Tuesday, December 20, 2016

●●●◆ସାୟନୋବୈକ୍ଟରିୟା◆●●●

ଆଜକୁ ପ୍ରାୟ 3,5 ଆରବ ବର୍ଷତଳେ
ପୃଥିବୀ ଆଜିଭଳି ନଥିଲା ।
ସେତେବେଳେ ବାୟୁମଣ୍ଡଳରେ ଅଧିକାଁଶରେ
ନାଇଟ୍ରୋଜେନ୍,କାର୍ବନ୍ ଡାଇଅକ୍ସାଇଟ୍
ଏବଂ ମିଥେନ୍ ଗ୍ୟାସ ହିଁ
ଥିଲା ଏବଂ ଅକ୍ସିଜେନ କେବଳ ଜଳକଣା ମଧ୍ୟରେ ଥିଲା ।
ସମୁଦ୍ରରେ ଏମିତି ଜୀବ ଥିଲେ ଯେଉଁମାନେ ବିନା ଅକ୍ସିଜେନରେ ଜୀବିତ ରହିପାରୁଥିଲେ ।

କିନ୍ତୁ ପ୍ରାୟଃ 2.5 ରୁ 3.5 ଆରବ ବର୍ଷ ତଳେ ଏହି ସୁକ୍ଷ୍ମଜୀବମାନଙ୍କ ମଧ୍ଯରୁ ଏକ ଏକକୋଷୀ ଜୀବ ନିଜର ଏକ ଦକ୍ଷତା ବିକଶିତ କଲା ।
ତାହା ଥିଲା ଫୋଟୋସିନ୍ଥେସିସ୍
.....
ସାୟୋନୋବୈକ୍ଟରିଆ ନାମକ ଏକ ଏକ କୋଷୀ ଜୀବ
ସୂର୍ଯ୍ୟକିରଣ ବଳରେ କାର୍ବନ ଡାଇଅକ୍ସାଇଟ୍ ଏବଂ ପାଣୀରୁ ଶର୍କରା ପ୍ରସ୍ତୁତ କରିବା ଆରମ୍ଭ କରିଦେଲା ଏବଂ ବର୍ଜ୍ୟବସ୍ତୁ ରୂପେ ଅକ୍ସିଜେନକୁ ମୁକ୍ତକରୁଥିଲା ।
ଶର୍କରା ତାକୁ ବଞ୍ଚିବାରେ ସହାଯ୍ୟକଲା ଏବଂ ଜଳ ତଥା କାର୍ବନଡାଇଅକ୍ସାଇଟ୍ ର ଅସରନ୍ତି ଭଣ୍ଡାର ଯୋଗୁଁ ସାୟୋନୋବୈକ୍ଟରିଆ ର ବଂଶବୃଦ୍ଧି ତୀବ୍ର ହେଲା ।

ସେମାନେ ଧୀରେ ଧୀରେ ପୃଥିବୀ ପୃଷ୍ଠରେ ଏକ ନୂଆ ବିଶାକ୍ତଗ୍ୟାସ ଛାଡିବାକୁ ଲାଗିଲେ......
Oxygen ....
ପ୍ରଥମେ ପ୍ରଥମେ ଏହି ଅକ୍ସିଜେନ
ମୃତ ଏକକୋଷୀ ଜୀବ ଏବଂ ଲୋହ ସହ ପ୍ରତିକ୍ରିୟା କରୁଥିଲା କିନ୍ତୁ କିଛି ହଜାର ବର୍ଷ ମଧ୍ଯରେ ଏତେ ପରିମାଣରେ ଅକ୍ସିଜେନ ଜମାହୋଇଗଲା ଯାହା ପ୍ରାଣୀଜଗତ ପାଇଁ ହୋଇପଡିଲା ବିପଦଜନକ ।
ଧୀରେ ଧୀରେ ପୃଥିବୀରୁ ଏକକୋଷୀ ଜୀବ ମରୀବାକୁ ଲାଗିଲେ
ଏବଂ ସାୟନୋବୈକ୍ଟରିଆ ମଧ୍ଯ ଏହି ସଂକଟରୁ କଷ୍ଟରେ ବର୍ତ୍ତିଗଲେ ।
ଭୂବୈଜ୍ଞାନିକ ମାନେ ଏହି ଘଟଣା କୁ
ଅକ୍ସିଜେନ ସଂକଟ କହିଥାଅନ୍ତି ।

