Thursday, December 29, 2016

★★★★ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଜଣାନାହିଁ ସେଇଠୁ କଣ୍ ହୋଇଗଲା ★★★★

ଗୋଟାଏ ଭାଷା କୁ ଶିଖିବା ପାଇଁ
17 ବର୍ଷ କଣ୍ କମ୍ ସମୟ ?

ମୁଁ ଗୁଜରାଟର ସୁମୁଲ୍ ଡୈରୀ ରେ କାମ କରୁଥିଲା ସମୟରେ ମାତ୍ର
6 ମାସ ରେ ଗୁଜରାଟୀ ପ୍ରାଞ୍ଜଳ ପଢିପାରିଥିଲି ବୁଝିପାରୁଥିଲି
ମୋତେ ଗୁଜରାଟୀ ଶିଖିବାକୁ ସେତେଟା ଅସୁବିଧା ହୋଇନଥିଲା ଯେହେତୁ ମୁଁ ଭାରତରେ ଥିଲି
ପୁଣି ଆଗରୁ ଦୁଇ ତିନୋଟି ଭାରତୀୟ ଭାଷା ଜାଣିଥିଲି ।

ମାତ୍ର ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ବାବୁଙ୍କୁ ଓଡିଆ ଅକ୍ଷର ବି ପଢି ଆସେନି ହେଉ ....
ବଡବଡିଆ ଲୋକଙ୍କର ଏମିତି ଛୋଟ ଛୋଟ ଭୂଲ ହୁଏ ନା
ହେଇଟି ମାଲିକେ ତେମେ ଆମେ କହିଲେ ହେବ ? 😂😂😂😂😂

ହଁ ବାବୁ ଆମର ଗୁଡାଏ ଦିନ ବିଦେଶ ରେ ଥିଲେ ....
ବିଦେଶରେ ପିଲାଦିନ ଯୌବନକାଳ କାଟିଛନ୍ତି
ଆଉ ବୃଦ୍ଧକାଳରେ ଚକ କଳ ନଳ
ପଢିଲେ କଣ୍ ହୁଏ ???
କଂଗ୍ରେସ୍ ଅମଳରେ ପ୍ରୌଢ଼ ଶିକ୍ଷା ଅଭିଯାନ କେତେ ସଫଳ ହୋଇଛି
ଏକଥା ଆଜି ସଭିଏଁ ଦେଖୁଛନ୍ତି ।

ହେଉ ବା ଓଡ଼ିଆ ପୁଣି ଗୋଟାଏ ଭାଷା ???
ଆଜିକାଲି କୋଉ ଧନୀଘର ପୁଅଝିଅ ଓଡିଆ ମିଡିୟମ୍ ସ୍କୁଲ୍ ରେ
ପଢୁଛନ୍ତି ବା....ଜଣକ ନାଆଁ କୁହ ତ.....

ଆମ ମୁଖ୍ୟମନ୍ତ୍ରୀଙ୍କୁ ବି ଓଡ଼ିଆ ଜଣାନାହିଁ
ରାଜା ଭୂଲକଲେ
ଭୂଲଟା ପ୍ରଜାର ବୋଲି ବିଦେଶରେ ଗଣାଯାଏ
ତେଣୁ ଆମ ମୁଖ୍ୟମନ୍ତ୍ରୀଙ୍କୁ
ଓଡ଼ିଆ ଭାଷା ଜଣାନାହିଁ କଣ ହୋଇଗଲା ସେଇଠୁ....

ହଁ ଯଦି ଆମ ମୁଖ୍ୟମନ୍ତ୍ରୀଙ୍କର କିଛି ଦୂର୍ଗୁଣ
ଅଛି ତାହେଲେ କୁହ....
ଆମ ମୁଖ୍ୟମନ୍ତ୍ରୀ ମୋଦୀଙ୍କର ପରି ଚାଲାକ ଚତୁର....
ଏଇ ଯୋଉ ବିହାର ମହାଗଠବନ୍ଧନ ହୋଇଥିଲା
ମନେ ଅଛି
କୁହାଯାଏ ସେ ଆଇଡିଆ ଆଗେ ଆମ ନବୀନ ବାବୁଙ୍କ ଭେଜାକୁ ଆସିଥିଲା ..
ଖାଲି କଂଗ୍ରେସ ସାମିଲ ହେବ ଜାଣି ସିଏ ସେଥିରୁ ଓହରିଗଲେ ନା

ତେବେ ସେ ଯା ହେଉ ନା କାହିଁକି
ଆମ ମୁଖ୍ୟମନ୍ତ୍ରୀ ମଧ୍ଯ ଜଣେ ବିଶ୍ବସ୍ଥରୀୟ
ପ୍ରତିଭାବାନ କବି !!!!

ଆଗେ ବିଲାତରେ ଥିଲା ବେଳେ
କେତେ କେତେ
ଇଂରାଜୀ କବିତା ଲେଖୁଥିଲେ

ଆଜି
ଏଠି କବିତା ଲେଖିବା କୁ ସେଇ କବି ପାଖରେ
ସେତେଟା ସମୟ କାହିଁ
ଆଉ ଆଜି କାଲିର ଆଧୁନିକ କବିତା ......

ମୁଁ ଯାଇ ଥେଲି ମାମୁଁ ଘର
ମାମୁଁ ଘର ନୁହେଁ ସେଟା zoo
ଡରିଗଲି ଥରିଗଲି ଜ୍ବରରେ
କମ୍ପିଗଲି ହେଇଗଲା ମୋତେ flu 😂😂😂😂

ଏମିତିଆ କବି ତ ହଜାର ହଜାର ଏ ଦେଶର ଦାଣ୍ଡରେ ଗଡ଼ନ୍ତି....ତେଣୁ କବିଙ୍କ କଲମ ମୌନବ୍ରତ ଧାରଣ କରିଛି ।
😂😂😂

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...