Friday, December 2, 2016

ଭେଟନଈ - କୃଷ୍ଣସାରଙ୍କ ସ୍ବର୍ଗ

ଭେଟନଈ
ଆମ ଓଡିଶାର ଏମିତି ଏକ ଗାଆଁ ଯାହା ପାଲଟିଛି କୃଷ୍ଣସାର ମୃଗଙ୍କ ପାଇଁ ସ୍ବର୍ଗ.....

ଗଞ୍ଜାମ ଆସିକା ବ୍ଲକ୍ ରେ ଅଛି ଭେଟନଈ ଗ୍ରାମ ପଞ୍ଚାୟତ.....

ଗଡଜାତ ଶାସନ ସମୟରେ ଏଇ ଗାଆଁଟି ଘୁମୁସର ଗଡ଼ଜାତରେ ଥିଲା

କିମ୍ବଦନ୍ତୀ ଅଛି ଯେ ଥରେ
ଏ ଅଞ୍ଚଳରେ ଆଠଗଡ଼,ଧରାକୋଟ ଓ ଘୁମୁସର ରାଜ୍ୟ ମଧ୍ଧରେ ଭୀଷଣ ଯୁଦ୍ଧ ହେଉଥାଏ !
ହଜାର ହଜାର ସୈନିକ ମରୁଥାଅନ୍ତି ହେଲେ  ପଛଘୁଞ୍ଚା ଦେଉନଥାନ୍ତି ....."
ଶେଷରେ ତିନି ରାଜ୍ୟ ର ରାଜା ଏଇ ଗାଆଁ ପାଖ ନଦୀକୂଳେ ଭେଟ ହୋଇ ଯୁଦ୍ଧ ବିରତୀ ତଥା ଶାନ୍ତି ଘୋଷଣା କରିଥିବାରୁ ଗ୍ରାମର ନାମ ଭେଟନଈ ହୋଇଥିବା ବିଶ୍ବାସ କରାଯାଏ ।

ଭେଟନଈ ଗାଁ ର ପ୍ରତ୍ୟକ୍ଷ ଦେବୀ ହେଉଛନ୍ତି
କଙ୍କଣଦେବୀ ।

ଦେବୀଙ୍କ ମନ୍ଦିର ପାଖକୁ ଲାଗି ଅଛି ଏକ ବିଚିତ୍ର ବିଶାଳ (୫୫ ଫୁଟ ଉଚ୍ଚ) ପଥର ।
କୁହାଯାଏ ଆଗେ ଏଠି କେବଳ ଜଙ୍ଗଲ ଥିଲା ....ଏଇ ବାଟ ଦେଇ ଯାଉଥିବା ଲୋକେ ଏଠି କୌଣସୀ ନାରୀ ର କଙ୍କଣ ଶବ୍ଦ ଶୁଣିବାକୁ ପାଉଥିଲେ ।
ଧୀରେ ଧୀରେ ଲୋକ ବିଶ୍ବାସ ଜନ୍ମ ହେଲାରୁ ଏଠାରେ କଙ୍କଣଦେବୀଙ୍କ ପୂଜା ଆରମ୍ଭ ହୋଇଥିଲା ।

ମନୁସ୍ମୃତି ଅନୁସାରେ ଚିତ୍ରୋତ୍ପଳା ଠାରୁ ଗୋଦାବରୀ ମଧ୍ୟସ୍ଥ ଅଞ୍ଚଳ ଯଜ୍ଞକ୍ଷେତ୍ର ।
ଏଇ ଅଞ୍ଚଳରେ କୃଷ୍ଣସାର ଥିବାକଥା ପ୍ରାଚୀନ ଗ୍ରନ୍ଥ ଗୁଡିକରେ କୁହାଯାଇଅଛି ।

ଭେଟନଈ ଏବଂ ସିଦ୍ଧନଈ ଆଦି ଗାଆଁ ଗୁଡିକରେ ବିନା ସରକାରୀ ସମାୟତାରେ କୃଷ୍ଣସାର ସଂରକ୍ଷଣ କରି ଏ ଅଞ୍ଚଳର ଲୋକେ ସେମାନଙ୍କ ମହନୀୟତା ର ପରିଚୟ ଦେଇଛନ୍ତି ।

ରାଜସ୍ଥାନ ଭଳି ଭେଟନଈ ଗାଆଁ ଲୋକେ କୃଷ୍ଣସାର ମୃଗଙ୍କ ପାଇଁ ସମ୍ବେଦନଶୀଳ .....

ଏମିତିକି ଥରେ ଦଶପଲ୍ଲା ରାଜା ମୃଗଶିକାର କରୁଥିବାର ଧରା ପଡିଲାରୁ ଗାଆଁଲୋକେ ରାଜାଙ୍କୁ ଲଣ୍ଡାକରି ଗାଆଁ ଯାକ ବୁଲାଇଥିବା ପ୍ରବାଦ ଅଛି ।

ଏଇ ମାଟିରେ ଜନ୍ମ ହୋଇଥିଲେ
ମଦନ ମୋହନ ପଟ୍ଟନାୟକ
ଉଦୟ ଚରଣ ପଣ୍ଡା
ବାଞ୍ଛାନିଧୀ ବେହେରା
ବାବାରାଓ ଦୋରା ଭଳି ସ୍ବାଧିନତା ସଂଗ୍ରାମୀ.....

ଇଟିଭି ଓଡିଆ
ଛୋଟ ମୋର ଗାଆଁ ଟି
କାର୍ଯ୍ୟକ୍ରମ ରେ ଗତ ରବିବାର ଭେଟନଈ ଗ୍ରାମ ବିଷୟରେ ଏ ସବୁ ଜାଣି ଗର୍ବ ଅନୁଭବ ହେବା ସହ ଗାଆଁ କୁ ଏ ଯାଏଁ କୌଣସୀ ସରକାରୀ ସାହାଯ୍ୟ ନ ଦିଆଯିବା ଟା ବାଧିଥିଲା .....

ଏଇ ଗାଆଁକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଆଯିବା ସହ ଜଳସେଚନର ସୁବିଧା କରାଗଲେ ଲୋକେ ଉପକୃତ ହେବେ ଏବଂ ରାଜ୍ୟର ପର୍ଯ୍ୟଟନ ବିଭାଗକୁ ଆଉ ଏକ ଟ୍ୟୁରିସ୍ଟ ସ୍ପଟ ମିଳିଯିବ ।

No comments:

Post a Comment

ଵୟେଜର୍ ଗୋଲ୍ଡେନ ରେକର୍ଡ ଏଵଂ ବ୍ଲାଇଣ୍ଡ ଉଇଲି ଜନସନଙ୍କ ମାନଵତାର ଅମର ସଙ୍ଗୀତ

1977 ମସିହାରେ ନାସାଦ୍ୱାରା ପ୍ରକ୍ଷେପିତ ଵୟେଜର-1 ଏଵଂ ଵୟେଜର-2 ମହାକାଶ ଯାନ ମହାକାଶ ଅନୁସନ୍ଧାନରେ ଏକ ନୂଆ ଅଧ୍ୟାୟ ଲେଖିଵା ସହିତ ଏତଦ୍ଵାରା ମାନଵତାର କାହାଣୀକୁ ବ୍ର...