Friday, November 27, 2015

ସୁମୀ ଅପା ର ଲଭଷ୍ଟୋରୀ

2013 ବରଷ କଥା !! ବଡ଼ ସହର ରୁ ଗାଁ କୁ ଯାଇଥାଏ ! ଦିନଯାକ ଟ୍ରେନ ରେ ବସି ବସି କ୍ଳାନ୍ତ ହୋଇଯାଇଥିଲି । ସଂଧ୍ୟା 7 ଟାରେ ଗାଁ ରେ ପହଁଚି କଣ ଦି ଟା ଖାଇ ଦେଇ ଛାତ ଉପରେ ଦଉଡ଼ିଆ ଖଟରେ ପଡ଼ି ଗଲି । ଠିକ ଅଧରାତି କୁ ଗାଁ ଦାଣ୍ଡରେ ପାଟିତୁଣ୍ଡ ଶୁଣି ମୋ ନିଦ ଏକବାରେ ଭାଙ୍ଗିଗଲା । ବୁଝୁ ବୁଝୁ ଜଣାଗଲା ସୁନେଇ ମାଉସୀ ଝିଅ ଠିଁ କୁଆଡ଼େ ଠାକୁରାଣୀ ଆସିଛନ୍ତି ସେଇଥି ପାଇଁ ଏତେ ହୋ ହାଲ୍ଲା ! ତଳକୁ ଯାଇ ଦେଖିଲି ଗାଁ ଯାକର ଟୋକା ଟୋକି ମାଇପୀ ଅଣ୍ଡିରା ମାଉସୀ ଘର ଆଗରେ ରୁଣ୍ଢ ହୋଇଛନ୍ତି । କୌତୁହଳବଶ ତାଙ୍କ ଘର ଆଡ଼େ ଯାଇ ଦେଖିଲି ଗୋଟାଏ ପଟେ ମାଉସୀ କନ୍ଦାକଟା କରୁଛିତା ଝିଅ ସୁମି ର ଚେହେରା ମଳିନ ,ବାଳ ଝୁଁପୁରା ଏବଂ କପଡ଼ା ରେ ମାଟି ଲାଗିଥିଲା ।
ତେବେ ଭୁତ ପ୍ରେତ ଲାଗିବା ଏବଂ ଠାକୁରାଣୀ ଆସିବା ଆଦି ଯେତକ ଯାବତୀୟ ଘଟଣା ଦୂର୍ଘଟଣା କୁ ମୁଁ ଟିକେ ଭିନ୍ନ ଦୃଷ୍ଟି ରେ ଦେଖେ....
ସେମିତି ଗହିରୀଆ କଥା ଯାଣିବାକୁ ହେଲେ ମୁଁ ଦାସ ବୁଢ଼ା ପାଖ କୁ ଧାଁଏ !!
ଅଜାଙ୍କ ଘରକୁ ଗଲାରୁ ଜଣିବାକୁ ପାଇଲୀ ବୁଢ଼ା ବାଦାମ ଗଛ ଉପାଡିବାକୁ ପାଳ କୁ ଯାଇଛି । ମୋର ଲେଡି BSA ସାଇକେଲ ଟା ଧରି ଯାଇ ବୁଢ଼ା ପାଖରେ ଏକବାର ହାଜର ହୋଇଗଲି । ସେତେବଳକୁ ଦାସ ଅଜା ବ୍ରାହ୍ମଣୀ ନଦୀ କୁଳରେ ନଦୀବନ୍ଧ ଉପରେ ବସି ତରଭୁଜ ଖାଉଥାଏ । ମୋତେ ଦେଖି ଅଜା ଏକାବେଳେକେ ଡବଲ ଖୁସୀ ହୋଇଗଲା । ମୋତେ ଦେଖୁ ଦେଖୁ ଦାସ ବୁଢ଼ା କହିଲା :- ସାଙ୍ଗ ମୋ ବାହାଘର ଦେଖିବାକୁ ଅଇଲୁ ଗାଁ କୁ ନା କଣ ଆଉ.....
ମୁଁ ଅଳ୍ପ ହସି କହିଲି
"ଅଜା ତେମେ ସବୁ ଏକେଲା ଏକେଲା ଖାଇଯାଅ ବୁଝିଲ..,
ଆଉ ଆମେ ନାତୀମାନଙ୍କ ଦୁଃଖ କିଏ ଦେଖିବ ଯେ....
ଦାସବୁଢ଼ା ଟିକେ ଚମକି ପଡ଼ିଲା....ମୋ ସ୍ଵଭାବ ତାକୁ ଜଣା....
ଭାବିଥିବ କୋଉଠୁଁ ବୋଧେ ଝଗଡ଼ା କରି ଆସିଛି ।
ଅଜା ଟିକେ ନରମୀ ଯାଇ ମୋତେ ପାଖରେ ବସାଇ ତରଭୁଜ କାଟି ଦେଲା...ନେ ସାଙ୍ଗ ଖା...ଆଉ ନଦୀକୁ ଗାଧୋଇ ଆସିଥେଲୁ ନ କଣ ବା ??
ନାଇଁ ଅଜା ତେମେ ଆପଣ ଙ୍କ ପାଖକୁ ଆସିଥେଲି ନା ଆଉ ମୁଁ ଅଳ୍ପ ହସି କହିଲି ଦାସଅଜା ର ଦାନ୍ତ ସବୁ ଏବେ ଦିଶିଲା....
