ଚମ୍ପା ନଗର ର ରାଜା ଦଧିବାହନ ଏବଂ ରାଣୀ ଇନ୍ଦ୍ରାବତୀ ପଶ୍ଚିମ ଓଡ଼ିଶାର ଜଂଗଲ ରେ ବନବିହାର କରିବାକୁ ଆସି ପହଞ୍ଚିଲେ । ବଣ ରେ ବୁଲୁଥିବା ସମୟେ ହଟାତ୍ କେଉଁଠୁ ଏକ ମହାବଳ ଵାଘ ଆସି ସେମାନଙ୍କ ରାସ୍ତା ଓଗାଳିଲା...ଵାଘ କୁ ଦେଖି ରାଣୀ ଭୟଭୀତ ହେଲେ ଏବଂ ଜଂଗଲରେ ଇତଃସ୍ଥତଃ ଦଉଡିବାକୁ ଲାଗିଲେ !ଏପଟେ ରାଜା ବାଘ କୁ ମାରି ରାଣୀ ଙ୍କୁ ଖୋଜିଲେ ହେଲେ ସେତେବେଳକୁ ସେ ନିଘଞ୍ଚ ଜଂଗଲରେ ରାଣୀ କୁଆଡ଼େ ହଜିଯାଇଥିଲେ ।
* ସେକାଳେ ଏକବସ୍ତ୍ରଧାରୀ ଜୈନ ସାଧୁ ପାର୍ଶ୍ଵନାଥ ଙ୍କର ଓଡ଼ିଶା ରହଣୀ ହୋଇଥିଲା ! ତାଙ୍କ ପ୍ରଭାବ ରେ ଏଠାକାର ଜଙ୍ଗଲ ଗୁଡ଼ିକରେ ଜୈନଧର୍ମଗ୍ରହଣ କରିଥିବା ସନ୍ୟାସୀ ସନ୍ୟାସୀନୀ ଜପ ତପ ରେ ନିମଗ୍ନ ରହୁଥିଲେ !ଘଞ୍ଚ ଜଙ୍ଗଲରେ ଇତଃସ୍ତତଃ ବୁଲୁଥିବା ବେଳେ ରାଣୀଙ୍କର ଭେଟ ଜଣେ ଜୈନ ସନ୍ୟାସୀନୀ ସହିତ ହୋଇଗଲା ! ଅତିଶୟ ଭୟଭୀତ ଚଂପାରାଜରାଣୀ ଙ୍କୁ ଜୈନ ସାଧ୍ଵୀ ମାନେ ମଠ ରେ ଆଶ୍ରୟ ଦେଲେ !କିଛିଦିନ ଉତ୍ତାରୁ ଜଣାଗଲା ରାଣୀ ଗର୍ଭବତୀ ଅଛନ୍ତି... ଅନକେ ବାଦବିବାଦ ପର ରାଣୀ ଙ୍କୁ କିଛି ଖାସ ଶର୍ତପାଳନ କରି ଆସ୍ରମ ରେ ରହିବାକୁ ଅନୁମତି ମିଳିଗଲା ! ଶର୍ତ ମୁତାବକ ରାଜପୁତ୍ର ଙ୍କ ଜନ୍ମ ହେଲା ମାତ୍ରେ ତାଙ୍କୁ ଏକ ଚାଣ୍ଡାଳ ଦଂପତ୍ତି କୁ ଦେଇଦିଆଗଲା !ଚମ୍ପାନଗର ରାଜପୁତ୍ର ଙ୍କର ଚଂଣ୍ଡାଳଦମ୍ପତ୍ତି ଦ୍ଵାରା ପାଳନପୋଷଣ ହେଲୁ । ତେବେ ଯେହେତୁ ଚାଣ୍ଡାଳ ଦମ୍ପତି ଗରିବ ଥିଲେ ସେମାନେ ରାଜପୁତ୍ର କୁ ପୌଷ୍ଟିକ ଅହାର୍ଯ୍ୟ ଖାଦ୍ୟ ଯୋଗାଇ ପାରିଲେନୀ ଫଳରେ ରାଜପୁତ୍ର କଣ୍ଡୁରୋଗ ରେ ପୀଡିତ ହେଲେ ଏବଂ ଏହିକାରଣରୁ ସେଇ ଅଞ୍ଚଳରେ ରହୁଥିବା ଜଙ୍ଗଲୀ ଅଧିବାସୀ ମାନେ ରାଜପୁତ୍ର ର ନାମ କରକଣ୍ଡୁ ଦେଇଥିଲେ !
