Friday, June 19, 2015

ସମ୍ବଲପୁର

ସମ୍ବଲପୁର ଓଡ଼ିଶା ରାଜ୍ୟ ର ପଶ୍ଚିମ ରେ ଅଵସ୍ଥିତ ଏକ ସହର । ଏହା ଓଡ଼ିଶା ର ଚତୁର୍ଥ ଜନବହୁଳ ସହର ! ଏହି ସହର ର ନାମ 'ସମଲେଶ୍ଵରୀ ଦେବୀ' ଙ୍କ ନାମ ଅନୁସାରେ ହୋଇଅଛି ଯେହେତୁ ମା ସମଲେଇ ସମ୍ବଲପୁର ସହର ର ଅଧିଷ୍ଠାତ୍ରୀ ଦେବୀ । ସମ୍ବଲପୁର, ରାଜଧାନୀ ଭୁବନେଶ୍ଵର ଠାରୁ ୩୨୧ କିମୀ ଦୂର ରେ ପଶ୍ଚିମ ଦିଗରେ ଅବସ୍ଥିତ । ଏହି ସହର ର ନାମ ସମୟାନୁସାରେ ବାରମ୍ବାର ବଦଳିଅଛି ତେବେ ଇତିହାସ ରେ 'ସଂବଲକ', 'ହୀରାଖଣ୍ଡ,'ଦକ୍ଷିଣ କୋଶଲ' ଆଦି ନାମ ସମ୍ବଲପୁର ପାଇଁ ବ୍ଯବହାର କରାଯାଇଥିବାର ପ୍ରମାଣ ମିଳିଛି । ଏହି ସହର ରେ ମୁଖ୍ୟତଃ କୋଶଳୀ (ସମ୍ବଲପୁରୀ) ,ଓଡ଼ିଆ ଏବଂ ହିନ୍ଦୀ ଭାଷା ବୋଲାଯାଇଥାଏ । କେବେ ଏ ସହର ହୀରା ଵ୍ଯବସାୟ ର କେନ୍ଦ୍ର ଥିଲା ! ଆଜି ଏହା ବୟନ ଶିଲ୍ପ ରେ ଅନ୍ତ୍ରରାଷ୍ଟ୍ରିୟ ପ୍ରସିଦ୍ଧି ଲାଭ କରିଛି । ସମ୍ବଲପୁର ସହର ରେ ଆଧୁନିକତା ଏବଂ ମନୋହର ପାର୍ବତ୍ୟାଚଁଳ ର ସମନ୍ଵୟ ଖୁବ ଆକର୍ଷଣୀୟ ଲାଗେ । ବର୍ତମାନ ରସମ୍ବଲପୁର ଜିଲ୍ଲା କୁ ପୁରାତନ କାଳ ରେ ହିରାଖଣ୍ଡ କୁହାଯାଉଥିଲା ଏବଂ ସମ୍ବଲପୁର ସହର ଏହାର ରାଜଧାନୀ ଥିଲା । Ptolemy ଟଲେମୀ ନାମକ ଆଲେକଜାନ୍ଡିଆ ର ପ୍ରସିଦ୍ଧ ପରିବ୍ରାଜକ ତାଙ୍କ ଭ୍ରମଣ କାଳୀନ ଗ୍ରନ୍ଥ ରେ ଏହାକୁ ସମ୍ବଲକ ଲେଖିଛନ୍ତି । ଫ୍ରେନ୍ଚ ପରିବ୍ରାଜକ Tavernier ଏବଂ ଇଂରେଜ ଐତିହାସିକ Edward Gibbon ତାଙ୍କ ଐତିହାସିକ ଗ୍ରନ୍ଥ ରେ ସମ୍ବଲପୁର ରୁ ରୋମ Rome କୁ ହିରା ରପ୍ତାନୀ କଥା ଲେଖିଛନ୍ତି । ସମ୍ବଲପୁର ରେ ଅନେକ ବୀର ସ୍ବତନ୍ତ୍ର ସେନାନୀ ମାନଙ୍କ ଜନ୍ମ ହୋଇ ଅଛି ଯାହା ଏ ଜିଲ୍ଲା ପାଇଁ ଗୌରବ ର ବିଷୟ ....