Sunday, December 4, 2016

ଜାମନଗର ରାଜାଙ୍କ ଅମର କୀର୍ତ୍ତି

୧୯୪୨ ମଧ୍ଯରେ ଦ୍ବିତୀୟ ବିଶ୍ବଯୁଦ୍ଧ ଆରମ୍ଭ ହୋଇଯାଇଥିଲା ।
ସବୁଠୁଁ ଖରାପ ଅବସ୍ଥା ପୋଲାଣ୍ଡର ହୋଇଥିଲା କାହିଁକି ନା ବ୍ରିଟେନ କୁ ଜିତିବାକୁ ହେଲେ ପୋଲାଣ୍ଡ କୁ ଜିତିବାକୁ ହେବ ବୋଲି ଜର୍ମାନୀ ବୁଝିଥିଲା ।

ପୋଲାଣ୍ଡ ଦେଶକୁ ରୁଷ ଆମେରିକା ବ୍ରିଟେନ ଜର୍ମାନୀ ଜାପାନୀ ଆଦି ଦେଶ ମାନଙ୍କର ସୈନ୍ୟ ଆସି ପହଞ୍ଚିଲେ ! ଖଣ୍ଡ ଯୁଦ୍ଧ ଲାଗିଗଲା !!

ଆ ମଧ୍ଯରେ
ପୋଲାଣ୍ଡର ସୈନିକ ମାନେ
୫୦୦ ସ୍ତ୍ରୀ ଏବଂ 200 ପିଲାଙ୍କୁ ଏକ ଜଳ ଜାହଜରେ ବସାଇ
ସମୁଦ୍ର ମଧ୍ଯକୁ ଛାଡିଦେଲେ ।

ସିପ୍ କୈପ୍ଟନକୁ କୁହାଯାଇଥିଲା
କୌଣସୀ ବି ଦେଶରେ ସେମାନଙ୍କୁ ଛାଡିଦେବାକୁ.....
ଭାଗ୍ୟ ଜୋର ଥିଲେ ପୁଣି ଦେଖା ହେବ ନହେଲେ ନାହିଁ.....

୫00 ସ୍ତ୍ରୀ ପିଲା ଶରଣାର୍ଥୀ ହୋଇ
ସମୁଦ୍ରଯାତ୍ରା କରି ଆସି ଇରାନ ର
ଇସ୍ଫହାନ ବନ୍ଦର ନିକଟବର୍ତ୍ତୀ ହେଲେ ।
ମାତ୍ର ସେଠାରେ ଶରଣ ମିଳିବା ତ ଦୂରର କଥା
ଓହ୍ଲେଇବା ମଧ୍ଯ ବାରଣ ଥିଲା ।

ସେସେଲ୍ସ ଏବଂ ଅଦନ ରେ ମଧ୍ଯ ଅନୁମତି ମିଳିଲା ନାହିଁ....

ସମୁଦ୍ରରେ ବୁଲିବୁଲି ଜାହଜଟି ଶେଷରେ ଗୁଜରାଟ ର ଜାମନଗର ତଟରେ ଆସି ପହଞ୍ଚିଲା ।

ଜାମ ନଗରର ତତ୍କାଳୀନ ରାଜା ଦିଗ୍ ବିଜୟ ସିଂହ ଯେତେବେଳେ ଜାହଜ ଲାଗିବା କଥା ଜାଣିଲେ
ସେହି ବିଦେଶୀ ଶରଣାର୍ଥୀଙ୍କୁ ସସମ୍ମାନେ
ଡକାଇ ଆଣି ନିଜ ରାଜମହଲରେ ରଖାଇଲେ ।

ବିଦେଶୀ ଶରଣାର୍ଥୀଙ୍କ ପିଲେ ଯେମିତି ଶିକ୍ଷିତ ହେବେ ସେଥିପାଇଁ
ନିକଟସ୍ଥ ବାଲିଚଢୀ ସୈନିକ ସ୍କୁଲରେ ବ୍ୟବସ୍ଥା କରାଗଲା ।
ପୋଲାଣ୍ଡର ଶରଣାର୍ଥୀ ଜାମନଗରରେ ପ୍ରାୟ ଆଠ ବର୍ଷ କାଳ ରହିଥିଲେ ।

ସେହି ଶରଣାର୍ଥୀଙ୍କ ପିଲା ମଧ୍ଯରୁ ଜଣେ ବାଳକ ଭବିଷ୍ଯତରେ ପୋଲାଣ୍ଡର ପ୍ରଧାନମନ୍ତ୍ରୀ ହୋଇଥିଲା ।
ଆଜି ମଧ୍ଯ ପ୍ରତିବର୍ଷ
ସେହି ଶରଣାର୍ଥୀଙ୍କ ବଂଶଜ ବର୍ଷକୁ ଥରେ ଭାରତ ର ଜାମନଗରକୁ ଆସି ନିଜ ପୂର୍ବଜଙ୍କୁ ମନେପକାଅନ୍ତି ।

ପୋଲାଣ୍ଡ ର ରାଜଧାନୀ ଭର୍ସାୟ ରେ
ରାଜା ଦିଗବିଜୟ ସିଂହଙ୍କ ନାମରେ
ଚାରିଗୋଟି ସଡ଼କପଥ ର ନାମକରଣ କରାଯାଇଛି । ସେ ଦେଶର ଅନେକ ଯୋଜନାର ନାମ ମଧ୍ଯ ରାଜଙ୍କ ନାମରେ ନାମିତ.... ପ୍ରତିବର୍ଷ ଏଠାର ଖବରକାଗଜ ଗୁଡିକରେ ରାଜାଙ୍କ ବିଷୟରେ ଆର୍ଟିକଲ୍ ଛପିଥାଏ ।
କିନ୍ତୁ
ଦୁଃଖର କଥା ଭାରତରେ ବହୁତ କମ୍ ଲୋକ ଏକଥା ଜାଣିଛନ୍ତି ।

No comments:

Post a Comment

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...