ଅଦିନିଆ ବର୍ଷା ଇଏ ମନେ ବରଷିଲା
ଅଜଣାରେ ମନକୁ ମୋ କିଏ ଚୋରୀ କଲା
ଆଶାଢର ବରଷାରେ ଭିଜିଗଲା ସବୁ
ଅମାନିଆ ମନକୁ ମୋ କଲା କିଏ କାବୁ
ଅକୁହା ସେ କଥା ସବୁ କହିଯାଏ ମନ
ଶୁଣନ୍ତା କି କେହୁ ଅବା ମୋର ପ୍ରିୟଜନ
ଅନାଥ ମୋ ମନଥିଲା
ପ୍ରେମର ସଂସାରେ
ଅମାପ ସେ ପ୍ରୀତିଦେଲା
କ୍ଷଣକ ମଧ୍ଧରେ
ଅତିଥୀ
ସେ ଥିଲା ମୋର
ହୃଦୟ ସହରେ
ଆଜି ଦେଖ ଅଧିକାରୀ
ମନ ଅନ୍ତଃପୁରେ
ଆଉ କେବେ ବରଷିବ
ମନରେ ବରଷା
ଅତୀତକୁ ଚିନ୍ତାକରେ
ମନ ମୋ ସହସା
ସ୍ବାଭିମାନୀ ମନ ମୋର ଅଭିମାନ କରେ
ଅସମୟେ ଚାଲିଗଲ ଚାହିଁଲନି ଥରେ
ଆକାଶ ମନର ମୋର
ଆଜି ଖାଲି ମୋ ପଡିଛି
ଆସ ଥରେ ପ୍ରିୟ ତୁମେ
ଲୋଡା ନାହିଁ କିଛି
ଆଶା ଥିଲା ବରଷିବ
ଆଜୀବନ ତୁମେ
ଅବିବେକୀ ହେଲ
ପ୍ରିୟ ଛାଡିଗଲ ତୁମେ
No comments:
Post a Comment