Friday, June 16, 2017

======*ମାନସିକ ବିକଳାଙ୍ଗ*=====

ଆମ ଭାଇ ପୁରୁଷୋତ୍ତମ ହଗାସ୍ବାମୀ ଇତିମଧ୍ୟରେ ମାନସିକ ବିକଳାଙ୍ଗ ହୋଇଗଲେଣି । କଥା କଥାକେ ହିନ୍ଦୀରେ
ବଙ୍ଗଳା,ଗୁଜରାଟୀରେ ଏବଂ ବିଶେଷତଃ ଭୋଜପୁରିରେ କଥା ହେବାକୁ ସୁଖବୋଧ କରନ୍ତି । ବିଭିନ୍ନ ଭାଷାଭାଷୀଙ୍କ ସହ ସୁସମ୍ପର୍କ ରକ୍ଷା ହେତୁ ଭିନ୍ନ ଭିନ୍ନ ଭାଷା ସବୁ ଶିଖିଲେ ବିଶେଷ ବ୍ୟକ୍ତିଗତ ଲାଭ ହୋଇଥାଏ ।
ପୁରୁଷୋତ୍ତମ ଭାଇଙ୍କୁ ଅନ୍ୟ ଭାଷାରେ କଥା ହେଲେ ଏକ ପ୍ରକାରର ମାନସିକ ସୁଖ ପ୍ରାପ୍ତି ହୁଏ
ଯାହା ମାତୃଭାଷାରେ କବିତା କି ଗ୍ରନ୍ଥ ଆଦି ଲେଖି ଲେଖି ଜୀବନ ସାରିଦେଲେ ମଧ୍ୟ ମିଳେନାହିଁ ।
ମୋତେ ଦଶଜଣ କେମିତି ଭଲ କହିବେ ଆଉ ମୋ ଯୁକ୍ତି ବଳରେ ପ୍ରତିପକ୍ଷ ପରାସ୍ତ ହୋଇ ଯେମିତି ବଶତା ସ୍ଵୀକାର କରିବ, କେବଳ ଏଥିପାଇଁ ଲୋକେ ପରଭାଷା ଶିଖିବା ପାଇଁ ଅଧିକ ଆଗ୍ରହୀ ହୁଅନ୍ତି । ପୁରୁଷୋତ୍ତମ ଭାଇଙ୍କର ଯେ ଓଡ଼ିଆ ଭାଷା ପ୍ରତି ଅନାଦର ଅଛି ତାହା କହିଲେ ଭୂଲ ହେବ ।
ପ୍ରକୃତରେ ପ୍ରତ୍ୟେକ ସନ୍ତାନ ତା' ମାତୃଭୂମି ଏବଂ ମାତୃଭାଷା ଭଲପାଏ । ତେବେ ଦେଖାଯାଏ ବୟସ ବଢ଼ିବା ସହ କିଛି ପୁତ୍ର ପୁତ୍ରୀଙ୍କର ନିଜ ମାତାପିତାଙ୍କ ପ୍ରତି ସ୍ନେହ ଆଦର କମ୍ ହୋଇ ଯାଉଥାଏ ।
କିଶୋରାବସ୍ଥାରେ ପରିବାର ଠାରୁ ଦୂର ଦେଶରେ ଏକାନ୍ତରେ ସମୟ କାଟିଦେଇଥିବା ବ୍ୟକ୍ତି ଯୁବାବୟସରେ ପ୍ରେମ ଖୋଜିବୁଲେ । ନିଜକୁ ସେ ଆଉ ମାତା ସ୍ନେହରେ ବାନ୍ଧି ରଖିପାରେନା....
ମନର ଆସକ୍ତି ପୁରଣ ଲାଗି ଖୋଜିବୁଲୁଥାଏ ତା'ର ହୃଦର ନାୟିକା ଟିକୁ.....
ପୀରତି କରି ସଫଳ ହେଲେ ସେଇ ପ୍ରେୟସୀକୁ ବିବାହ କରେ ।
ସ୍ତ୍ରୀକୁ ଘରକୁ ଆଣି ନିଜ ମାଆକୁ ସ୍ତ୍ରୀ କଥାରେ ପଡି ବୃଦ୍ଧାଶ୍ରମରେ ଛାଡିଆସେ ।
ସେଇଭଳି ପର ଭାଷା ପ୍ରତି ଆକୃଷ୍ଟ ହୋଇ ନିଜ ସ୍ବଜାତି ଭ୍ରାତା ମାନଙ୍କ ସହ ମଧ୍ଯ ସେହି ଭାଷାରେ କଥା ହେବାକୁ ପଛାଉନଥିବା ପୁରୁଷୋତ୍ତମ ହଗାସ୍ବାମୀଙ୍କ ଭଳି ଲୋକମାନେ ମଧ୍ଯ ନିଜ ମାତୃଭାଷା ମାତୃଭୂମି ପ୍ରତି ଅନ୍ୟାୟ କରିଥାନ୍ତି ।
କୌଣସି ବ୍ୟକ୍ତି ବିଶେଷଙ୍କର ଏକ ନିର୍ଦ୍ଦିଷ୍ଟ ବିଷୟକୁ ନେଇ ଆସକ୍ତି ମାତ୍ରାଧିକ ହେଲେ ସେଭଳି ଲୋକମାନଙ୍କୁ ସମାଜ ମାନସିକ ବିକାରଗ୍ରସ୍ତ ପ୍ରଗଳ୍ଭ ଆଖ୍ଯା ଦେଇଥାଏ କିନ୍ତୁ ମୋର ଏ ବାବାଦ ମତ ସାମାନ୍ୟ ଭିନ୍ନ !!!!
ପରଭାଷାକୁ ପ୍ରେମକରି ତା ସପକ୍ଷରେ​ ବିଭିନ୍ନ ଯୁକ୍ତି ବାଢ଼ିଦେଇ ନିଜ ଭାଷା ପ୍ରତି ଅନାଦର ପ୍ରଦର୍ଶନ କରୁଥିବା ବ୍ୟକ୍ତି ବିଶେଷମାନଙ୍କୁ ବରଂ ମାନସିକ ବିକଳାଙ୍ଗ କୁହାଗଲେ ଯଥାର୍ଥ ହେବ । କାରଣ ପରଭାଷାର ମୋହରେ ଅନ୍ଧ ହୋଇ ସେମାନେ ଛୋଟେଇ ଛୋଟେଇ ଚାଲି ବରଂ ଭିକ ମାଗି ବଞ୍ଚିବାକୁ ଅଧିକ ଶ୍ରେୟସ୍କର ମନେ କରନ୍ତି ।
ନିଜ ମାତୃଭାଷା ମାତୃଭୂମିର ସ୍ବାଭିମାନକୁ ସମ୍ବଳ କରି ଦୌଡ଼ିବା ତାଙ୍କୁ ସୁଖ ଦେଇପାରେନି.....

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...