ଦୁନିଆ ଅରଣ୍ୟ ଭିତରେ
ଏ ସର୍ବ ପ୍ରାଣୀ କୋଳାହଳେ
ପୂର୍ଵେ ଯେ ଭ୍ରମର ଏକ ଥିଲା
ଏକାକୀ ଭ୍ରମଣ କରୁଥିଲା
କ୍ରମେ ସେ ମାୟା ର ବନ୍ଧନେ
ଆସି ପଡ଼ିଲା ମାୟାବନେ
ଥିଲା ସେ ପୂର୍ଵେ ସ୍ଵାଭିମାନୀ
ଏବେ ହୋଇଲା ଅଭିମାନୀ
ବାହୁବଳରେ ଗର୍ବ କରି
ସାଥୀବନ୍ଧୁଙ୍କୁ ପରିହରି
ଅହଂକାର ର ହୋଇ ବଶ
ରଖିଲା ସଂସାରେ ଅପଯଶ
ଯୋଗକୁ ଭୂଲି ଭୋଗକଲା
ନଶ୍ଵରେ ଇଶ୍ଵର ଖୋଜିଲା
ଭ୍ରମେ ଭ୍ରମର ଭ୍ରମିଗଲା
କେଡ଼େ ଯେ ଅନର୍ଥ ନ କଲା
ପ୍ରକୃତି ପ୍ରଭାବେ ପାପକରି
ଜ୍ଞାନ ବିଜ୍ଞାନ ନାଶ କରି
ଭୂଲିଲା କର୍ମ ତା ସକଳ
ଗାଡିଆ ଭାବଇ ଗଙ୍ଗାଜଳ
ପାପେ ପାପୀର ମନ ଥାଏ
ପାପକୁ ଇଶ୍ଵର ଚିନ୍ତୁଥାଏ
ଭୟ ଆବେଗେ ପାପକରି
ଭକ୍ତି ଭଜନ ପରିହରି
ସକଳ କର୍ମ କରେ ଯିଏ
ନରକ ପଥ ଯାତ୍ରୀ ସିଏ
ବଡ଼ ଗହନ କର୍ମ ଗତି
ଵିଦ୍ଵାନେ ଏକଥା ଜାଣନ୍ତି
ନାମ ତୁ ନେଇ ହରି ଙ୍କର
ତରିବୁ ଘୋର କଳିକାଳ
ରାଗ ଦ୍ଵେଷ କୁ ରଖି ମନେ
ସଙ୍ଗ ନ ହୁଏ ସୁଧି ଜନେ
ଏମିତି କେତେ କାଳଗଲା
ଦିନେ ସେ ଘୋର ବନେ ଗଲା
ଦେଖିଲା ଛନ୍ତି ମୁନିଋଷି
ରଟନ୍ତି ପ୍ରଭୁ ନାମ ବସି
ମନରେ ପାପବୁଦ୍ଧିକଲା
ଋଷିଙ୍କୁ ଯାଇ ଦଂଶିଦେଲା
ଋଷି ଡାକିଲେ ରଖ ହରି
ଏ ଜୀବ ବଡ଼ ଅହଂକାରୀ
ବିନା କାରଣେ ମୋତେ ଦଂଶି
ମନେ ହେଉଛି ବଡ଼ ଖୁସି
ସାଧୁ ରକ୍ଷକ ତୋର ନାମ
ସଂକଳ୍ପ ରକ୍ଷା କର ତୁମ
ପ୍ରଭୂ ଶୁଣିଲେ ଭକ୍ତ ଡାକ
ନିମିଷେ ହେଲେ କାକରୁପ
ଆସି ଧରିଲେ ଭ୍ରମରକୁ
ଭବୁ ତରିଲେ ପାମରକୁ
ଆସିଲେ ଯମଦୂତ ଦୁଇ
ଚଳିଲେ ଯମପୁର ନେଇ
ଯମ ହୋଇଲେ ଅତିପ୍ରୀତ
କରିଛ ମୋର ବଡ଼ ହିତ
ଚିତ୍ରଗୁପ୍ତ ଙ୍କୁ ପାଶେ ଡାକି
କର୍ଣରେ ତାଙ୍କ ପଚାରନ୍ତି
କିଏ ଏ ଦେବ ମହାମତୀ
ଦେବତା ସମ ଦିଶୁଛନ୍ତି
ବିଷ୍ଣୁ ଙ୍କ ସମ ରୁପ ତାଙ୍କ