ଯୁଵାବସ୍ଥା କୁ ପ୍ରାପ୍ତ ହେଲାପରେ କରକଣ୍ଡୁ ସେ ଜଂଗଲ ପରେ ନିଜର ଏକାଧିପତ୍ୟ କରିବା ଆରମ୍ବକରଦେଇଥିଲା ! ଦିନେ ଚମ୍ପାନଗର ରାଜା ଙ୍କର କିଛି ଲୋକ ଜଙ୍ଗଲ ରେ କରକଣ୍ଡୁ ହାତରେ ବନ୍ଦୀ ହେଲେ .....ରାଜା ଯେତେବେଳେ ଜାଣିଲେ ଜଣେ କେହୀ ବିଦ୍ରୋହୀ ର ଜଙ୍ଗଲରେ ପାଦୁର୍ଭାବ ହେଲାଣି ସେ ସଦଳବଳ ନେଇ ବିଦ୍ରୋହୀ କୁ ଦଣ୍ଡିତ କରିବା ସକାଶେ କରକଣ୍ଡୁ ରହୁଥିବା ଜଙ୍ଗଲରେ ପ୍ରବେଶ କଲେ । କରକଣ୍ଡୁ ସହ ଚମ୍ପାନଗର ରାଜା ଙ୍କ ତୁମୁଳ ଯୁଦ୍ଧ ହେଲା । ପିତାପୁତ୍ର କେହି କାହାକୁ ଚିହ୍ନି ନ ପାରି ଭୀଷଣ ଯୁଦ୍ଧ ରେ ମାତିଥିଲେ ....ଯେତେବେଳେ ରାଣୀ ଇଂଦ୍ରାଵତୀ ଏ କଥା ଜାଣିଲେ ରାଜା ଙ୍କୁ ଆସି ନିଜର ଏବଂ କରକଣ୍ଡୁ ର ପରିଚୟ ଦେଲେ !ଚଂପାନଗର ରାଜା ଏତେଦିନ ପରେ ନିଜ ପରିବାର କୁ ପାଇ ଏକାବାରେ ନିର୍ବାକ ହେଇଗଲେ । ଖୁସି ରେ ତାଙ୍କ ଆଖିରୁ ଦୁଇଧାର ଲୁହ ବୋହିଗଲା । ପରେ ଦଧୀଵାହନ ତାଙ୍କ ପୁତ୍ର କରକଣ୍ଡୁ କୁ ଓଡ଼ିଶା ର ସେଭାଗ ର ରାଜା ଘୋଷଣା କଲେ ....ପରେ କରକଣ୍ଡୁ ଦ୍ଵାରା ଏଇ କ୍ଷେତ୍ର ରେ ଜୈନଧର୍ମ ର ପ୍ରଚାର ପସାର କରାଗଲା କାହିଁକି ନା ବିପତ୍ତି ସମୟ ରେ ଜୈନ ସାଧ୍ଵୀ ମାନେ ତାଙ୍କ ମାତାଙ୍କୁ ରକ୍ଷା କରିଥିଲେ । କରକଣ୍ଡୁ କୁ ମନେ ରଖିବା ପାଇଁ ଜଗନ୍ନାଥ ପୁରୀରେ ରଥଯାତ୍ରା ସମୟ ରେ ପୁରୀ ରାଜା ଦ୍ଵାରା ଛେରା_ପହଁରା କରାଯାଇଥାଏ । କରକଣ୍ଡୁ ଓଡ଼ିଶା ର ସେଇ ଚଣ୍ଡାଳ ରାଜା ଯାହାଙ୍କ ଦ୍ଵାରା ଏଠାରେ ଜାତିଗତ ଉଦାରୀକରଣ , ସମନ୍ଵୟତା ଏବଂ ଏକତା ସମ୍ଭବ ହୋଇପାରିଛି ।
Subscribe to:
Post Comments (Atom)
"ଟର୍କୀ ପକ୍ଷୀର ନାମକରଣ: ଭାରତ, ପେରୁ ଓ ତୁର୍କୀର ଐତିହାସିକ ସଂଯୋଗ"
Hindi କହିଲେ ଆମେ ଭାରତର ଏକ ଜଣାଶୁଣା ରାଜଭାଷାକୁ ବୁଝନ୍ତି କିନ୍ତୁ ଉତ୍ତର ଆଫ୍ରିକାର ସ୍ଵାହିଲି ଭାଷାରେ ମକାକୁ Hindi କୁହନ୍ତି(ବହୁଵଚନରେ Mahindi କୁହାଯାଏ ।) । ସ...
-
ଵିଶ୍ଵରେ ଵର୍ତ୍ତମାନ ଭୀଷଣ କରୋନା ଵିପତ୍ତି ପଡି଼ଛି କିନ୍ତୁ ଏହା ମଧ୍ଯରେ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ଆଉଥରେ ଆଲୋଚନା ପର୍ଯ୍ୟ...
-
ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍...
-
ଶ୍ରୀଵିଷ୍ଣୁଙ୍କର ଅଷ୍ଟମଅଵତାର ଶ୍ରୀକୃଷ୍ଣ ନାମରେ ଵିଖ୍ଯାତ ଅଟନ୍ତି । ଏହାଙ୍କର ଏଭଳି ନାମକରଣକୁ ନେଇ ନାନାମତ ପ୍ରଚଳିତ । ନିମ୍ନରେ ଉକ୍ତ ମତଗୁଡି଼କ ଵିଷୟରେ ଆଲୋଚନା ...
No comments:
Post a Comment