ମନୋବିଜ୍ଞାନ କୁ ପୂର୍ବେ ପାଶ୍ଚାତ୍ୟ ପଣ୍ଡିତ ମାନେ ବିଜ୍ଞାନ ମାନୁ ନ ଥିଲେ ! ଏହା କାଳ୍ପନିକ ଏବଂ ମସ୍ତିଷ୍କ ବିକାରଯୁକ୍ତ ଲୋକ ଙ୍କ ବିକୃତ ଅବଧାରାଣା ବୋଲି ମାନାଯାଉଥିଲା । ସର୍ବ ପ୍ରଥମେ ଈ.ସ. ୧୮୮୨ ରେ 'ଲଂଡନ ସୋସାଏଟୀ ଫୋର ସାଇକିକଲ ରୀସର୍ଚ' ର ସ୍ଥାପନା ହେଲା .ଏହା ପରେ ଈ.ସ. ୧୮୮୫ ରେ 'ଅମେରିକନ ସୋସାଏଟୀ ଫୋର ସାଇକିକଲ ରୀସର୍ଚ' ର ଗଠନ କରାଗଲା । ଏଇ ଭଳି ସଂସ୍ଥା ସବୁ ଅନ୍ୟ ୟୁରୋପିଅନ ଦେଶ ଗୁଡିକ ରେ କିଛି ବର୍ଷ ବ୍ୟବଧାନ ରେ ଖୋଲିଲା । ଏସବୁ ସଂସ୍ଥା ମଧ୍ୟରୁ ଲଂଡନ ସୋସାଏଟୀ ଫୋର ସାଇକିକଲ ରୀସର୍ଚ କୁ ଅନେକ ଵିଦ୍ଵାନ ମାନଙ୍କର ସମର୍ଥନ ମିଳିଥିଲା ।ଏଇ ବିଦ୍ଵାନ ବୁଦ୍ଧିଜୀଵୀ ମାନଙ୍କ ମଧ୍ୟରେ ଥିଲେ କେମ୍ବ୍ରିଜ ୟୁନିଵର୍ସିଟୀ ର ତତ୍ତ୍ଵଚିଂତକ ହେନରୀ ଲିଝଵିକ, କାଳ୍ପନିକ ଡିଟେକ୍ଟିଵ ଶେରଲୋକ ହୋମ୍ସ ର ରଚୟିତା ଏବଂ ଚିକିତ୍ସକ ସର ଆର୍ଥର କୋନନ ଡୋଇଲ, ପ୍ରସିଦ୍ଧ ଭୌତିକ ଵିଜ୍ଞାାନୀ ସର ଓଲୀଵର ଲୋଜ ଏବଂ ଵିଲିଅମ କ୍ରୁକସ ଙ୍କ ସହଯୋଗ ମିଳିଥିଲା । ମନୋଵିଜ୍ଞାାନ ସଂବଂଧୀ ଗବେଷଣା ଦିଗରେ ସିଗ୍ମଂଡ ଫ୍ରୋଇଡ, କାର୍ଲ ଜୁଂଗ, ରଶିଅନ ନ୍ୟୁରୋଫିଝିଓଲୋଜିସ୍ଟ ଵୀ.ଏମ. ବେଖ୍ତେରେଵ, ଅମେରିକନ ମନୋଵିଜ୍ଞାାନୀ ଵିଲିଅମ ଜେମ୍ସ ଏବଂ ଵିଲିଅମ ମେକଡୁଗଲ ଆଦି ବିଜ୍ଞାନୀ ମାନଙ୍କର ଅବଦାନ ମହତ୍ତ୍ଵପୂର୍ଣ !ମନୋବିଜ୍ଞାନ ସପକ୍ଷ ରେ ଅନେକ ଘଟଣା ଉଲ୍ଲେଖ ଯୋଗ୍ୟ ....
