ଗାଈଟି ଦୁହାଁଳ ।
ଗାଈ ଗୋଳ ଚେରୁ କ୍ଷୀର ଦେଉଅଛି
ନାହିଁ ତାହାର ସୁମାର
ସେହି କ୍ଷୀରକୁ ତୁ ମନ୍ଥିଲେ ନିଶ୍ଚୟ
ଲବଣୀ ହେବ ବାହର ।
ସେହି ଲବଣୀକୁ ଅଗ୍ନୀରେ ରଖିଲେ
ତହୁଁ ବାହରଇ ଘୃତ
ସେହି ଘୃତକୁ ତୁ ପାନୀୟ କରିଲେ
ଅଙ୍ଗ ହୁଏ ପୁଲକିତ ।
ଏପରି ଗାଈକି ଘରେ ବାନ୍ଧିଅଛୁ
ତୋହର କାହାକୁ ଭୟ ।
କହେ ଯଶୋବନ୍ତ ସେ ପାଦେ ଶରଣ
ଗାଈ କି ନାହିଁ ଉପାୟ।

No comments:

Post a Comment

•Project Karachi: ଭାରତ ପାକିସ୍ତାନର ଏକ ଅର୍ଥନୈତିକ ଯୁଦ୍ଧ•

ପାକିସ୍ତାନ , ଆମ ଦେଶକୁ ସାମରିକ ଯୁଦ୍ଧରେ ପରାସ୍ତ କରିଵାରେ ଵିଫଳ ହେଵା ପରେ ଏକ ଅଦୃଶ୍ୟ ଯୁଦ୍ଧ ଆରମ୍ଭ କରିଦେଇଥିଲା। ଏହି ଯୁଦ୍ଧର ନାମ ଥିଲା Project Karachi। ଏହା ...