ଗଡଜିଲା... କୁ ନେଇ ହଲିଉଡ ରେ ଅନେକ ଫିଲ୍ମ ତିଆରି ହୋଇଛି ! ଏଭଳି ଫିଲ୍ମ ସବୁ କୁ ବକ୍ସ ଅଫିସ ରେ ରେକର୍ଡ ସଫଳତା ମଧ୍ୟ ମିଳିଛି ।ତେବେ ଏଯାଏଁ ପୃଥିଵୀ ରେ ମିଳିଥିବା ଡାଇନୋସର ର ଜୀବାଶ୍ମ ଗୁଡିକ ମଧ୍ୟରେସବୁଠାରୁ ଉଜନିଆ ଡାଇନୋସର ର ଉଜନ ପ୍ରାୟ 80 ଟନ ତଥା ସବୁଠୁଁ ଉଚ୍ଚ ଡାଇନାସୋର ର ଉଚ୍ଚତା ପ୍ରାୟ 60 ଫୁଟ ପର୍ଯ୍ୟନ୍ତ ହୋଇଥିବା ଜଣାଯାଇଛି ... ହଲିଉଡଵାଲା 385 ଫୁଟ ଉଚ୍ଚ, 90000 ଟନ ଭାରୀ ଗଡଜିଲାଦେଖାଇବାଟା ନିଶ୍ଚିତ ଭାବେ ସାଧାରଣ ଲୋକ ଙ୍କ ମଧ୍ୟେ ଭ୍ରମାତ୍ମକ ଧାରଣା ପୋଷଣ କରୁଅଛି ।Biologically ମଧ୍ୟ ଏହା ଅସମ୍ଭବ !ଏ ଯାଏଁ ପୃଥିବୀ ରେ ମିଳିଥିବା ସବୁଠୁଁ ଭାରୀ ଜୀଵିତ ପ୍ରାଣୀ...ବ୍ଲୂ ଵ୍ହେଲ ର ଓଜନ ପ୍ରାୟ 209 ଟନ...ପୃଥିବୀ ପୃଷ୍ଟରେ ଏକ 90000 ଟନ ର ଦାନଵ କୁ ବଞ୍ଚିବା ପାଇଁ ପ୍ରତିଦିନ କମ ସେ କମ 215000000 କୈଲୋରୀ ଦରକାର ହୋଇଥାଏ ...ଯଦି ସେ ଗଡଜିଲା କୁ କେବଳ ମାନଵ ଭକ୍ଷଣ କରି ବଞ୍ଚିବା କୁ ପଡ଼ନ୍ତା ତାହାଲେ ... ମାନଵ ଶରୀର ରେ ପ୍ରାୟ 110000 କୈଲୋରୀ ମିଳିଥାଏ... ତା ମାନେ ଗଡଜିଲା କୁ ଡେଲୀ ସର୍ଵାଇଵଲ ପାଇଁ 1950 ମଣିଷ ଙ୍କୁ ମାରୀ ଖାଇବାକୁ ପଡନ୍ତା !!
..ପୃଥିଵୀ ର ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ଏତେବଡ଼ ଭୀମକାୟ ଶରୀର କୁ ସପୋର୍ଟ କରିବା ପାଇଁ ଗଡଜିଲା ର ହାଡ଼ ପୃଥିବୀ ର ଗ୍ରାଵିଟୀ ହେତୁ ଓଜନ ନ ସମ୍ଭାଳି ପାରି ...ପ୍ରେସର୍ ବା ଚାପ ଫଳରେ ଧ୍ଵସ୍ତ ହୋଇ ଯାଅନ୍ତା ପୁଣି ଗଡଜିଲା ର ହୃଦୟ ଏତେବଡ଼ ଵିଶାଲକାୟ ଶରୀରରେ ପୃଥ୍ଵୀ ର ଗ୍ରେଵିଟୀ ସହ ଲଢ଼ି କରି ବ୍ଲଡ ପଂପ କରିବାରେ ଅସଫଳ ହୋଇ ଯାଅନ୍ତା । ତେଣୁ ସହଜରେ କୁହାଯାଇପାରେ ଏହା କେବଳ ଫ୍ରିକ୍ସନାଲ କୈରକ୍ଟର ମାତ୍ର !ତେବେ ଡାଇନାସୋର ନିଶ୍ଚିତ ଭାବେ ଵାସ୍ତଵିକ ଏଥିରେ ସନ୍ଦେହ ନାହିଁ... ଆଜି କୁ କୋଟି କୋଟି ବର୍ଷ ତଳେ ସେମାନେ ଏଇ ପୃଥିବୀରେ ବିଚରଣ କରୁଥିଲେ In fact ଆଜି ମଧ୍ୟ କରୁ ଅଛନ୍ତି..... Yes... ହଁ ଡାଇନାସୋର ଆଜି ମଧ୍ୟ ଅଛନ୍ତି...ଆପଣଙ୍କ ଆଖ ପାଖ ରେ ଯେଉଁ ପକ୍ଷୀ ଅର୍ଥାତ Birds ଆପଣ ଦେଖୁଛନ୍ତି ...ସେମାନେ ପ୍ରକୃତରେ ... ଡାଇନାସୋର ଵଂଶ ର ହିଁ ପ୍ରାଣୀ ଅଟନ୍ତି । କୋଟିଏ ବର୍ଷତଳେ ହୋଇଥିବା ଡାଇନାସୋର ଯୁଗ ଅଂତ ର ଏମାନେ ଏକମାତ୍ର ଵିଜେତା !
