Wednesday, November 9, 2016

ଓଟ ଦେବତା

ନାଗେନା ଗ୍ରାମ ଢେଙ୍କାନାଳ ର ଏକ ପୁରାତନ ଐତିହାସିକ ଗାଆଁ । ଏଠାରେ ନାଗନାଥେଶ୍ବରଙ୍କ ପ୍ରସିଦ୍ଧ ମନ୍ଦିର ଅଛି ।
ଏଇ ଗାଁ କୁ ଲାଗି ଆଉ କେତୁଟା ଗାଆଁ ଅଛି ।
ଶଙ୍କରପୁର ଭୀଁପୁର ଆଦି ।
ଶଙ୍କରପୁର ତଥା ଭୀଁପୁର ଗାଆଁରୁ ଦୁଇ ଜଣ କନ୍ୟା ଲିପି , ସୁମି ଙ୍କର ନାଗେନା ଗାଆଁ ରେ ଏକ ପରିବାରରେ ବିବାହ ହୋଇଥାଏ ।

ଏବେ
ଥରେ ନାଗେନା ଗାଆଁକୁ ଓଟ ସହ ତାର ମାଲିକ ଜଣେ କୌଣସି କାର୍ଯ୍ୟବସତଃ ଆସିଥାଏ ।
ଲିପି ନାନୀଙ୍କ ଟୁଲୁ ନାଆଁରେ ଜଣେ ଦିଅର ଟିକେ କୌତୁକପ୍ରିୟ । ଦୂରରୁ
ଓଟ ଆସୁଥିବା ଦେଖୀ ଭାଉଜକୁ ଟାକ ଛାଡିଲା ,,,,,,,,,,,
ଭାଉଜ !!!! ଭାଉଜ ଗୋ......
ଆସ ହେ ଆସ ଦେଖିବ ଆମ ଗାଆଁକୁ ଓଟ ଦେବତା ଆସିଛନ୍ତି.......
ହେଇଟି ବଲବଲକରି ଖାଲି ଚାହିଁବନାହିଁ ଟି
ମୁଣ୍ଡିଆ ମାରିବ ହଁ.......ବଡ ଚମତ୍କାରୀ ପବିତ୍ର ଜୀବ ଯେ.......
ମରୁଭୂମି ରେ ବିନା ପାଣିରେ ବଞ୍ଚିପାରନ୍ତି ଏଇ ସେ ଓଟ ଦେବ ।

ସେଇ ନୂଆ ବୋହୂ ଦ୍ବୟ ଏକେ ତ କମ ପଢା ଶିକ୍ଷିତ ଏଣେ ନିପଟ ମଫସଲ ଅଞ୍ଚଳରେ ରହୁଥିବାରୁ କେବେ ଓଟ ଦେଖୀ ନଥିଲେ କି ଠିକ ସେ ଜଣିନଥିଲେ ।
ଦିଅର କଥା କୁ ବିଶ୍ବାସ କରି ଦାଣ୍ଡ କୁ ଓଟ ଦେବତା ଦର୍ଶନାର୍ଥେ ଗଲା ବେଳକୁ ଓଟ ତାଙ୍କ ହତା ପାର ହୋଇ ଖଣ୍ଡେ ଦୂର ଆଗେଇ ଗଲାଣି

ସେଇଠୁ ଦିଅର ଟୋକା ଟୁଲୁଙ୍କୁ ପଚାରାଗଲା
କିହୋ ଏବେ କଣ ଅରାଯିବ ଯେ ?????

ସେଇଠୁ
ଟୁଲୁ କପଟ ହସ ହସି କହିଲା
ଯାଅନ୍ତୁ ବା
ତମେ ଏଇଠୁ ମୁଣ୍ଡିଆ ଗୋଟାଏ ଗୋଟାଏ ମାରି
ସେ ଯୋଉ ଓଟ ଖତ ଦାଣ୍ଡରେ ପଡିଛି ଟିକେ ଟିକେ ମୁଣ୍ଡରେ ଲଗାଇ ପକେଇବ ।
😂😂😂😂😂😂😂😂😂

ରାତିକୁ ଏ କଥା ଭେଣୋଇଙ୍କୁ କହି ଲିପିନାନୀ ବହେ ଗାଳୀ ମନ୍ଦ ଖାଇଲା
ଲିପିନାନୀ ଛାଡିବା ଜନ୍ତୁ ନୁହେଁ

ସକାଳକୁ ତେଣୁ ଟୁଲୁ ଭାଇଙ୍କ ଚା ପାଣି ଟା ଲୁଣିଆ ହେଲା

😎😎😎😎😎😎

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...