ପ୍ରାଚ୍ୟ ସଭ୍ୟତା ର ମନୁଋଷି ମାନେ ଟେଲିପାଥୀ ଦ୍ଵାରା ପରସ୍ପର ସହ ବାର୍ତାଳପ କରୁଥିବା କଥା ଆମ ପୁରାଣ ପୋଥୀ ରେ ସବୁ ଲେଖା ହୋଇଅଛି ! ପାଶ୍ଚାତ୍ୟ ସଭ୍ୟତା ର ବିଦ୍ଵାନ ମାନେ ଏଇ କିଛି ବର୍ଷ ହେଲା ଏ ବିଷୟ କୁ ଗୁରୁତ୍ଵ ଦେବା ଆରମ୍ଭ କରିଛନ୍ତି ।
ଈ.ସ. ୧୯୭୧ ମସିହା ଫେବୁ୍ରଆରୀ ମାସ ର ଘଟଣା । 'ଏପୋଲୋ-୧୪ ମହାକାଶଜାନ ତିନିଜଣ ମହାକାଶଯାତ୍ରୀଙ୍କୁ ଯାତ୍ରାରାମ୍ଭ କଲା । ମହାକାଶ ରେ ଥିବା ସମୟରେ ସେମାନଙ୍କ ମଧ୍ୟରୁ ଏଡଗର ମିଶେଲ ନାମକ ଜଣେ ମହାକଶଯାତ୍ରୀ 'ଦୂରବୋଧ' (ଟେଲିପଥୀ) କୁ ନେଇ ଏକ ଅଦଭୁତ ପ୍ରୟୋଗ କରିଥିଲେ । ମହାକାଶ ରେ ଥାଇ ମିଶେଲ ପୃଥିଵୀ ରେ ରହୁଥିବା କିଛି ପରିଚିତ ଲୋକ ଙ୍କୁ ଟେଲିପାଥି ଦ୍ଵାରା ମାନସିକ ସଂଦେଶ ପଠାଇଥିଲେ । ମହାକାଶଯାତ୍ରା ସମୟ ରେ ମିଶେଲଙ୍କୁ ମୋଟ ଚାରିଥର ବିଶ୍ରାମ କରିବାର ଅବସର ମିଳିଥିଲା । ପ୍ରତ୍ୟେକ ଥର ସେ ନିଜ ପରିଚିତ ଲୋକ ଙ୍କୁ 25 ଅକ୍ଷର ବିଶିଷ୍ଟ ପଦ ଅଥବା ଚିତ୍ର ପଠାଇଥିଲେ । ଏଠାରେ ମିଶେଲ ଙ୍କ ଟେଲିପାଥୀ ସମ୍ଭନ୍ଧି କଥା ଉପରେ ବିଶ୍ଵାସ କରିବାକୁ ହେବ କାରଣ ତାଙ୍କ ଦ୍ଵାରା ପଠାଯାଇଥିବା ପ୍ରାୟଃ ୨୦୦ ଟେଲିପାଥୀ ସଂଦେଶ ମଧ୍ୟ ରୁ ୫୧ ଟି ସଂଦେଶ ପହଞ୍ଚିବାରେ ସଫଳ ହୋଇଥିଲା । ଏହି ଘଟଣାରେ ଯୁଗାନୁଯୁଗ ସଂଭାବନା ଦର ମାତ୍ର ୨୦ % ହୋଇଥିବାରୁ ଏହାକୁ ମାତ୍ର ସଂଯୋଗ କ୍ରମେ ଘଟିଥିବା ଘଟଣା କହିବା ଠିକ ନୁହେଁ । ଏହି ପ୍ରୟୋଗ ର ଶଫଳତା ପରେ ମିଶେଲ କହିଥିଲେ 'ଏହା ନିଶ୍ଚିତ ହୋଇ ଗଲା ଯେ ଟେଲିପଥୀ ର ମଧ୍ୟ ଅସ୍ତିତ୍ଵ ଅଚ୍ଛି । ରସାୟନ ଵୈଜ୍ଞାନ ଭଳି ଏହା ଉପରେ ମଧ୍ୟ ବିଶଦ ଗବେଷଣା ଜରୁରୀ ।"