ତାହାଲେ କଣ ଆମେ କୌଣସି ପ୍ରକାରେ ଏଇ ଡାଏନାସୋର୍ସ ମାନଙ୍କୁ ଏକଵିଁଶ ଶତାବ୍ଦୀ ରେ ପୁନଃ ସୃଷ୍ଟି କରିପାରିବା ? ଠିକ ଜୁରାସିକ ପାର୍କ ଭଳି...ଆମେ ମଣିଷମାନେ ଏହା କରିପାରିବା ! ତେବେ ଏଥିରେ କିଛି ଅସୁବିଧା ଅଛି ...
ପ୍ରଥମତଃ ରେଟ୍ରୋ ଜେନେଟିକ ଇଂଜୀନିଅରିଂଗ ଦ୍ଵାରା ପୁନଃ ସର୍ଜିତ ସେଇ ଜୀବ ସବୁ କୁ...
ହିସ୍ଟୋରିକଲ ଡାଇନୋସୋର କୁହାଯାଇପାରିବ ନାହିଁ ! ପୁଣି ପ୍ରକୃତି ର କାର୍ଯ୍ୟ ରେ ବାଧା ଦେଇ ନୂତନ ଜୀବ ସୃଷ୍ଟି କରିବାକୁ କିଛି ଲୋକ ବିରୋଧ ମଧ୍ୟ କରିପାରନ୍ତି । ...ଆଜ କୁ ପ୍ରାୟ 6.5 କୋଟି ଵର୍ଷ ତଳେ ଡାଇନୋସର ମାନେ ଏଭଳି ଏକ ସକାଳ ଦେଖିଲେ ଆକାଶ ରେ 10 କିଲୋମିଟର ଚଉଡା ର ଉଲ୍କା ସେମାଙ୍କ ଆଡ଼କୁ ବୁଢ଼ି ଥିଲା ଏବଂ କିଛି କ୍ଷଣ ପରେ ପୃଥିବୀ ରେ ପ୍ରଳୟ ଆରମ୍ଭ ହୋଇଗଲା । ଆରବ ନ୍ୟୁକ୍ଲିୟର ବୋମା ଏକା ସାଥେ ବିସ୍ଫୋଟ କରିଦେଲେ ଦିଏ ଯେଉଁ ବିନାଶ ହେବକଥା ସେଇଭଳି ଦୃଶ୍ୟ ସବୁ ସେ ଉଲ୍କା ପଡ଼ିବା ଦ୍ଵାରା ଘଟିଥିବ ! ଉଲ୍କା ସହିତ ପୃଥିବୀ ପୃଷ୍ଠ ର ଟକ୍କର ଫଳରେ ପ୍ରଚଂଡ ଶକ ଵେଵ୍ସ ଉତ୍ପନ ହୋଇ ଵିଶ୍ଵବ୍ୟାପୀ ଭୂକମ୍ପ ,ଜ୍ଵାଳାମୂଖୀ ଫାଟିବା ଯୋଗୁଁ ଲାବା ବର୍ଷଣ ତଥା ସାମୁଦ୍ରିକ ସୁନାମୀ ସୃଷ୍ଟି ହୋଇଥିବ । ଉଲ୍କା ଧକ୍କା ଯୋଗୁଁ ଧୂଳି ଧୁଁଆ ମଧ୍ୟରେ ପୃଥିବୀ କୁ ସୂର୍ଯ୍ୟକିରଣ ମିଳିବାରେ ବାଧା ସୃଷ୍ଟି ହୋଇଥିବା ତଥା ପୃଥିବୀ Ice age ବା ହିମଯୁଗ କୁ ଚାଲଯାଇଥିବା ଅନୁମାନ କରାଯାଏ । ବୈଜ୍ଞାନିକ ଙ୍କ ମତରେ ସେଇ ବିସ୍ଫୋଟ ଯୋଗୁଁ ତତ୍କାଳ ଵିଶ୍ଵ 75% ପ୍ରଜାତି... ବିଲୁପ୍ତ ହୋଇଯାଇଥିଲା !!!