ମନେ ହେଉଛି ଶଂକା ଜାତ
ପାଞ୍ଜି ଦେଖିଲେ ଚିତ୍ରଗୁପ୍ତ
କହିଲେ ସକଳ ଅତୀତ
ପୂର୍ଵେ ସେ ଥିଲା ଭ୍ରମର
କରଇ ନିତ୍ୟ ପାପାଚାର
ବନେ ପଶିଲା ଦିନେଯାଇ
ଦଂଶିଲା ଋଷି ମାଁସ ପାଇ
ଋଷି କରିଲେ ଆର୍ତ୍ତନାଦ
ଦେବତା ଗଣନ୍ତି ପ୍ରମାଦ
ପ୍ରଭୂ ଶୁଣିଲେ ଭକ୍ତ ଡାକ
ନିମିଷେ ହେଲେ କାକରୁପ
ମାରିତଡ଼ିଲେ ଭ୍ରମରକୁ
ତରିଲେ ତାକୁ ସଂସାରରୁ
ପ୍ରଭୁ ଙ୍କ ନାମ ଶୁଣିଥିଲା
ଏଣୁ ଏଭଳି ରୁପ ହେଲା
ସମସ୍ତ ପାପ ଗଲା ନାଶ
କଟିଲା ମାୟା ମୋହ ପାଶ
ପ୍ରଭୂ ଙ୍କ ହସ୍ତୁ ମୃତ୍ୟ ଗଲା
ତେଣୁ ସେ ଦେବତା ହୋଇଲା
ଯେ ଯନ୍ତୁପତି ଦଣ୍ଡଧାରୀ
ନାମ କିର୍ତନ ହିତକାରୀ
ଯେ କରେ ପ୍ରଭୁ ନାମ ଜପ
କଳିଯୁଗେ ସେ ହେବ ମୁକ୍ତ ।
[Sisir sahoo manoj]
Subscribe to:
Post Comments (Atom)
ଓଡ଼ିଆ ଜାତିକୁ ଓଡ଼ ନାମ କିଏ ଦେଇଥିଲା ?
ଐତିହାସିକମାନେ ପ୍ରଥମେ ଲେଖିଲେ, ଓଡ଼ିଶାର ନାମକରଣ ପଠାଣ କରିଥିଲେ । ଅନେକ ଵର୍ଷ ଯାଏଁ ଏହି କଥାକୁ ଆନ ଲୋକେ ବି ଘୋଷିଲେ । ପ୍ରକୃତରେ କେତେକ ପ୍ରାଚୀନ ପାରସ୍ୟ ଵିଦ୍ଵାନ...
-
ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍...
-
ଵିଶ୍ଵରେ ଵର୍ତ୍ତମାନ ଭୀଷଣ କରୋନା ଵିପତ୍ତି ପଡି଼ଛି କିନ୍ତୁ ଏହା ମଧ୍ଯରେ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ଆଉଥରେ ଆଲୋଚନା ପର୍ଯ୍ୟ...
-
ବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟ ସମାଜ ରେ ହୋଇଥିଲା ଏକ ସାହିତ୍ୟ ଯୁଦ୍ଧ ଯାହା “ବୀଜୁଳୀ-ଇନ୍ଦ୍ରଧନୁ ସଂଘର୍ଷ” ନାମରେ ଜଣାଶୁଣା । ଗୋଟିଏ ପଟରେ ଥିଲେ କବିବର ରାଧାନାଥ ...
No comments:
Post a Comment