ମୁରୁକି ହସା ଟାଏ ଦେଇବୁଢ଼ା ପଚାରିଲା କଣ ହେଲା ନାତୀ ମୋ ପାଖରେ ତୋର କି କାମ ବା ..... !!
ମୁଁ କାଲି ରାତି କଥା ଗୋଟି ଗୋଟି ସବୁ ଅଜା ଆଗରେ ଅମୂଳଚୁଳ କହିଗଲି ।
ସବୁ ଶୁଣି ବୁଢ଼ା ହସିଲା କହିଲା .....ଆରେ ଏଇ କଥା କୁ ନାଆ ପେଲିଦେଲି କଲିକତା କୁ ....
ସେ ଟୋକି ର ଚାଲିଚଳଣ ଠିକ ନୁହେଁ
ତଳ ସାହି ରାଧୁ ପୁଅ କଣ ତ ତା ନାଁ ଟା ହଁ ଅଭି ସହ ତା ର ଭୀତିରିଆ ପ୍ରେମ ଚାଲିଛି । ଅଜା ବୁଢ଼ା କୁ ଚିଡ଼େଇବାକୁ ଯାଇ କହିଲି'ଆଜା ପରଝିଅ ଵୋହୂ ଙ୍କ ନାଆଁରେ ଏମିତି ଲଗେଇ ଯୋଖେଇ କହିବା ଠିକ ନୁହଁତୁମ ପାଖରେ କି ପ୍ରମାଣ ଅଛି ସୁମିଅପା ନାଁ ରେ କେତେ କଣ କହିଗଲ'ବୁଢ଼ା ରାଗିଗଲା କହିଲା ଶୁଣେ ତୋ ଯୋଉ ସୁମୀ ଅପା କୁ ସତୀ ସାବିତ୍ରୀ ଭାବୁଛୁ ଅନା ନିତି ରାତି ରେ ତାକୁ ମୁଁ ଦାମସାହୁ ଘର ବାଁଉଶ ନଟି କୁ ଯିବାର କେତେଥର ଦେଖିଛି ! ଆରେ ମୁଁ କଣ ଗାଁ ର ଅଧେ ଲୋକ ତାଙ୍କ ଚୋରା ପିରତୀ କଥା ଜାଣନ୍ତି ...ବୁଢ଼ା କଥା ରୁ ସବୁ କ୍ଲିଅର ହୋଇଗଲା....ସେ ଠାକୁରାଣୀ ଆସିବା କଥା ତା ହେଲେ ପୁରା ଡାହା ମିଛ !!!
ବୁଢ଼ା ସହିତ ବହୁତ ଗପିଲି
ଗଲା ବେଳକୁ ଅଜା ବୁଢ଼ା କହିଲାସାଙ୍ଗ ତୋ ଭଉଣୀ କୁ ମୋତେ ବାହା ଦବୁ ନା ?
ମୁଁ ଅଳ୍ପ ହସି କହିଲି
ଅଜା କୋଟିଏ ଟଙ୍କା ଯୌତୁକ ଦେଲେ ଯାଇ କନ୍ୟା ରତ୍ନ ମିଳିବ କଣ ମାଗଣା ଭାବୁଛ କି !!!
ବୁଢ଼ା ଅଜା ଠୁ ବିଦା ନେଇ ସେଠୁ ଘରକୁ ଫେରିଲି !
ଦୁଇ ଦିନପରେ ଦିନେ ଖରାବେଳିଆ ସୁନେଇ ମାଉସୀ ଘରୁ ସୁମୀ ଅପା ର କାନ୍ଦ ବୋବାଳୀ ଶୁଣି କଣ ହୋଇଛି ଦେଖିବାକୁ ଦୌଡିଗଲା ।
ମାଉସୀ ସୁମୀ ଅପା କୁ ନିର୍ଧୁମ ପିଟୁଥାଏ ଅପା ଚିଲଉ ଥାଏ.....
ଏଇ ବର୍ଷ ଅଭି ଭାଇ ସହ ସୁମୀ ଅପା ର ବାହାଘର ହୋଇଯାଇଛିପ୍ରଭୁ ଜଗନ୍ନାଥ ଙ୍କ କୃପାରୁ କୋଳକୁ ପୁଅ ଟିଏ ଛୋଟ ସଂସାର ସୁଖୀ ସଂସାର !!

ହେଲେ ମୋ ମନ ର ପ୍ରଶ୍ନ ଟା ଅନୁତ୍ତରୀତ ରହିଗଲା ସୁନେଇ ମାଉସୀ ସୁମୀ ଅପା କୁ ଦିନ ଦିପହର ଟା ରେ କାହିଁକି ପିଟୁ ଥିଲା ???
ପାଠକଙ୍କୁ ଉତ୍ତର ଜଣାଥିଲେ ଦୟାକରି ଉତ୍ତର ଟା ଲେଖି ଜଣାଇବେ...

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...