ତେବେ ଏଇ ନୂଆ ବିଷାକ୍ତ ଗ୍ୟାସ ଯୋଗୁଁ ଆଉ ଏକ ପରିବର୍ତ୍ତନ ଘଟିଲା ।

ଆଗେ ପୃଥିବୀପୃଷ୍ଠରେ ମିଥେନ ଗ୍ୟାସ୍ ଯୋଗୁଁ ଏକ ଉଷ୍ମ ବାୟୁମଣ୍ଡଳ ଗଢିଉଠିଥିଲା କିନ୍ତୁ ଅକ୍ସିଜେନ ଆଧିକ୍ୟତା ଯୋଗୁଁ ଏହି ଗ୍ୟାସ ଗୁଡିକ ମଧ୍ଯରେ ରାସାୟନିକ ପ୍ରତିକ୍ରିୟା ଘଟି ମିଥେନ ଏବଂ ଅକ୍ସିଜେନ ରୁ ଜଳକଣା ଏବଂ କାର୍ବନ୍ ଡାଇଅକ୍ସାଇଡ୍ ତିଆରି ହେବାକୁ ଲାଗିଲା .....

ମିଥେନ ଗ୍ୟାସ ଅପେକ୍ଷା ଜଳ ଏବଂ କାର୍ବନ ଡାଇଅକ୍ସାଇଡ଼ କମ୍ ଉତ୍ତାପ ଧରି ରଖିପାରନ୍ତି ତେଣୁ ପୃଥିବୀ
ଥଣ୍ଡା ହେବାକୁ ଲାଗିଲା ଏବଂ ଆଜକୁ ପ୍ରାୟ 2.1 ରୁ 2.4 ଆରବ ବର୍ଷ ତଳେ ପୃଥିବୀରେ ପ୍ରଥମ ହୀମଯୁଗ ହୋଇଥିବା ବୈଜ୍ଞାନିକ ପ୍ରମାଣ କରନ୍ତି ।

ତେବେ ଏହି ହିମଯୁଗ ମଧ୍ଯରେ .....

ସାୟନୋବୈକ୍ଟରିଆ ଏବଂ ଅନ୍ୟ କିଛି ଏକକୋଷୀ ଜୀବ ଜୀବିତ ଥିଲେ ।

ଅତଳ ସମୁଦ୍ରରୁ ବୈଜ୍ଞାନିକମାନଙ୍କୁ
ଏମିତି ଏକ
ପ୍ରାଚୀନ ଫୋସିଲ୍ ମିଳିଛି ।

ଯାହା ବଳରେ ବୈଜ୍ଞାନିକ ମାନେ ଅନୁମାନ କରିଛନ୍ତି ଯେ କାଳେ
ଏକ ଏକକୋଷୀ ଜୀବ କେବେ କୋଣସି ସାୟନୋବୈକ୍ଟରିଆ କୁ ଖାଇ ଯାଇଥିଲା କିନ୍ତୁ ସେ ନ ମରି ତା ସହ ଯୋଡି ହୋଇ ଏକ ନୂତନ ଜୀବ ସୃଷ୍ଟି କଲେ ଯାହା କି ସମସ୍ତ ଉଦ୍ଭିଦ ମାନଙ୍କ ପୂର୍ବଜ ଥିଲା ।

ଯେହେତୁ ଏକକୋଷୀ ଜୀବମାନଙ୍କ ମଧ୍ୟରେ ସ୍ତନ୍ୟପାୟୀ ପ୍ରାଣୀଙ୍କ ଭଳି ପ୍ରଜନନ ହୁଏ ନାହିଁ ତେଣୁ ଏହା ଅଧିକ ଯୁକ୍ତିଯୁକ୍ତ ଲାଗୁଅଛି ।।।।

ସବୁଠୁଁ ମଜା କଥା ହେଲା ଯେ

ଏହି ସାୟନୋବୈକ୍ଟରିଆ ଆଜି ବି ଆମ ପୃଥିବୀରେ ସବୁ ସ୍ଥାନରେ ମିଳିଯାଅନ୍ତି
.....
ସେମାନେ ଆଜି ବି ଅମ୍ଳଜାନ ଛାଡୁଛନ୍ତି କିନ୍ତୁ ଏହା ବି ସତ ଯେ ସେଇ ମାନଙ୍କ ଯୋଗୁଁ ହିଁ ଦିନେ ପୃଥିବୀରୁ ଜୀବ ନିଶ୍ଚିହ୍ନ ହୋଇଯାଇଥିଲେ ପୁଣି ସେମାନେ ନଥିଲେ ହୁଏତ ଆଜି ଆମେ ନଥାନ୍ତେ......

No comments:

Post a Comment

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...