ରାଜାରାଜୁଡ଼ା ସମୟରେ ଗୁଜରାଟ ର ଗୀର ଅଭୟାରଣ୍ୟ ନିଘଞ୍ଚ ଜଙ୍ଗଲ ଥିଲା ଏବଂ ସେଇ ଜଙ୍ଗଲ ରେ କେବଳ ସିଂହ ମାନଙ୍କର ଏକାଧିପତ୍ୟ ଥିଲା । ଗୁଜରାଟ ର ତିନୋଟି ରାଜବଂଶ କୁ ସିଂହ ମାନଙ୍କର ଶକ୍ତି ର ପରିଚୟ ମିଳିସାରିଛି ! ନିଜକୁ ମର୍ଦ୍ଦପୁଅ ପ୍ରମାଣ କରିବାକୁଯାଇ ଇଂରେଜ ରାଜତ୍ଵକାଳରେ ଏଠାକାର ରାଜା ଏବଂ ରାଜକୁମାର ତଥା ଗୋରା ସାହେବ ମାନେ ଶିକାର ଖେଳିବାକୁ ଗୀର ର ଜଙ୍ଗଲ କୁ ଆସୁଥିଲେ -. ଏଇ ଭଳି ଦିନେ ଶିକାର କରିବାକୁ ଆସି ଗୋଂଡଲ ର ରାଜା ନଟଵରସିଂହ ସିଂହମାନଙ୍କ ଶିକାର ପାଲଟି ଥିଲେ । ୧୯୩୦ ରେ ରାଜକୋଟର ରାଜଗାଦି ପ୍ରାପ୍ତ କରିଥିବା ଧର୍ମେନ୍ଦ୍ରସିଂହ ୧୯୪୦ ରେ ଗୀରକୁ ମୃଗୟା ଖେଳିବାକୁ ଯାଇଥିଲେ । ରାଜା ଙ୍କର ଗୋଟିଏ ଗୁଳି ରେ ସିଁହ ଟିଏ କ୍ଷତାକ୍ତ ହେଲା...କୁହାଯାଏ ରାଜା ଧର୍ମେନ୍ଦ୍ର ଙ୍କ ପଛରେ କୁଆଡେ ସେଇ କ୍ଷତାକ୍ତ ସିଂହ ଟି ଜଙ୍ଗଲ ଶେଷ ହେବା ଯାଏଁ ଗୋଡ଼ାଇଥିଲା !୧୯୩୩ରେ ସୟାଜୀରାଓ ଗୀର ର ଜଙ୍ଗଲ ରେ ଶିକାର କରିବାକୁ ବାହାରିଲେ । ଜଙ୍ଗଲ ମଧ୍ୟେ ସିଂହ ଶିକାର ପାଇଁ ମଞ୍ଚା ବନ୍ଧାଯାଇଥିଲା । ଅନେକ ଅପେକ୍ଷା କଲାପରେ ସିଂହ ଟିଏ ଦେଖି ଏକେବାରେ ଗୁଳିଚଲାଇଦେଲେ । ଯୋଗ କୁ ତାହା ଲକ୍ଷଭ୍ରଷ୍ଟ ହେଲା ! ରାଜା ନିରାଶ ମନରେ ରାଜପ୍ରାସାଦ କୁ ଫେରିବାକୁ ସଜବାଜ ହେଉଛନ୍ତି ଏପଟେ ସିଂହ ରାଜାଙ୍କୁ ଶିକାର କରିବାକୁ ତିଆର ହେଉଥାଏ । ଠିକ ସେତିକି ବେଳେ ଜଙ୍ଗଲକୁ ଜାଳଣୀ ସଂଗ୍ରହ ଉଦ୍ଦେଶ୍ୟରେ ଆସିଥିବା କୋଳୀ ଜାତି ର ଦୁଇଜଣ ଯୁବକ ହରି - ଅର୍ଜୁଣ ଦୂର ରୁ ଏ ଦୃଶ୍ୟ ଦେଖିନେଲେ ଏବଂ ତତ୍କ୍ଷଖାତ୍ ସିଂହ କୁ ମାରି ଘଉଡ଼ାଇଲେ । ସେଦିନ ସେ ଦିଜଣ ଙ୍କ ଯୋଗୁଁ ଜଙ୍ଗଲ ର ରାଜା ସିଂହ ଠାରୁ ବଡ଼ୋଦରା ରାଜା ଅଳ୍ପକେ ବର୍ତ୍ତିଯାଇଥିଲେ ! ପରେ ବଡ଼ୋଦରା ରାଜା ସୟାଜୀରାଓ ଗାୟକଵାଡ ନିଜ ଜୀବନ ବଞ୍ଚାଇଥିବା ହେତୁ ସେହି ଦୁଇଜଣ ସାହସୀ ଯୁବକଙ୍କୁ ବଡ଼ୋଦରା ଡକାଇ ସମ୍ମାନିତ କରିଥିଲେ । ପୁଣି ଭବିଷ୍ୟ ବଂଶଧରମନଙ୍କୁ ବୀର ଯୁବକ ମାନଙ୍କ ବାହାଦୁରୀ ଜଣାଇବା ପାଇଁ ବଡ଼ୋଦରା ରାଜା କମାଟୀବାଗ ଠାରେ ଦୁଇଟି ଶୈଳ ପ୍ରତିମା ମଧ୍ୟ ସ୍ଥାପନା ମଧ୍ୟ କରାଇଛନ୍ତି ଯାହା ଏବେ ବି ବିଦ୍ୟମାନ ।