ବୈଜ୍ଞାନିକ ମାନଙ୍କ ମତରେ ଏପର୍ଯ୍ୟନ୍ତ ପୃଥିବୀରେ 6 ହିମଯୁଗ ଆସିସାରିଛି ଏବଂ ଶେଷ ହିମଯୁଗ 10000 ବର୍ଷ ତଳେ ଶେଷ ହୋଇଅଛି । .ପୃଥିବୀ ପୃଷ୍ଠ ରେ ବର୍ତମାନ ପର୍ଯ୍ୟନ୍ତ ମିଳିସାରିଥିବା 100 ରୁ ଉର୍ଧ୍ଵ ଵିଶାଳକାୟ କ୍ରେଟର ସବୁ ଏହାର ପ୍ରମାଣ..ବର୍ତ୍ତମାନ ମଧ୍ୟ ପୃଥିବୀ ର ଆଖପାଖରେ ଘୁରୁଥିବା 320000 ରୁ ଅଧିକ ଏସ୍ଟେରୋଇଡ ଥିବା ଜଣା ଯାଇଛି ...
ତନ୍ମଧ୍ୟରେ 2100 ଟି ଅତି ଵିଶାଳକାୟ ଉଲ୍କ ଥିବା ଜଣାଯାଇଛି ... ଏଥିରୁ କୌଣସି ଗୋଟାଏ ବି ପୃଥିବୀ ଉପରେ ପଡ଼ିଲେ ମହାବିନାଶ ସାର ହେବ !ତେବେ ମାନବ ପାଖରେ ଆଧୁନିକ ବୈଷୟିକ ବିଜ୍ଞାନ ,ଉନ୍ନତ ମସ୍ତିଷ୍କ ଏବଂ ସହଜେ ହାର ନ ମାନିବାର ଜିଦ୍ ଅଛି ଯାହା ଡାଏନୋସର ଭଳି ପ୍ରଚୀନ ଜୀବ ଠାରେ ନ ଥିଲା ।
Subscribe to:
Post Comments (Atom)
ଵୟେଜର୍ ଗୋଲ୍ଡେନ ରେକର୍ଡ ଏଵଂ ବ୍ଲାଇଣ୍ଡ ଉଇଲି ଜନସନଙ୍କ ମାନଵତାର ଅମର ସଙ୍ଗୀତ
1977 ମସିହାରେ ନାସାଦ୍ୱାରା ପ୍ରକ୍ଷେପିତ ଵୟେଜର-1 ଏଵଂ ଵୟେଜର-2 ମହାକାଶ ଯାନ ମହାକାଶ ଅନୁସନ୍ଧାନରେ ଏକ ନୂଆ ଅଧ୍ୟାୟ ଲେଖିଵା ସହିତ ଏତଦ୍ଵାରା ମାନଵତାର କାହାଣୀକୁ ବ୍ର...
-
ଵିଶ୍ଵରେ ଵର୍ତ୍ତମାନ ଭୀଷଣ କରୋନା ଵିପତ୍ତି ପଡି଼ଛି କିନ୍ତୁ ଏହା ମଧ୍ଯରେ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ଆଉଥରେ ଆଲୋଚନା ପର୍ଯ୍ୟ...
-
ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍...
-
ଶ୍ରୀଵିଷ୍ଣୁଙ୍କର ଅଷ୍ଟମଅଵତାର ଶ୍ରୀକୃଷ୍ଣ ନାମରେ ଵିଖ୍ଯାତ ଅଟନ୍ତି । ଏହାଙ୍କର ଏଭଳି ନାମକରଣକୁ ନେଇ ନାନାମତ ପ୍ରଚଳିତ । ନିମ୍ନରେ ଉକ୍ତ ମତଗୁଡି଼କ ଵିଷୟରେ ଆଲୋଚନା ...
No comments:
Post a Comment