୧୯ ଫେବୁଆରୀ ୧୯୧୮ ରେ ଅମେରିକାର ଇଲିନୋଇସ,ଶିକାଗୋ ସହରରେ ଜନ୍ମିତ ଏବଂ ୩ ଜାନୁଆରୀ ୧୯୯୫ରେ ଇହଧାମ ତ୍ୟାଗ କରିଥିବା ଡ. ଏନ୍ଡ୍ରିଜା ପୁହାରିଚ ପେରାସାୟ କୋଲୋଜୀ କ୍ଷେତ୍ରରେ ଅନେକ ଗବେଷଣା କରିଥିଲେ । ଅସାଧାରଣ ଚେତନା ଶକ୍ତି ପ୍ରାପ୍ତ ଈଜରାଏଲୀ ୟୁରୀ ଗେଲର ଏବଂ ଡଚ ଦେଶ ରେ ଜନ୍ମିତ ପୀଟର ହରକୋସ ଙ୍କୁ ଵୈଜ୍ଞାନିକ ଗବେଷଣା ହେତୁ ଅମେରିକା ଆଣିବା କାର୍ଯ୍ୟ ଡ. ଏନ୍ଡ୍ରିଜା ପୁହାରିଚ ହିଁ କରିଥିଲେ । ତାଙ୍କର 10ରୁ ଅଧିକ ପୁସ୍ତକରେ ସେ ଟେଲିପଥୀ ବିଷୟରେ ଖୂବ ମହତ୍ତ୍ଵପୂର୍ଣ କଥା ସବୁ ପ୍ରକାଶ କରିଛନ୍ତି । ଦୁଇଜଣ ବ୍ୟକ୍ତି ମଧ୍ୟେ କେଉଁ ପରିସ୍ଥିତି ରେ ଦୂରାନୁଭୂତି ଘଟିତ ହୁଏ ଏ ବିଷୟରେ ସେ ଖାସ ଗବେଷେଣା କରିଥିଲେ । ବହୁ ଵର୍ଷ ପୂର୍ଵେ ଶରୀରଵିଜ୍ଞାନୀ ଵୋଲ୍ଟର ବୀ. କେନ ଦର୍ଶାଇଥିଲେ ଯେ ଯେତେବେଳେ ଅଚାନକ କୌଣସୀ ବଡ଼ ବିପଦ ଆସି ପହଁଚେ ଏବଂ ପ୍ରାଣୀ ନିଜ ମନରେ ଅତ୍ୟନ୍ତ ଭଯ ଅନୁଭଵ କରେ , ବିପଦ ର ସାମନା କରିବା କିମ୍ବା ସେଥିରୁ ନିଜକୁ ବିରତ ରହିବାକୁ ଚେଷ୍ଟାକରେ ସେତେବେଳେ ସେ ଅନୁକଂପୀ ଜ୍ଞାନତଂତ୍ର ବା ସିମ୍ପେଥେଟିକ ନର୍ଵସ ସୀସ୍ଟମ ର ପ୍ରଭାଵ ମଧ୍ୟ କୁ ଆସିଯାଏ । ଏହାର ବିପରୀତ ସ୍ଥିତି ପରାନୁକଂପୀ ଜ୍ଞାନତଂତ୍ର ର ପ୍ରଭାଵ ଅଟେ । ଏହି ସିମ୍ପେଥେଟିକ ନର୍ଵସ ସୀସ୍ଟମ ହୃଦୟର ସ୍ପନ୍ଦନ ବଢ଼ାଇ ଦିଏ, କିନ୍ତୁ ପେରାସିମ୍ପେଥୋଟିକ ନର୍ଵସ ସୀସ୍ଟମ ହୃଦୟର ସ୍ପନ୍ଦନ ଶାନ୍ତ କରି ଦେଇଥାଏ ।