ପୃଥିଵୀ ପୃଷ୍ଠରେ ସିଂହର ଘର ପଚାରିଲେ ଦୁଇ ଟି ନାଆଁ ଶୁଣିବାକୁ ମିଳିଥାଏ ଆଫ୍ରିକା ଏବଂ ଗୀର । ସିଂହ ଯୋଗୁଁ ଵିଶ୍ଵସାରା ପ୍ରଶିଦ୍ଧି ଲାଭକରିଥିବା ଗୀର ଅଭୟାରଣ୍ୟ ର ସ୍ଥାପନା ଆଜକୁ ପ୍ରାଯଃ ୫୦ ଵର୍ଷ ପୂର୍ବେ 18 ସେପ୍ଟେମ୍ବର ୧୯୬୫ ରେ ହୋଇଥିଲା ଅର୍ଥାତ୍ ଏଇଦିନ ଠାରୁ ଗୀର ଜଙ୍ଗଲ କୁ ସରକାର ଅଭୟାରଣ୍ୟ ସଂରକ୍ଷିତ ଜଙ୍ଗଲ ଘୋଷଣା କରିଥିଲେ । ଦସ ଵର୍ଷ ପରେ ଅଭୟାରଣ୍ୟ ର କିଛି ଅଂଶ କୁ ନେଶନଲ ପାର୍କ କୁହାଗଲା । ଏହି ଅଭୟାରଣ୍ୟ ର ଆୟତନ ସରକାରୀ କାଗଜପତ୍ର ରେ ପ୍ରାୟଃ ୧୪୦୦ ବର୍ଗ କିଲୋମିଟର ଲେଖାଯାଇଥିଲେବି ଏହାରା ଆୟତନ ଟିକେ ଅଧିକ ! ଭାରତରେ ମୋଟ ୪୫୦ଟି ଅଭୟାରଣ୍ୟ ମଧ୍ୟରୁ ଅଭଯାରଣ୍ଯୋମାଂ ଗୀର ସିଂହ ପାଇଁ ପ୍ରସିଦ୍ଧ । ଏମିତତ ଏଠାରେ ପୁରାତନକାଳରୁ ସିଂହଜାତି ବାସକରୁଅଛି କିନ୍ତୁ ଵିଁଶ ଶତାବ୍ଦୀ ର ଆରମ୍ଭ ସମୟ ରେ ଲୋକ ମାନଙ୍କ ପାଇଁ ଚର୍ଚା ର ବିଷୟ ପାଲଟି ଥିଲା । ବର୍ଷ ବର୍ଷ ଧରି ବନ୍ୟଜୀବ ମୁଖ୍ୟତଃ ସିଂହ ଶିକାର ଫଳରେ ଏଠାରେ ମାତ୍ର ୧୨-୧୫ ଟି ସିଁହ ହି ରହିଯାଇଥିଲେ । ଜୂନାଗଢ ନଵାବ ସିଂହ ମାନଙ୍କ ଵଂଶରକ୍ଷା ପାଇଁ ଗୀର ରେ ଶିକାର ନିଶେଦ୍ଧ କରାଇଲେ ଏବଂ ଧୀରେ ଧୀରେ ସିଂହ ମାନଙ୍କ ବଂଶବୃଦ୍ଧି ଘଟିଲା ।ବିଗତ 20ବର୍ଷ ମଧ୍ୟରେ ରାଜ୍ୟ ଆର୍ଥିକ ପ୍ରଗତି କରିବା ସହ ସିଂହ ମାନଙ୍କ ସଂଖ୍ୟା ମଧ୍ୟ 300 ପାର କରିସାରିଥିବା ଜଣାଯାଇଛି ।
Subscribe to:
Post Comments (Atom)
Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ
ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...
-
ଵିଶ୍ଵରେ ଵର୍ତ୍ତମାନ ଭୀଷଣ କରୋନା ଵିପତ୍ତି ପଡି଼ଛି କିନ୍ତୁ ଏହା ମଧ୍ଯରେ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ଆଉଥରେ ଆଲୋଚନା ପର୍ଯ୍ୟ...
-
ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍...
-
ବିଶେଷ୍ୟ, ବିଶେଷଣ ଓ ସର୍ବନାମ ଶବ୍ଦ ମାନଙ୍କ ପରେ ବିଶେଷ ବିଶେଷ ଅର୍ଥରେ ଯେଉଁ ପ୍ରତ୍ୟୟମାନ ଯୋଗକରାଯାଇ ନୂତନ ଶବ୍ଦ ଗଠିତ ହୁଏ ସେଭଳି ବ୍ୟାକରଣଗତ ନିୟମକୁ ତଦ୍ଧିତ କୁ...
No comments:
Post a Comment