ଅନ୍ଧକାର ଗୃହେ 
ଆଲୋକ ଲିଭାଇ
ଦିନେ ନୟନେ
କଳାକନା ବାନ୍ଧି
ବସିଲି ମୁଁ ଯେବେ
କବିତା ଲେଖି......
ଭାବହୀନ ମନ
ସିଥୀଳ ସର୍ବାଙ୍ଗ
ପେଟ ର ଭୋକ
ସ୍ବଭାଷା ବିତୃଷ୍ଣା
ଆସିଲେ ସରବେ
ମୋ ବାଟ ଓଗାଳୀ
ନଲେଖୀ କବିତା
ମାତୃଭାଷାରେ
ଲେଖୁଛି ସେବେଠୁ
ଅନ୍ୟ ଭାଷାରେ
ମନରେ 
ମୁଁ ବଡ଼ ହତଭାଗ୍ୟଟି
ମୋ ଲେଖନୀ
ହେଲାଣୀ 
ପର ର ଚାକର
ନିଜ ମାତା ପାଇଁ
ବେଳ ନାହିଁ ମୋର
ମୋ ପରି ସ୍ବାର୍ଥୀ
ଆଉ ଅଛି କେହି କି ?
ନିଜ ଭାଷା ନିଜ ଜାତୀ
ତ୍ୟାଗକରି
ଯେ ଗଲା
ସେ ହେଲା
ବିନାଶ ପଥେ ଯାତ୍ରୀ
ମୁଁ ମୋ ବିନାଶ 
ମୋ ହାତେ କରିବି
ତୁ କିମ୍ପା ଦୌଡୁଛୁ
ମୋ ପଛେ ରେ ଭାଇ ?
କର କର 
ଉଚ୍ଚ ନିଜ ମାତୃଭାଷା ତୁ
ଲେଖ ଶତ କାବ୍ୟ ଗ୍ରନ୍ଥ
ତୋ କର୍ମ ମାନ ଆଉ
କେ କରିବ କାହିଁ !!!!!!!!
 
No comments:
Post a Comment