Wednesday, February 8, 2017

ଛତରଖିଆ

478 AD ସମୟରେ ରୋମ ସାମ୍ରାଜ୍ୟ ରେ ଜଣେ ରାଜା ଶାସନ କରୁଥିଲା କ୍ଲାଉଡିୟସ୍ ....
ସେ ରାଜାଙ୍କର ଏକ ଧାରଣା ଜନ୍ମିଥିଲା ଯେ ଯେଉଁ ସୈନିକ ଅବିବାହିତ ରହିବ
ସେ ଅଧିକ ଶକ୍ତିଶାଳୀ ହୋଇବ ।
ରାଜାଗୋଜା ବୁଦ୍ଧି କୁ ହୁକୁମ କଲେ ଏଣିକି ମୋ ରାଜ୍ଯରେ ସର୍ବେ ଅବିବାହିତ ରହିବେ...

କେହିବି ପ୍ରେମ ଅଥବା ବିବାହ କରିବା ଜଣାଗଲେ
ସେମାନଙ୍କର ନିର୍ମମ ହତ୍ଯା କରାଯାଉଥିଲା ।
ରୋମରେ ଜଣେ ପାଦ୍ରୀ ଥିଲା #Valentine
ସେ ଦେଶଯାକ ବୁଲିବୁଲି ଲୋକଙ୍କୁ ଏକପତ୍ନୀବ୍ରତ ତଥା ପ୍ରେମ ବିଷୟରେ ପବର୍ତ୍ତାଇ ବିବାହ କରାଇଦେଉଥିଲା । ଭାଲେଣ୍ଟାଇନ୍ ଯୁଗରେ ୟୁରୋପୀୟ ସମାଜରେ ଲୋକେ
ବିବାହ କଣ ଜାଣି ନଥିଲେ । ବହୁନାରୀ ବହୁପୁରୁଷ ଗମନ ପୂର୍ବକ ପଶୁବତ୍ ଜୀବନଯାପନ କରୁଥିଲେ ।
ସନ୍ଥ ଭେଲେଣ୍ଟାଇନ୍ ଙ୍କ ବିଷୟରେ କ୍ଲାଉଡିୟସ୍ ଜାଣିଲା ପରେ ତାଙ୍କୁ ଫାସିରେ ଝୁଲାଇ ମାରିଦେଲା ।
ସେ ଦିନ ଟି ଥିଲା 14 February ଯେଉଁ ଦିନ ତାଙ୍କୁ ଫାସିଦିଆ ଯାଇଥିଲା ।
ସେଇଦିନଠାରୁ ୟୁରୋପୀୟ ମାନଙ୍କ ମଧ୍ଯରେ ଏ ପର୍ବ ସୀମିତ ରହି ଆଜିଯାଏଁ ଜୀବିତ ଅଛି ।
ହଜାରେ ବର୍ଷପରେ
ବିଦେଶୀ ଇଉରୋପୀୟ ମାନେ ଭାରତରେ ଶାସନ କଲେ ।
ତାଙ୍କ ଅବ୍ଯବସ୍ଥା ଯୋଗୁଁ ନାନାବିଧ ଅସୁବିଧା ଭୋଗ କରି ଆମ ପୂର୍ବପୁରୁଷ ପୋକମାଛି ଭଳି
ନ ଅଙ୍କ ଦୁର୍ଭିକ୍ଷ ରେ ମଲେ ।
ସେଇ ସମୟରେ ଖ୍ରୀଷ୍ଟିଆନ୍ ପାଦ୍ରୀ ମାନଙ୍କୁ ଧର୍ମାନ୍ତରଣ ର ବଡ଼ ମଉକାଟେ ମିଳିଗଲା ।
1866,1867,1868 ରେ କୋଟି କୋଟି ଓଡିଆ ବଙ୍ଗଳି ଏବଂ ବିହାରୀ ଲୋକ ମରୁଡି ଯୋଗୁଁ ମରୁଥିଲାବେଳେ
