Tuesday, December 20, 2016

.....ପୃଥିବୀ ଆମ ବିନ୍ଦୁ ଭଳି...

ନା ଈସା, ନା ମୁସ୍ଲିମ୍ ,
ନା ହିନ୍ଦୁ ଭଳି .....
ଅଦ୍ଭୁତ ଏହି ବ୍ରହ୍ମାଣ୍ଡେ ପୃଥିବୀ
କେବଳ ଏକ ବିନ୍ଦୁ ଭଳି !!

ଛୋଟ ଏହି ପୃଥ୍ବୀରେ
ମହାଦେଶ ଅଛି       ସାତଗୋଟି
ଶତ ଶତ ନଦୀ ସହ
ପଞ୍ଚ ମହାସାଗରଙ୍କ    ଏ      ମିଳନସ୍ଥଳୀ

ସପ୍ତମହାଦେଶେ  ଅଛି ପୁଣି
ଶହେ ପଞ୍ଚାନବେ ଗୋଟି ଦେଶ
ସାତଶହ କୋଟି ଜନସଂଖ୍ୟା
ଭିନ୍ନ ଭିନ୍ନ କେତେ ପରିବେଶ

ଜାତି ଧର୍ମ ନାମରେ
ମରି ମାରନ୍ତି ଲୋକ ଏଠି
ଧର୍ମ ରକ୍ଷକ ମୌଳିବାଦୀ
ନିତି କରନ୍ତି ଡ୍ରାମା ଏଠି ।

ଛୋଟିଆ ଏଇ ଦୁନିଆରେ
ଲୋକଙ୍କ ମହିମା ନିଆରା
ସତ୍ତା ଲେଭି ଯେ ଯେତେ
ପଦ ପାଇଁ ହୁଏ ହଣାମରା ।

ଯେଉଁ ଇଶ୍ବର ସୃଷ୍ଟିକର୍ତ୍ତା
ସତେକି ଏତେ ଦୂର୍ବଳ
ମାନବ ବଳରେ ବଞ୍ଚିବା କି
ଉପରବାଲାର କର୍ମଫଳ ?

ବିନ୍ଦୁ ଭଳି ଏହି ଧରିତ୍ରୀରେ
ପିମ୍ପୁଡି ସମ ମାନବ ମାନେ
ଗର୍ବ ତଥାପି ହୃଦେ ରଖନ୍ତି
ଇଶ୍ବର ଅବା ଜଣେ ଜଣେ


No comments:

Post a Comment

ଵୟେଜର୍ ଗୋଲ୍ଡେନ ରେକର୍ଡ ଏଵଂ ବ୍ଲାଇଣ୍ଡ ଉଇଲି ଜନସନଙ୍କ ମାନଵତାର ଅମର ସଙ୍ଗୀତ

1977 ମସିହାରେ ନାସାଦ୍ୱାରା ପ୍ରକ୍ଷେପିତ ଵୟେଜର-1 ଏଵଂ ଵୟେଜର-2 ମହାକାଶ ଯାନ ମହାକାଶ ଅନୁସନ୍ଧାନରେ ଏକ ନୂଆ ଅଧ୍ୟାୟ ଲେଖିଵା ସହିତ ଏତଦ୍ଵାରା ମାନଵତାର କାହାଣୀକୁ ବ୍ର...