Wednesday, December 28, 2016

●●●●ଲାଙ୍ଗୁଡ●●●●

ଯେଉଁ ମାନେ ଗ୍ରାମରେ ରୁହନ୍ତି ଅଅବା ଗ୍ରାମୀଣ ପୃଷ୍ଠଭୂମିର ସେମାନେ ଏହି ଦୃଶ୍ୟ ନିଶ୍ଚୟଁ ଦେଖିଥିବେ ।
ବାକି ନିଜ କଳ୍ପନା ଶକ୍ତି ବଳରେ ଦେଖିନିଅନ୍ତୁ ।

ଗାଁ ର କୌଣସୀ ପଶୁ ଯେବେ ରୋଗଗ୍ରସ୍ତ ହୁଏ କିମ୍ବା ବୃଦ୍ଧାବସ୍ଥା ଯୋଗୁଁ ଅତ୍ୟନ୍ତ ଶକ୍ତିହୀନ ହୋଇଯାଏ ....କିଛି କରିପାରେନା
ବାରମ୍ବାର ଉଠିବାକୁ ଚୈଷ୍ଠାକରି ମଧ୍ଯ ସେ ଅକୃତକାର୍ଯ୍ୟ ହୁଏ ,ବସିଯାଏ ।

ଉଠି ଠିଆ ହେବା ଅତି ଜରୁରୀ ।
ଠିଆ ନ ହେବ ଯଦି ମରିଯିବ ।

ଏମିତି ରେ କୃଷକ ଦୁଇ ଚାରିଜଣ ଲୋକ ଯୁଟାଏ ଏବଂ ସାହାରା ଦେଇ ସେମାନେ ଗୋରୁ କୁ ଠିଆ କରି ଦିଅନ୍ତି ।
ଦୁଇ ଲୋକ ଆଗରୁ ଦୁଇ ଲୋକ ପଛରୁ ଏବଂ ଜଣେ ଲାଙ୍ଗୁଡ ଧରି ଉଠାନ୍ତି ।
ଏବେ ଆପଣ ଭାବୁଥିବେ ଭଲା କଥା ଲାଙ୍ଗୁଡ ଧରି ଉଠାଇବା କଣ ଦରକାର ଯେ ......!!!
ଲାଙ୍ଗୁଡ ଯେଉଁଠି ପିଠି ସହ ଯୋଡା ହୋଇଥାଏ... ପିଚା ରୁ ଠିକ ଉପରେ ହାଁ.....
ସେ ବହୁତ ମଜବୁତ୍ ଯୋଡ ହୋଇଥାଏ ।

ଯେ ପର୍ଯ୍ୟନ୍ତ ସେଠାରୁ ଜୋର ନ ଲଗାଯାଇଛି....
ପଶୁ ହେଉ କିମ୍ବା ମନୁଷ୍ୟ...
ଉଠି ଠିଆ ହେବା ଟା ଦୁଃସାଧ୍ଯ !!!!!!

ମଣିଷ ମାନଙ୍କର ଲାଞ୍ଜ ନାହିଁ
ତେଣୁ ଏ ଅଭାବ ପୁରଣ ପାଇଁ ସଭିଏଁ ଏଇ ଚୈଷ୍ଟାରେ ଥାଅନ୍ତି ଯେ ଗୋଟାଏ ଯୋଡାଏ ପାଞ୍ଚ ପଚିଶ ମୋ ପଛରେ ଚାଲନ୍ତୁ ମୋ କଥା ଶୁଣନ୍ତୁ ....
ମୋର ପ୍ରଶଂସା କରନ୍ତୁ ଇତ୍ୟାଦି ।

ମଣିଷ ମାନଙ୍କ ମଧ୍ଯରେ ଗୋରୁ ହେଉଛନ୍ତି
ଧନାଢ୍ୟ,ବୁଦ୍ଧିଜୀବୀ, ସେଲେବ୍ରିଟି,ନେତା ଶିଳ୍ପପତି ,ଫେସବୁକିଆନ୍ ମଠାଧୀଶ୍ ଆଦି.... ଏମାନଙ୍କର ପ୍ରଶସଂକ ଫୋଲୋର ମାନେ ହିଁ ଏମାନଙ୍କ ର ଲାଙ୍ଗୁଡ଼ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...