ପାଦ୍ରୀମାନେ ଗାଁ ଗାଁ ବୁଲି ଅନ୍ନଛତ୍ର ବାଣ୍ଟିଲେ ।
ଏପଟେ ତାଙ୍କ ମଣ୍ଡବିକା କେତୁଟା ଲୋକ ହିନ୍ଦୁ ସମାଜରେ ପ୍ରଚାର କରିଦେଲେ
ଯିଏ ପାଦ୍ରୀ ହାତ ଖାଦ୍ଯ ଖାଇବ
ଯବନ ହେବ ,ପଠାଣ ହେବ, ଖ୍ରୀଷ୍ଟିଆନ୍ ହେବ ।
ତାର ହିନ୍ଦୁ ଧର୍ମରେ ସ୍ଥାନ ନାହିଁ ।
ଓଡ଼ିଆ ଲୋକ ସେ ଯୁଗରେ ପଛେ ଭୋକରେ ମରିଗଲେ ତାଙ୍କ ଖାଦ୍ଯ ଛୁଇଁ ନଥିଲେ ।
ଏପଟେ ବଙ୍ଗଳା ହିନ୍ଦୁଙ୍କ ମଧ୍ଯରେ କେତେ ଲୋକ
ଅନ୍ନ ଖାଇ ଖ୍ରୀଷ୍ଟିଆନ୍ ହୋଇ ପୁଣି ଜାତିକୁ ନଫେରିପାରିବାରୁ ମୁସଲମାନ ହୋଇ ଯାଇଥିଲେ ।
ଆମ ଓଡ଼ିଆ ରେ ସେଇ ଅନ୍ନଛତ୍ରରେ ଖାଉଥିବା ଲୋକଙ୍କ ପାଇଁ ସେତେବେଳେ ଏକ ଶବ୍ଦ ଜନ୍ମ ନେଲା
#ଛତରଖିଆ
ସେଇ ଶବ୍ଦ ପୁଣି #ଛତରା ହେଲା ।
ସେକାଳରୁ ଏଯାବତ କେତେ
ବର୍ଷ ମାସ ଯୁଗ ବଦଳିଗଲାଣି ।
ଶାସକବର୍ଗ ଏବଂ ଶାସନତନ୍ତ୍ର ବଦଳିଲାଣି
କିନ୍ତୁ ଶାରୀରିକ ଗୁଲାମ ନହେଲେ ହେଁ
କିଛି ଲୋକ ଆଜି ମଧ୍ଯ ଇଂରେଜମାନଙ୍କ
ମାନସିକ ଗୁଲାମ ଅଛନ୍ତି ।
ଆମ ପୂର୍ବପୁରୁଷ ଯେଉଁ ମାନଙ୍କ ହାତ ରୁ ଖାଦ୍ଯ ସୁଦ୍ଧା ଖାଉନଥିଲେ ଲଜ୍ଯାର ବିଷୟ ଆଜି ଆମେ ତାଙ୍କ ବର୍ତ୍ତମାନ ବଂଶଜ ସେଇମାନଙ୍କ ପରବ ବଡ ଗର୍ବରେ ପାଳୁଛେ ।
ଏ ଯୁଗରେ ସେଇ ମାନେ ଛତରଖିଆ ଯେଉଁ ମାନେ ପର ପରବ ବଡ଼ ଧୁମଧାମ୍ ରେ ପାଳନ୍ତି କିନ୍ତୁ ତାଙ୍କୁ
ତାଙ୍କ ପର୍ବପର୍ବାଣି କଥା ପଚାରନ୍ତୁ
100% ରୁ 80% ଙ୍କୁ ଓଡ଼ିଆ ନୂଆବର୍ଷ କେବେ,
ବର୍ତ୍ତମାନ କେଉଁ ଭାରତୀୟ ମାସ ଚାଲିଛି ଜଣାନଥିବ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...