Saturday, November 12, 2016

ଅଳପ

ଅଳପ ପାଇଛୁ ହାତ ପାପୁଲୀରେ
ଅନେକ ରହିଛି ବାକୀ
ଏବେ ଠାରୁ ଯଦି ମନରେ ଗରବ
କାଲି ଯିବୁ ନିଶ୍ଚେଁ ଠକି

ଠକିଦେବେ ତୋତେ ପ୍ରଭୂ ଜନାର୍ଦନ
ଟାଣି ଟାଣି ନେବ ଯମ
କିନ୍ତୁ ଭାଙ୍ଗେନା ମୋହମାୟାର
ପ୍ରାଚୀର
ମନେ ଭରିଅଛୁ ଭ୍ରମ

ଅଳପ ଦେଖିଛୁ
ସଂସାର ପଥରେ
ବଡାଇ କରୁଛୁ କେତେ
ଦେଖିଛୁ କି ଧନ ଶ୍ରୀହରୀବଦନ
କିଁପାଇ ଗରବ ଏତେ

ଅଳପ ଜାଣିଛୁ ଜ୍ଞାନର ସାଗରୁଁ
ସମୁଦ୍ର କୁ ଶଙ୍ଖେ ସମ
ନକର ନକର ଅହଂ ରେ
ତୁଚ୍ଛାକୁ ପାଗଳା ମନ

ଅଳପ କାଳର ଜୀବନ ତୋହର
ନଶ୍ବର ମରଣଶୀଳ
ସ୍ବଳ୍ପକାଳକୁ ଗଳ୍ପରେ
ନସାରି
ଇଶ୍ବର ଶ୍ମରଣ କର ............

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...