Sunday, July 9, 2017

ଚକାନୟନ ହେ-----ମାଧବୀ ଦାସୀ

ଚକାନୟନ ହେ, ଜଗୁଜୀବନ ଶ୍ରୀହରି
କାତରେ ଜଣାଣ କରୁଛି ଛାମୁରେ,
ଶୁଣ ପ୍ରଭୂ ଶ୍ରୁତି ଡେରି ।
କେତେ ସଙ୍କଟୁ କାହାକୁ ରଖିନାହିଁ
ଦୟାଳୁ ସାରଙ୍ଗଧାରୀ ।।
ତା ବର୍ଣ୍ଣି ବସିଲେ ପୋଥିକର ପାଠ
କି ବର୍ଣ୍ଣିବ ଏ ପାମରୀ ।
ଜିବନ୍ତୀ ପିଙ୍ଗଳା ଆଦି ବାରବାଳା
ସଂସାରୁ ଗଲେ ନିସ୍ତରୀ ।
ଅପାର ମହିମା କେତନ ଉପଇ
ରଖିଛ କୀରତି ଶିରୀ ।।
ମୁଁ ଛାର ନିର୍ମାଖୀ ତୁମ୍ଭର ସେବକୀ
ପଣକୁ ଅଯୋଗ୍ଯା ନାରୀ ।
କରୁଛି ଦୟିନି ଯୋଡ଼ି କର ବେନି
ଶୁଣ ମାଧବୀ ଗୁହାରୀ ।।

@ମାଧବୀ ଦାସୀ

1 comment:

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...