Sunday, December 11, 2016

● ହିମାଳୟର ଭ୍ୟାଲି ଅଫ୍ ଫ୍ଲାୱର ●

ହିମାଳୟ ଦୁନିଆର ସବୁଠୁଁ ବଡ ଆଧୁନିକ ଭୂଚଳନୀୟ ପର୍ବତମାଳା ।
ଏହି ହିମାଳୟରେ ରହିଛି ଅନେକ ରହସ୍ୟଜନକ ସ୍ଥାନ ଏବଂ ଭୈଲୀ ଅଫ୍ ଫ୍ଲାୱର୍ ସେଥି ମଧ୍ୟରୁ ଅନ୍ୟତମ ।

ମହାଭାରତ ତଥା ଅନ୍ୟ ଭାରତୀୟ ପୁରାଣ ସବୁରେ ଭୈଲୀ ଅଫ୍ ଫ୍ଲାୱର ବିଷୟରେ ଅନେକ କଥା କାହାଣୀ ଅଛି । କୁହାଯାଏ
ଏଇଠିଁ ହନୁମାନ ବାସକରିବା ସହ ସହସ୍ର ବର୍ଷ ତପ ମଧ୍ଯ କରିଛନ୍ତି ।
ଭୀମ
ଶ୍ବେତକମଳ ସନ୍ଧାନରେ ଏହିଠାକୁ ଆସି ହନୁମାନଙ୍କ ଠାରୁ ଆତ୍ମଜ୍ଞାନ ଲାଭ କରିଥିବାକଥା ମହାଭାରତରେ ଅଛି ।
ପ୍ରାଚୀନକାଳର ଯୋଗୀ ତପସ୍ବୀ ମାନେ ଏ ଅଞ୍ଚଳକୁ ତପସ୍ୟା ପାଇଁ ଆସୁଥିଲେ ଏବଂ କେବଳ ସାଧକମାନଙ୍କୁ ଏଇ ଫ୍ଲାୱର ଭ୍ୟାଲୀ ବିଷୟରେ ଜଣା ଥିଲା ।

ନନ୍ଦାଦେବୀ ଏବଂ ଫ୍ଲାୱର ଭ୍ୟାଲୀ କୁ ମିଳିତ ଭାବେ 1982 ରେ ରାଷ୍ଟ୍ରୀୟ ଉଦ୍ୟାନର ମାନ୍ୟତା ମିଳିଛି, ଏହାକୁ ୟୁନେସ୍କୋ ଠାରୁ ବାର୍ଲ୍ଡ ହେରିଟେଜ୍ ସାଇଟ୍ ର ମାନ୍ୟତା ମଧ୍ଯ ମିଳିଅଛି ।
87.50 √କି.ମି. ଆୟତନ ବିଶିଷ୍ଟ
ଏହି ଫ୍ଲାୱର ଭୈଲୀ କୁ ଲୋକଲୋଚନକୁ ଆଣିଥିଲେ ୧୯୩୧ ରେ
ବ୍ରିଟିଶ୍ ପର୍ବତାରୋହୀ ଫ୍ରୈଙ୍କ ଏସ୍ ସ୍ମିଥ୍ ଏବଂ ତାଙ୍କ ବନ୍ଧୁ ଆର୍ ଏଲ୍ ହୋଲ୍ଡସବର୍ଡ୍ ।
ଏହା ସେମାନଙ୍କୁ ଆକସ୍ମିକ ମିଳିଥିଲା
ଯେତେବେଳେ ସେମାନେ ତାଙ୍କ କୋମାନ୍ ପର୍ବତର ଅଭିଯାନରୁ ଫେରୁଥିଲେ ।

ସେମାନେ ଏହି ଫ୍ଲାୱର ଭ୍ୟାଲୀ ର ସୌନ୍ଦର୍ଯ୍ୟରେ ଏତେ ମୋହିତ ହେଲେ ଯେ ପୁର୍ନବାର 1937 ରେ ଏଇ ଅଞ୍ଚଳକୁ ଫେରି ପ୍ରକୃତି ର ଅନୁପମ ରୂପ ଉପଭୋଗ କରିଥିଲେ ।
ପରେ ସେମାନେ ଏଠାର ଅଙ୍ଗେ ନିଭା କଥା କୁ ନେଇ ଏକ ପୁସ୍ତକ ଲେଖିଥିଲେ
ଯାହାର ନାମ ଥିଲା
*Valley of flowers*
ଏଇ ନାମଟି ରହିଲା ।
ଏଠାରେ ପ୍ରାୟଃ 500 ପ୍ରକାର ଫୁଲ ଥିବା ଜଣାଯାଏ ।
ନଭେମ୍ବର ରୁ ମଇ ଯାଏଁ ଏଠାରେ
ବରଫ ପଡିରହିଥାଏ
ବର୍ଷର ବାକି ସମୟରେ ଏଠାରେ ରଙ୍ଗ ବେରଙ୍ଗ ଫୁଲ ଗଛରେ ସଜାଇ ହୋଇଥାଏ ଫ୍ଲାୱର ଅଫ୍ ଭୌଲୀ..............

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...