Wednesday, December 7, 2016

ପଳାଶୋଳ

ପୁରାଣ ବର୍ଣିତ ପଳାଶୋଳ ଗାଆଁ/ପଞ୍ଚାୟତ ଜଗତସିଂହପୁରରେ ଅବସ୍ଥିତ ।

ପୁରାଣ କହେ ଏକଦା ଏଇ ଅଞ୍ଚଳ ପଳାଶ ବୃକ୍ଷରେ ପୂର୍ଣଥିଲା
ଏବଂ ଏଠି ପ୍ରଳମ୍ବାସୁର ରହୁଥିଲା ।
ତା ଅତ୍ୟାଚାର ରେ ଅତିଷ୍ଠ ହୋଇ ଲୋକେ ତ୍ରାହିତ୍ରାହି ଡାକୁଥିଲେ ।

ମହାଭାରତ ଯୁଦ୍ଧକୁ ତ୍ଯାଗକରି ବଳଦେବ ତୀର୍ଥାଟନ ସମୟେ ଏ ରାକ୍ଷସକୁ ପ୍ରାଚୀନଦୀକୂଳରେ ମାରିଥିବା ପୁରାଣ କହେ......

"କଦମ୍ବାସୁରକୁ ମାରି ଇଛାପୁରେ ରହି......
ପ୍ରଳମ୍ବା ବିନାଶୀ ପଳାଶୋଳରେ ଗୋସାଇଁ'...... ରହି ଅଛ ...."

ଏଣୁ ଏ ଗାଆଁରେ କେତେକାଳରୁ ପୂଜା ପାଉଛନ୍ତି ବଳଦେବ ଜୀଉ ....

ନାଟାଚାର୍ଯ୍ୟ ବାଳକୃଷ୍ଣ ମହାନ୍ତି ଭଳି ଅନେକ ଶିଳ୍ପୀ କଳାକାର ଏହି ଗ୍ରାମରେ ଜନ୍ମ ହୋଇଛନ୍ତି ।
ପଳାଶୋଳର ଗ୍ରାମକୋଡ୍  397879 ।
ଏହି ଗାଆଁଟି ଜଗତସିଂହପୁର ତହସିଲ ଠାରୁ ୫ କି.ମି. ଦୂରରେ ଅବସ୍ଥିତ ।
୨୦୦୯ stats. ଅନୁଯାଇ ଗ୍ରାମପଞ୍ଚାୟତର ଆୟତନ 108 ହେକ୍ଟର ଏବଂ ମୋଟ ଜନସଂଖ୍ୟା ୯୫୫ ଲୋକ ।

ପଳାଶୋଳ ଗ୍ରାମପଞ୍ଚାୟତରେ ଅନ୍ୟ ଗ୍ରାମ ଗୁଡିକ ଯଥା
ଦିଘେଶ୍ବର
ଗୋପାଳ
କୋଳାରାମଜୁରାଇ
ମୁକୁନ୍ଦପୁର
ପଳାସୁଧ
ଶାଳୀଜଙ୍ଗ
........................
ଗୂଗଲ ମ୍ୟାପରେ ଏଇ ଗାଆଁକୁ ଦେଖିବାକୁ ଚାହୁଁଥିଲେ
754140 ସର୍ଚ୍ଚ କରନ୍ତୁ.....

No comments:

Post a Comment

"ଟର୍କୀ ପକ୍ଷୀର ନାମକରଣ: ଭାରତ, ପେରୁ ଓ ତୁର୍କୀର ଐତିହାସିକ ସଂଯୋଗ"

Hindi କହିଲେ ଆମେ ଭାରତର ଏକ ଜଣାଶୁଣା ରାଜଭାଷାକୁ ବୁଝନ୍ତି କିନ୍ତୁ ଉତ୍ତର ଆଫ୍ରିକାର ସ୍ଵାହିଲି ଭାଷାରେ ମକାକୁ Hindi କୁହନ୍ତି(ବହୁଵଚନରେ Mahindi କୁହାଯାଏ ।) । ସ...