ବୀର ସୁରେନ୍ଦ୍ର ସାଏ ,ମାଧୋ ସିଁହ ,ହାଟ୍ଟେ ସିଁହ ,କୁଞ୍ଜେଲ ସିଁହ , ଅଇରୀ ସିଁହ ,ବଇରୀ ସିଁହ ଆଦି ନିଜ ମାଟି ମାଆ ପାଇଁ ଜୀବନ ଦେଇ ଦେଇଛନ୍ତି । ସମ୍ବଲପୁର ରେ ଉନ୍ନତମାନ ର ଶିକ୍ଷା ପ୍ରଦାନ ହେତୁ ଅନେକ ସ୍କୁଲ କଲେଜ ସବୁ ଖୋଲାଯାଇଅଛି ଯଥା ସମ୍ବଲପୁର ୟୁନିଵର୍ସିଟି ,ବୀର ସୁରେନ୍ଦ୍ର ସାଏ ମେଡିକାଲ କ୉ଲେଜ, ବୀର ସୁରେନ୍ଦ୍ର ସାଏ ୟୁନିଵର୍ସିଟି ଅଫ ଟେକ୍ନୋଲୋଜୀ ,ଗଙ୍ଗାଧର ମେହର କଲେଜ ,ଗର୍ମେଣ୍ଟ ଓମୈନ୍ସ କ୉ଲେଜ , ଓଡ଼ିଶା ମେଡିକାଲ କ୉ଲେଜ ଅଫ ହୋମିଓପୈଥୀ ! ସମ୍ବଲପୁର ଓଡ଼ିଶା ର ଇଣ୍ଡସ୍ଟିଆଲ ଜିଲ୍ଲା ଏବଂ ସହର । ଏଠାରେ ହିଣ୍ଡାଲକୋ ,ସମଲେଶ୍ଵରୀ ସ୍ପନ୍ଞ ଆଇରନ ଲି. ,ଭୁଷଣ ସ୍ଟିଲ ଏଣ୍ଡ ପାଵର ଲିମିଟେଡ ,ବେଦାନ୍ତ ଆଲୁମିନିଅମ ଲିମିଟେଡ ,ଆର୍ୟାନ ଇସ୍ପାତ୍ ଆଣ୍ଡ ପାଵର ଲିମିଟେଡ ଆଦି ଅନେକ କଳକାରଖାନା ସବୁ ଅଛି । ହିରାକୁଦ ଡୈମ ଏବଂ ବିଦେଶୀ ପକ୍ଷୀ ଦେଖିବା ଉଦ୍ଦେଶ୍ୟ ରେ ମଧ୍ୟ ଅନେକ ପର୍ଯ୍ୟଟକ ଏଠାକୁ ଆସିଥାଅନ୍ତି । ଦେଶ ର ପ୍ରାୟ ସମସ୍ତ ମୁଖ୍ୟ ସହର ରୁ ସମ୍ବଲପୁର କୁ ରେଳପଥ ଏବଂ ସଡକପଥ ଦ୍ଵାରା ଆସିପାରିବେ ! NH-6 ଯୋଗେ ମୁମ୍ବାଇ ଏବଂ କଲିକତା ସହିତ, NH-42 ଦ୍ଵାରା କଟକ ଏବଂ ଓଡ଼ିଶା ର ଅନ୍ୟ ଉପକୂଳବର୍ତୀ ସହର ଗୁଡ଼ିକ ସହ , SH-10 ଦ୍ଵାରା ରାଊଲକେଲା ସହ ସଡକ ପଥ ଦ୍ଵାରା ସଂଯୁକ୍ତ !ଇରେଁଜ ମାନେ ସମ୍ବଲପୁର ରେ Jamadarpali Airstrip ନିର୍ମାଣ କରିଥିଲେ ଏହା ଏବେ ନେତା ଏବଂ ଅନ୍ୟ ସରକାରୀ କାର୍ୟ ହେତୁ ଵ୍ଯବହୃତ ହେଉଅଛି । ଭବିଷ୍ୟତ ରେ ଏଠାରେ ଏକ ଏଆରପୋର୍ଟ ନିର୍ମାଣ କରାଗଲେ ପଶ୍ଚିମ ଓଡ଼ିଶାର ଅନେକ ଲୋକ ବିଶେଷ କରି ସମ୍ବଲପୁର ଝାରସୁଗୁଡ଼ା ଜିଲ୍ଲାର ଲୋକ ଅନେକାଂଶ ରେ ଉପକୃତ ହୁଅନ୍ତେ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...