Sunday, December 25, 2016

●●●ପୃଥିବୀକୁ ଆଗେ ଅଣ୍ଡା ଆସିଥିଲା ନା କୁକୁଡା ●●●

1827 ମସିହା କଥା....
ରସାୟନଶାସ୍ତ୍ରୀ ବିଲିୟମ୍ ପ୍ରାଉଡ୍ ତାଙ୍କ ବନ୍ଧୁ ମାନଙ୍କ ସହ ଏକ ଫ୍ୟାମିଲୀ ପାର୍ଟୀରେ ବସି ବାର୍ତ୍ତାଳପ କରୁଥାଅନ୍ତି ।
ଏମିତିରେ ଜଣେ ମହିଳା କୌତୁକରେ ତାଙ୍କୁ ପଚାରିଦେଲେ.....
କଣ୍ ଆପଣ ପ୍ରମାଣ କରିପାରିବେ ଯେ "ଦୁନିଆକୁ ଆଗ ଅଣ୍ଡା ଆସିଥିଲା ନା କୁକୁଡା "।

ବିଲିୟମ୍ ଙ୍କୁ କିନ୍ତୁ ଏଇ ମଜାଳିଆ ପ୍ରଶ୍ନରୁ ସେଦିନ ଅନୁସନ୍ଧାନ ଯୋଗ୍ୟ ବିଷୟଟିଏ ମିଳିଯାଇଥିଲା ।

ଆରମ୍ଭ ହୋଇଗଲା ଗବେଷଣା ।
ଅଣ୍ଡା ଖୋଳପାକୁ ପରୀକ୍ଷା କରୁଥିବା ସମୟରେ
ତାଙ୍କୁ ଏଲବ୍ଲ୍ୟୁମିନ୍ଜ୍ ନାମକ ଏକ ଜଟିଳ ଯୌଗିକ ଅଣୁ ମିଳିଲା ।

ସବୁପ୍ରକାର ପଦାର୍ଥରେ ଥିବା ପରମାଣୁକୁ ସିଏ ତିନିଭାଗରେ ବାଣ୍ଟିଦେଲେ ।
ସ୍ଫଟିକ ଏବଂ ଶର୍କରା,ଚର୍ବୀ ତଥା ତୈଳଜାତୀୟ ଏବଂ ତୃତୀୟରେ ଅଣ୍ଡା ଖୋଳପାରୁ ମିଳୁଥିବା ଏଇ ଏଲବ୍ଳ୍ୟୁମିନ୍ଜ୍.....

ସ୍ପଟିକ ଶର୍କରା ଚର୍ବୀ ତେଲ ଆଦିରେ
କାର୍ବନ୍ ହାଇଡ୍ରୋଜୈନ ଏବଂ ଅକ୍ସିଜେନ୍ ର ଉପାଦାନ ଥିଲାବେଳେ
ଏଲବ୍ଲ୍ୟୁମିନ୍ଜ୍ ରେ ଏଇସବୁ ମୌଳିକ ଉପାଦାନ ସହ ନାଇଟ୍ରୋଜେନ୍ ଏବଂ ସଲଫର୍  ମଧ୍ଯ ମିଳିଲା ।

ତେବେ ବିଲିୟମ୍ ପ୍ରାଉଡ୍ କେବେବି ଏହା ପ୍ରମାଣ କରିପାରିଲେ ନାହିଁ ଯେ
ପୃଥିବୀ କୁ ଆଗେ ଅଣ୍ଡା ଆସିଥିଲା ନା କୁକୁଡା....
ତେବେ ପରେ
ଏଇ ଏଲବ୍ଲ୍ୟୁମିନ୍ଜ କୁ ନେଇ ଆଉ ଜଣେ ବୈଜ୍ଞାନିକ ବିଶେଷ ଅନୁଧ୍ଯାନ କରିବା ସହ
ଏହାକୁ ପ୍ରୋଟିନ୍ ନାମ ଦେଲେ ।

ଲାଟିନ୍ ରେ ପ୍ରୋଟିନ୍ ର ଅର୍ଥ ହେଉଛି
ପ୍ରଥମ୍
ଏହା ମୂଳ ବୈଦିକ ଶବ୍ଦର ପରିବର୍ତ୍ତିତ ଲାଟିନ୍ ରୂପ ।
ଯେହେତୁ ପ୍ରାଣୀ ମାନଙ୍କ ମଧ୍ଯରେ ଏହା ମିଳିଥିବା ପ୍ରଥମ ମହତ୍ବପୂର୍ଣ ତତ୍ବ ଥିଲା ତେଣୁ ଏଭଳି ନାମକରଣ କରାଯାଇଥିବା ବିଶ୍ବାସ କରାଯାଏ ।

ଆଗକୁ ପ୍ରୋଟିନ୍ ର ଅଧିକ ଅଧ୍ଯୟନରୁ ଜଣାଗଲା ଯେ

ପ୍ରୋଟିନ୍ ମଧ୍ୟରେ 20 ରୁ 22 ଟି
ସରଳ ପରମାଣୁ ଥାଏ ଯାହାକୁ ଏମିନୋ ଏସିଡ୍
କୁହନ୍ତି ଏବଂ ପ୍ରତ୍ୟେକ ପ୍ରୋଟିନ୍ ଅଣୁରେ 10 ରୁ 22 ପ୍ରକାରର ଭିନ୍ନ ଭିନ୍ନ ଏମିନୋ ଏସିଡ୍ ମିଳିଥାଏ ।
ଏଇ ଏମିନୋ ଏସିଡ୍ ଯୋଗୁଁ ଆଜକୁ 350 କୋଟି ବର୍ଷ ତଳେ ପୃଥିବୀରେ ଜୀବନ ସୃଷ୍ଟି ହୋଇଥିବା ବୈଜ୍ଞାନିକ ମାନେ ମତ ଦିଅନ୍ତି ।

କିନ୍ତୁ......
କେମିତି ???

ତାହା
ପରବର୍ତ୍ତୀ ପୋଷ୍ଟରେ ଜାଣିବା.....

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...