Monday, July 17, 2017

•ଭାଗ୍ୟବାନ ନା ଅଭାଗା•

ଏହା ବହୁତ ପୁରୁଣା କାଳର କଥା ।
ଜଣେ ବହୁତ ବଡ଼ ବୁଦ୍ଧିମାନ ସୈନିକ ଥିଲା ଯାହାକୁ ତା'ର ବୀରତ୍ବ ପାଇଁ ରାଜା ଘୋଡାଟିଏ ଦେଇଥିଲେ ।

ସମସ୍ତେ କହିଲେ ସେ କେଡେ ସୌଭାଗ୍ୟଶାଳୀ.....
ହେଲେ ଦିନେ ରାଜାଙ୍କ ପ୍ରଦତ୍ତ ଘୋଡ଼ା ହିଁ ସେହି ସୈନିକକୁ ଏକ ପାହାଡ଼ିଆ ରାସ୍ତାରୁ ତଳେ ପକେଇଦେଲା.....

ଲୋକେ ଏଥର ତାକୁ ଦେଖି କହୁଥାନ୍ତି
ଯେ ସେ ବଡ ଅଭାଗା....

କିଛି ଦିନ ପରେ ସେ ସହର ଉପରେ ଶତୃସେନା ଆକ୍ରମଣ କରିଦେଲେ ।

ଅଧିକାଂଶ ଲୋକ ହତାହତ ହେଲେ ସେ ସିପାହୀ ଜଣକ ଅଳ୍ପକେ ବର୍ତ୍ତିଗଲା....

କାରଣ ତାହାର ଦୁଇଟି ଯାକ ଗୋଡ ଭାଙ୍ଗିଯାଇଥିଲା ତେଣୁ ଶତୃସୈନ୍ୟ ମନେକଲେ ତାକୁ ମାରି କିଛି ଲାଭ ନାହିଁ ସେ ସେମିତି ହିଁ ସେବା ଶୁଶ୍ରୁଷା ବିନା ମରିଯିବ....

ଲୋକେ କୁହନ୍ତି ଅମୁକେଇ ଲୋକ ଭାଗ୍ୟବାନ
ସମୁକେଇ ଲୋକ ଅଭାଗା ବା unlucky
କିନ୍ତୁ ସତକହିବାକୁ କହିଲେ କେହିବି କହିପାରିବନି ଯେ କେଉଁ ସମୟ କା ପାଇଁ କେବେ ସୌଭାଗ୍ୟ ବା ଦୂର୍ଭାଗ୍ୟ ହେବ ।

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...