Tuesday, November 8, 2016

ଶମ୍ଭୁମାଆ

ଏକବିଂଶ ଶତାବ୍ଦୀରେ ଅନ୍ଧବିଶ୍ବାସ ପ୍ରତି ଆଧୁନିକ ଯୁବ ସମାଜ କେତେ ସଚେତନ ଏଇ ଘଟଣାଟି
ଶୁଣିଲେ ହୃଦୟଙ୍ଗମ କରିପାରିବେ

ସମ୍ଭୁ ଆମ ଗାଆଁ ର ଜଣେ ନବଯୁବକ
କନ୍ୟା ରସିକ
ମତ୍ତ ମଦ୍ୟ ରସିକ

ଦି ତିନୋଟି ଅବଗୂଣକୁ ଛାଡିଦେଲେ
ତା ଠେଇଁ ଶହେ ଭଲଗୁଣ ଇଶ୍ବର କୁଢେଇ ଦେଇଛନ୍ତି ।

ଆଜିକାଲିକା ଯୁଗରେ ଉଚ୍ଚକୂଳ ଗୋତ୍ରରେ ଜନ୍ମ ନେବାଟା
ଯେମିତି ଅଭିଶାପ ହୋଇଗଲାଣି ନା ସରକାରୀ ଚାକିରୀ ମିଳୁଛି ନା ଅନ୍ୟ ଫାଇଦା ।
ପୁଣି ତହିଁରେ ଖଣ୍ଡାଏତ କୂଳ ସାହୁ ଉପନାମଧାରୀ ! ଥୋକେ ଲୋକ ପୁରା ନାମ ଟା ଶୁଣି ତୁମକୁ ତେଲୀ ଜ୍ଞାନ କରିବେ ଆଉ ଅଧେ ଲୋକ କିଛି ଠାଉରାଇ ନପାରି ତୁମକୁ ଛୋଟ ମଣିବେ । ସମ୍ଭୁ ଓରଫ ଶମ୍ଭୁ ଶରଣ ସାହୁ ର ଏଥିପାଇଁ ସମାଜ ଉପରେ ବଡ ରାଗ ।
ତେବେ ତା'ର ଟାରଜନ ଭଳି ବଳବପୁ ରେ ଏକ ମାତ୍ର ଦାଗ ତା କଜଳପାତିଆ

ରଙ୍ଗ ଯୋଗୁଁ ତାକୁ କେହି ପସନ୍ଦ କରନ୍ତି ନାହିଁ ।

ଏମିତିରେ ତାକୁ ଗାଆଁ ର ଏଣେ ଗୋରୀ କନିଆଁ କୁ ଦେଖୀ ଦେଖୀ one side love  ହୋଇଗଲା । ବିଚରା ତିନି ପାଞ୍ଜୀରୁ ଗଲା !
ଆଉ କାମ ଦାମ କରିବାକୁ ଇଛା ହେଉନଥାଏ ।

ଝିଅ କଲେଜ ପାଠ ସାରି ଚାକିରୀ କରିଲାରୁ ଶମ୍ଭୁ ମନ ପାଣିଚିଆ ହୋଇଗଲା ।
ଆଉ ଖାଦ୍ୟ ରୁଚୁନଥାଏ
ଶମ୍ଭୁମାଆ ତା ପୁଅ ଅବସ୍ଥା ଦେଖୀ ଜାଣିଗଲା
ଇଏ ପ୍ରେମରୋଗ ।
ପୁଅଠୁଁ ସବୁ ବୁଝି ତାକୁ ବୁଝେଇ ବୁଝେଇ ରହିଲା
ସତେ କଣ କେବେ ବାମନ, ଚନ୍ଦ୍ର ଧରିବ ?

ତେବେ

ଚେଷ୍ଟାଟିଏ କଲେ କ୍ଷତି କଣ ?

ଶମ୍ଭୁ ମାଆ ଯାଇ ଗ୍ରାମ ମହାମାୟୀ
ଠାକୁରାଣୀ ଙ୍କ ପୀଠରେ ଦୁଃଖ ଜଣାଇଲା । କିଛି
କୁକୁଡା,ନାଲିପାଣି ଏବଂ ହାତଖରଚ ବନ୍ଦୋବସ୍ତ କରିଦେଲାରୁ
ଠାକୁରାଣୀ ମାନବ ଦେହରେ ପ୍ରତ୍ୟକ୍ଷ ହୋଇ ଆଦେଶ ଦେଲେ !
ହଇଲୋ ଆମ ଆଦେଶ .........ଅମକେଇ ଝିଅ ସମକେଇ ପୁଅ କୁ ବାହା ହେଉ ସୁଖୀ ହେବ
ନଚେତ ତା'ର ବିଧବା ଯୋଗ ପୁଅର ମରଣଯୋଗ..........

ମହାମାୟୀ ପୀଠରେ ଘଡିଏ କୁମ୍ଭୀର କାନ୍ଦଣା
ମିଛ ମୁଣ୍ଡ ପିଟାପିଟି ପରେ

ଶମ୍ଭୁମାଆ ତା ପୁଅର one side ପ୍ରେମିକା ପାଖକୁ ତା'ର ଜଣେ ସମ୍ପର୍କୀୟା ଭଉଣୀକୁ କହି ପଠାଇଲା

ସେ ଝିଅ ଯେମିତି ଶୁଣିଛି
ହସି ହସି ଗଡିଗଲା
😂😂😂😂😂😂😂

କିହୋ ଯା ହେଲେ ବି ପଢା ଶିକ୍ଷିତ

  ଝିଅ ସେ 

ତୁମେ ପୁଣି ତାକୁ ଫାଙ୍କିବ ?

ଝିଅର ରୋକଠୋକ ଜବାବ

ମଦୁଆ କାଳିଆ ବେକାର ବର ଲୋଡା ନାହିଁ
ଦେବୀଙ୍କ କୃପାରୁ ମୋ ପତି ଆର୍ମୀ ଅଫିସର ହେଉ । ସିଏ ସହୀଦ ହୋଇ ଗଲେ ବି ମୁଁ ବାକୀ ଜୀବନ ସ୍ବାଭିମାନ ସମ୍ମାନ ,ସରକାରୀ ପେନସନ ପାଇ କଟାଇ ଦେବି ।

ତେବେ
ଏତକ କଥା ଶୁଣି ମଧ୍ଧ ପୁଅମାଆ ନିରାଶ ହୋଇନାହିଁ
ଯେ...........😉😉😉😉😉

ତଥାପି ଚୈଷ୍ଟା ଚଳାଇଛି । ଦେଖାଯାଉ ବିଧାତା ର ବିଧାନ କଣ କୋଉ ପାଣି କୁଆଡେ ଯାଉଛି






No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...