Wednesday, November 2, 2016

ସେଇ କ୍ଷଣେ

ସେଇ କ୍ଷଣେ ଜାଣିପାରେ
ତୁମ ପ୍ରେମ କେତେ ଗଭୀର
ପ୍ରିୟତମ !

ଯେଉଁ କ୍ଷଣେ ଆମ ପ୍ରୀତି ଶ୍ରୀଖରେ
ଶରୀର ସାହାଯ୍ୟେ
ହୁଅଇ ଆତ୍ମା ର ମିଳନ

ଆଲୋଡିତ ମନ ହୁଏ
ଓଷ୍ଠ ଆମ କମ୍ପୁ ଥାଏ

ଯେବେ ତୁମେ ବନ୍ଧନ କାଟି ଅନ୍ତ କର ମିଳନ...
ଯେବେ ବାହୁ ଯୁଗଳେ କର ଅକ୍ତିଆର ମୋ ତନ,,

ଯେବେ ଚୁମ୍ବନେ ଆଦ୍ର କର ମଥା...
ଦେଖ ଯେବେ ମୋ ନୟନେ
ପ୍ରୀତିରସେ ବୁଡି

ଯେବେ ବଢିଯାଏ ସେହି ପ୍ରେମ ସେହି ସମ୍ମାନ
ମୋ ପାଇଁ ତୁମ ମନେ ତୁମ ତନେ
ଚାକ୍ଷୁସେ ଯୌବନ ବନେ

ତେବେ ହଁ ତେବେ ହୁଏ ମୁଁ ଆଶ୍ବସ୍ତ
କି ପିରତୀ କରି କରିନାହିଁ ଭୂଲ ଟିଏ...

ତୁମେ ନୁହଁ କେବଳ ଅଙ୍ଗ ରୂପ ରସିକ
ତୁମେ ଶୋଇ ଯାଅନା ଉଚ୍ଚତାରୁ
ପଡି ତଳେ କେଭେ........

ତୁମେ ସେ ନୁହଁ ଯା ପାଇଁ
ପ୍ରେମ ବିକ୍ରି ହୁଏ
ବଳାତ୍କାରେ ବୈଶ୍ୟାଳୟେ

ତୁମେ ସେ ନୁହଁ ଯାକୁ ଡରୁଥିଲା ମୋ ମନ...
ତୁମେ ସିଏ ଯିଏ ଜାଣେ ପ୍ରେମର ମହତ୍ବ
ଯାହାକୁ ଜଣା ହୃଦ କୁ ସମ୍ମାନ ଦେବା

ତୁମେ ସେ
ଯା ପାଇଁ ମୁଁ ମାତ୍ର ଖେଳନା ନୁହଁ !

ତୁମେ
ହଁ ତୁମେ ପ୍ରିୟ
ମୋର ସଚ୍ଚା ପ୍ରେମ
ମୋ ମନ ର ପ୍ରାଣ

ମୂଳ ରଚ଼ନା
धीरज झा...

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...