Sunday, July 9, 2017

ଚାରୁକେଶି-ଡ଼.ମାୟାଧର ମାନସିଂହ

ଚାରୁକେଶି ସେଇ ବାଳିକାର ପ୍ରେମ ପାଇଁ
ଏ ଜୀବନରେ ମୋର
ନଦେବାର କିଛି ନାହିଁ....

ମୋର ସୁଖ ଦେବି ତା'ର ସୁଖ ପାଇଁ ବଳି
ପଦଧୂଳି ତା'ର ଝାଡ଼ି ଦେବି କରେ ଧରି....

ସେ ଯଦି କହିବ ଯାଅ ତୁମେ ମୋ ପାଖୁ
ଚାଲିଯିବି ଦୂରେ ତାକୁ ସୁଖି କରିବାକୁ....

ସେ ଯଦି କହିବ ଛାଡ଼ି ନାହିଁ ଯିବ ମୋତେ
ଏ ଆଖି ରହିବ ଲାଖି ତା'ର ଭାଲ ପଟେ

ସେ ଯଦି କହିବ ଏତେ ସେବା କାହିଁ ପାଇଁ
ମୁଁ କହିବି ମୋର ଏଥୁ ବଳି ସୁଖ ନାହିଁ....

ଚାରୁକେଶି ସେଇ ବାଳିକାର ପ୍ରେମ ପାଇଁ
ଏ ଜୀବନରେ ମୋର
ନଦେବାର କିଛି ନାହିଁ....

(ଡ଼. ମାୟାଧର ମାନସିଂହ ଙ୍କ ରଚନା ରୁ)

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...