Thursday, December 29, 2016

★★★ପାନ୍ କାର୍ଡ ଆବେଦନ ପତ୍ର ବିଷୟରେ ★★★

ଇନକମ୍ ଟୈକ୍ସ ପଇଠ କରିବା ପାଇଁ ,ବ୍ଯାଙ୍କରେ ଖାତା ଖୋଲିବାର ଥିଲେ
ଅଥବା ନିଜର ପରିଚୟ ପତ୍ର ଦେବାକୁ ପାନ୍ କାର୍ଡ ଟା ବହୁତ ଜରୁରୀ ହୋଇଥାଏ ।

ଆଜିକାଲି ପାନ୍ କାର୍ଡ ଆୟକର ବିଭାଗ ଦ୍ବାରା ତିଆରି କରାଇବା ଟା ଆହୁରି ସହଜ ହୋଇଗଲାଣି । 

■■■■"ପାନ୍ କାର୍ଡର ଆବେଦନ ପତ୍ରରେ ଏସବୁ କରନ୍ତୁ ନାହିଁ"■■■■

1●ଆବେଦନ ପତ୍ରରେ ଅଧିକ ସଂଶୋଧନ ଅର୍ଥାତ୍ ଓଭରରାଇଟିଗଂ କରନ୍ତୁ ନାହିଁ ।
2●.ଫର୍ମରେ ନିଜର ଫୋଟକୁ ପିନ୍ କିମ୍ବା ସ୍ଟାପେନ୍ ନକରି ତରଳ ଅଠାରେ ଲଗାନ୍ତୁ ।
କେହି ଆପଣଙ୍କ ଫୋଟୋ ର ଭୂଲ ବ୍ୟବହାର କରିପାରେ ?
3●. ହସ୍ଥାକ୍ଷର ବକ୍ସରୁ ଦସ୍ତଖତ ଯେମିତି ବାହରକୁ ନଯାଏ ଧ୍ଯାନ ଦିଅନ୍ତୁ ।
4●. ଆପଣଙ୍କ ସହ ସଂପର୍କ ନଥିବା କୌଣସି ତଥ୍ୟ ପରିଚୟ ଏବଂ ଆଡ୍ରେସ୍ ସ୍ଥାନରେ ଦିଅନ୍ତୁନାହିଁ ।
5●. ହସ୍ଥାକ୍ଷର ସହ ନିଜ ଡାକନାମ ତାରିଖ ଆଦି ଦିଅନ୍ତୁନାହିଁ ।

6●. ପତି ଏବଂ ପିତା ଙ୍କ ନାମ ଏକାଠି ନଲେଖି ତନ୍ମଧ୍ୟରୁ ଜଣକ ନାମ ଲେଖନ୍ତୁ ।
7●. ନିଜ ନାମକୁ ସଂକ୍ଷିପ୍ତ କରନ୍ତୁନାହିଁ ।
8●.ଯଦି ତୁମ ପାଖରେ ଗୋଟିଏ ପାନ୍ କାର୍ଡ ଅଛି ଆଉ ଗୋଟାଏ ପାଇଁ ଆବେଦନ କରନ୍ତୁ ନାହିଁ ।

ଆବେଦନ କେମିତି କରିବେ.....

1.◆ ପାନ୍ କାର୍ଡ ଆବେଦନ ପାଇଁ 
୪୯A କିମ୍ବା ୪୯AA ପ୍ରକାର ର ପେପର୍ ବ୍ଯବହାର କରନ୍ତୁ ।

2.◆ ଆବେଦନ ବଡ଼ ଅକ୍ଷରରେ ଇଂରାଜୀ ରେ ଏବଂ କଳା ସ୍ୟାହିରେ ହିଁ କରନ୍ତୁ ।
3◆. ନିଜର ବର୍ତ୍ତମାନ ସମୟର ଫୋଟୋ ହିଁ  (3.5x2.5cm) ସାଇଜ୍ ରେ ଫର୍ମରେ ଲଗାଅ ।4. ଦସ୍ତଖତ ସଦା ହସ୍ତାକ୍ଷର ବକ୍ସ ଭିତରେ କର ।
5.◆ଯଦି ଆଙ୍ଗୁଠି ଚିହ୍ନ  ଦେବାର ଅଛି ତାହେଲେ କୌଣସି ମୈଜିଷ୍ଟ୍ରେଟ୍ ଅବା ନୋଟାରୀ ପବ୍ଲିକ୍ କିମ୍ବା ସରକାରୀ ଅଧିକାରୀ ଦ୍ବାରା ତାହା ଆଟେସ୍ଟ କରନ୍ତୁ ।
6◆. ଧାରା 114 (4) ଅନୁଯାୟୀ ପରିଚୟ,ଠିକଣା ଏବଂ ଜନ୍ମତିଥୀର ପ୍ରମାଣ  ଆଟୈଚ୍ କରନ୍ତୁ ।

7.◆ପରିଚୟ ଏବଂ ପ୍ରମାଣ ରେ ସେହି ସାକ୍ଷ୍ୟ ପ୍ରମାଣ ଲଗାଅନ୍ତୁ ଯାହା ଆବେଦନ ପତ୍ରରେ ଦେଇଥିବା ବିବରଣୀ ସହ ମେଳ ଖାଉଥିବ .... ସମ୍ବନ୍ଧିତ ହୋଇଥିବ ।
8.◆ଆବେଦନପତ୍ରରେ ନିଜର ସମ୍ପୂର୍ଣ୍ଣ ଠିକଣା ପୀନ୍ କୋଡ୍ ସହ ଲେଖନ୍ତୁ ।
9◆. ଆବେଦନପତ୍ରରେ ଟେଲିଫୋନ୍ ନଂ କିମ୍ବା Email no. ନିଶ୍ଚୟଁ ଦିଅନ୍ତୁ ।
10◆. ଯଦି ଆବେଦକ ଜଣେ ରକ୍ଷା ଅଧିକାରୀ
ତାହେଲେ AO କୋଡ୍ ଏହି ଭଳି ଭରନ୍ତୁ....
ସ୍ଥଳସେନା-- PN E W 53,
ନୌସେନା-- MUM W 11 8,
ବାୟୁସେନା-- DEL W 72 211.

11◆.ଯଦି ଆବେଦନକାରୀ ନାବାଳିକ,ମନ୍ଦବୁଦ୍ଧି,ପାଗଳ,କିମ୍ବା ମୃତକ ହୋଇଥାଏ ତାହାଲେ

ଆବେଦନପତ୍ରର କୋଲମ୍ 14ରେ ପ୍ରତିନିଧି କରଦାତାର

ବିବରଣୀ ଲିପିବଦ୍ଧ କରନ୍ତୁ ।
12.◆ଯଦି ପ୍ରତିନିଧି କରଦାତା ନିଯୁକ୍ତ କରାଯାଇଥାଏ ତାହେଲେ ତାଙ୍କ ର ମଧ୍ଯ ସାକ୍ଷ୍ୟ ଏବଂ ପରିଚୟ ପ୍ରମାଣ ଆଟୈଚ କରନ୍ତୁ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...