Monday, July 10, 2017

ଯଶୋବନ୍ତ ଦାସ ଭଜନ ୨

ଠୁଳ ଶୂନ୍ୟ ନାହିଁ ଯା'ର ଅନାମରେ ଜ୍ୟୋତି ।
ପାଦ ପାଣି ନାହିଁ ଯା'ର ଅନାମରେ ସ୍ଥିତି  ।
ଦେହ ନାହିଁ ଅଦେହରେ କରିଅଛି ବାସ ।
ଅଜପା ଅକର୍ମା ଅଣଅଭ୍ୟାସ ଅଦୃଶ୍ୟ ।
ଚ୍ୟୁତ ନୁହଁ ଅଚ୍ୟୁତ ସେ ଅଣାକାର ମୟେ ।
ଜୀବ ନୁହେଁ ଅଜୀବ ସେ  ପରମରେ ରହେ ।
ବ୍ରହ୍ମାଣ୍ଡ ଉପରେ ବ୍ରହ୍ମ ବୋଲିଟି ଯାହାକୁ ।
ବନ୍ଧ୍ୟା ହୋଇ ଜାତକଲା ପରମ ପୁତ୍ରକୁ ।
ଖଣ୍ଡ ନୁହେଁ ଅଖଣ୍ଡଳ ସ୍ଥାନେ ଦିଅ ମନ ।
ବୁଦ୍ଧି ଯହିଁ ନାହିଁ ନାହିଁ ଚିତା ଚଇତନ ।
ନୟନରେ ନାହିଁ ସେ ଯେ ନୁହଇ ତରାଟ ।
ଅଷ୍ଟାଙ୍ଗ ଯୋଗରେ ଯୋଗୀ ନପାଇଲେ ଭେଟ ।
ପୂର୍ଣ୍ଣାନନ୍ଦ ଉପରେ ସେ ପରମରେ ନାହିଁ ।
ପଞ୍ଚରତ୍ନ ବୀଣା ଯେ ହୁଅନ୍ତି ସେଇ ଠାଇଁ ।
ପବନ ନ ଗମେ ଚନ୍ଦ୍ର ସୂର୍ଯ୍ୟ ନ ଗମଇ ।
ଗୁରୁଶିଷ୍ୟ ମନ୍ତ୍ର ଯନ୍ତ୍ର ସେ ଠାବକୁ କାହିଁ ।
ପୂଜା ବ୍ରତ ତୀର୍ଥ ଯଜ୍ଞ ତ୍ରୀଗୁଣ ବାହର ।
ବ୍ରହ୍ମା ବିଷ୍ଣୁ ମହେଶଙ୍କୁ ନହେଲା ଗୋଚର ।
କଥନ ନୁହଇ ଅକଥନ ଅପ୍ରମିତ
ଯଶୋବନ୍ତେ ବୁଝାଇଲେ ପ୍ରଭୂ ଜଗନ୍ନାଥ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...