ସିମ୍ପେଥେଟିକ ନର୍ଵସ ସୀସ୍ଟମ 'ଏଡ୍ରିନାଲିନ' ହୋରମୋନ କୁ କ୍ରିଯାନ୍ଵିତ କରିଥାଏ । ତେଣୁ ଯେତେବେଳେ ଏହି ସିସ୍ଟମ୍ କାର୍ଯକ୍ଷମ ଥାଏ ସେହୀ ସ୍ଥିତିକୁ 'ଏଡ୍ରିନର୍ଜିୟା' କୁହାଯାଏ । ପୁଣି ଯେତେବେଳେ ପେରାସିମ୍ପେଥେଟିକ ନର୍ଵସ ସୀସ୍ଟମ 'ଏସିଟାଇଲ କୋଲାଇନ' ର ସ୍ରାଵଦ୍ଵାରା କ୍ରିଯାନ୍ଵିତ ହେଉ ଥାଏ ,ଏହି ସୀସ୍ଟମ କାର୍ଯ କରୁଥିବା ସ୍ଥିତି କୁ 'କୋଲିନର୍ଜିୟା' କୁହାଯାଇଥାଏ । ଡା. ଏନ୍ଡ୍ରିଜା ପୁହାରିଚ ତାଙ୍କର ଗବେଷଣା ରେ ଦର୍ଶାଇ ଛନ୍ତି କି ବ୍ଯକ୍ତି ଯେତେବେଳେ 'ଏଡ୍ରିନର୍ଜିୟା'ର ସ୍ଥିତି ରେ ଥାଏ ସେତେବେଳେ ଟେଲିପାଥୀ ଦ୍ଵାରା ସନ୍ଦେଶ ପଠାଇବା ସହଜ ହୋଇଥାଏ ତେବେ 'କୋଲିନର୍ଜିୟା'ର ସ୍ଥିତି ଥିଲେ ଏହି ସ୍ଥିତି ରେ ଟେଲିପଥୀ ଦ୍ଵାରା ପଠାଯାଇଥିବା ସଂଦେଶ ସହଜରେ ଗ୍ରହଣ କରା ଯାଇପାରିବ । ସାଧାରଣ ଭାଷା ରେ କହିଲେ ଟେଲିପାଥୀ ଦ୍ଵାରା ସନ୍ଦେଶ ପଠାଉଥିବା ଲୋକ ବିପଦରେ ପଡ଼ିଥିଲେ ଏବଂ ମାନସିକ ସନ୍ଦେଶ ପଠାଯାଉଥିବା ଲୋକ ର ମନ ଶାନ୍ତ ଥିଲେ ଯାଇ ଏହି ପ୍ରୟୋଗ ସଫଳ ହୁଏ ।
Subscribe to:
Post Comments (Atom)
ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...
-
ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍...
-
ଵିଶ୍ଵରେ ଵର୍ତ୍ତମାନ ଭୀଷଣ କରୋନା ଵିପତ୍ତି ପଡି଼ଛି କିନ୍ତୁ ଏହା ମଧ୍ଯରେ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ଆଉଥରେ ଆଲୋଚନା ପର୍ଯ୍ୟ...
-
ବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟ ସମାଜ ରେ ହୋଇଥିଲା ଏକ ସାହିତ୍ୟ ଯୁଦ୍ଧ ଯାହା “ବୀଜୁଳୀ-ଇନ୍ଦ୍ରଧନୁ ସଂଘର୍ଷ” ନାମରେ ଜଣାଶୁଣା । ଗୋଟିଏ ପଟରେ ଥିଲେ କବିବର ରାଧାନାଥ ...
No comments:
Post a Comment