ଶୀତଦିନିଆ ନଦୀକୂଳିଆ ପଟୁମାଟିରେ ଲଗାଯାଇଥିବା
ଚିନାବାଦାମ ଖାଇବାର ମଜା
ଜଣେ ଗାଁଉଲି ପିଲା ହିଁ ଭଲ ଜଣାଥିବ
ସହରୀ ଲୋକେ କିଣି ଖାଇବା ଛଡା ତାଙ୍କ ପାଖରେ ଆଉ ଅନ୍ୟ ଉପାୟ ବା କଣ ଅଛି ।
ଚିନାବାଦମ ଏକ ଚଣାଜାତୀୟ ଗଛ ତେବେ
ସୁଦୂର ଦକ୍ଷିଣ ଆମେରିକାର ବ୍ରାଜିଲ୍ ଦେଶରୁ ଅଣାଯାଇ ଏଠାକାର କୃଷିକ୍ଷେତ୍ର ଗୁଡିକରେ ଚାଷ କରାଯାଇଥିଲା ।
ଚଣା-ମଟରଜାତୀୟ ଗଛ ହୋଇ ମଧ୍ଯ
ଏହାର ଛୁଇଁ ମାଟିତଳେ ବଢିଥାଏ ।
ଚିନାବାଦାମ ର ଅନ୍ଯ ତିନୋଟି ଓଡ଼ିଆ ପ୍ରତିଶବ୍ଦ
ଭୂଁଇଚଣା,ଚେରଚଣା ଏବଂ ମୁଗଫଳୀ....
ଆଗେ ଉତ୍ତର ଭାରତୀୟ ଅଜ୍ଞାନତାବଶତଃ
ଏଇ ଗଛକୁ ଚୀନଦେଶରୁ ଅଣାଯାଇଥିବା ଗଛ ମନେକରି
चिनियाबादम ନାମଦେଇଥିଲେ । ପୁଣି
ଉତ୍ତରଭାରତୀୟଙ୍କୁ ଆବାହମାନ କାଳରୁ ଆମ ପୂର୍ବଭାରତୀୟ ସମାଜ ଅନୁକରଣ କରିଆସୁଥିବାରୁ
ଏଇ ଶବ୍ଦର ଓଡ଼ିଆ ରୂପ ଚିନାବାଦାମ ର ଆଜି ଆମ ଆଡେ ବହୁଳ ବ୍ଯବହାର ହୋଇଥାଏ ।
ତେବେ ଆ ମଧ୍ଯରେ
ସେମାନେ ଏ ଚୀନିଆବାଦାମ ଶବ୍ଦ ତ୍ଯାଗକରି मूंगफली ଶବ୍ଦର ଅଧିକ
ବ୍ଯବହାର କରୁଥିବା ଦେଖିବାକୁ ମିଳୁଛି ।
ଆମ ଢେ଼ଙ୍କାନାଳ ଅଞ୍ଚଳରେ ସାଧାରଣତଃ ବୃଦ୍ଧ ଲୋକେ
ଚିନାବାଦାମ କୁ ବାଦାମ୍ବ କହିଥାଅନ୍ତି ଏବଂ
କେହି କେହି ଲୋକ ବାଦାମ କୁହନ୍ତି ।
ବ୍ରାଜିଲ ଦେଶରେ ରହୁଥିବା ଲୋହିତ ଭାରତୀୟ ଆଦିମ ଆଦିବାସୀ ମାନଙ୍କ ଦ୍ବାରା ଏହି ଅର୍ଥକାରୀ ଶସ୍ଯଟି 2000 ବର୍ଷ ପୂର୍ବରୁ ମଧ୍ଯ ଚାଷ ହେଉଥିବାର ପ୍ରମାଣ ମିଳିଛି ।
ସ୍ପେନର ନାବିକ ମାନଙ୍କ ଦ୍ବାରା ଚିନାବାଦାମ
ପ୍ରଥମେ ବ୍ରାଜିଲରୁ
ଇଉରୋପ ଅଣାଯାଇଥିଲା ।
ପରବର୍ତ୍ତୀକାଳରେ ନିଜର
ଉପକାରୀ ଗୁଣ ତଥା ସ୍ଵାଦ ଯୋଗୁଁ
ଏହା ଏସିଆ ଆଫ୍ରିକା ଏପରିକି ଆରବ ଦେଶମାନଙ୍କରେ ମଧ୍ଯ ଜନାଦୃତ, ଲୋକପ୍ରିୟ ହୋଇଗଲା ।
ଏ ଗଛ ଛୋଟ ଛୋଟ ବୁଦା ଆକାରର ହୁଏ ।
ପାକଳିଆ ଗଛର ମୁଖ୍ୟ କାଣ୍ଡରେ ଛୋଟ ଛୋଟ ହଳଦିଆ ଫୁଲ ପେନ୍ଥା ପେନ୍ଥା ହୋଇ ଫୁଟିଥାଏ ।
ପରାଗ ସଙ୍ଗମ ପରେ ଫୁଲ ର ଗର୍ଭାଶୟ ଥିବା ଯାଗା ରୁ ଏକ ଗୋଜ ବାହାରେ ।
ଏହି ଗୋଜ ବା ଓହର ଅଗରେ ଡିମ୍ବକ ଗୁଡ଼ିଏ ଥାଏ ।
ଓହରଟି ତଳକୁ ଲମ୍ବି ମାଟି ଭିତରକୁ ପଶେ ।
ମାଟି ମଧ୍ୟରେ ତା'ର ଅଗ ଗୁଡ଼ିକ ଫୁଲିଯାଇ ଚିନାବାଦାମ ତଥା ଡିମ୍ବକ ମଞ୍ଜି ରେ ପରିବର୍ତ୍ତିତ ହୁଏ ।
ଅନ୍ଯ ଅଂଶ ସବୁ ଶୁଖିଯାଇ ଚେରଭଳି ହୋଇଯାଏ ଏବଂ ପେନ୍ଥା ହୋଇ ଗୋଜ ମୁଣ୍ଡରେ ଚିନାବାଦାମ ସହ ଲାଗିରହିଥାଏ ।
ଚିନାବାଦାମ ରେ
ପ୍ରୋଟିନ୍ ର ମାତ୍ରା ମାଂସ ଅପେକ୍ଷା 1.3 ଗୁଣା,
ଅଣ୍ଡା ଠାରୁ 2.5 ତଥା ଯେ କୌଣସି ଫଳ ଠାରୁ ଆଠଗୁଣ ଅଧିକ ଥାଏ ।
ଆମେ ଆଜି ଯେଉଁ ଚିନାବାଦାମ ଚାଷ କରୁଛେ ତାହା ଏଇ ଜାତୀୟ
ଦୁଇ ପ୍ରକାରର ଜଙ୍ଗଲି ଗଛର ହାଇବ୍ରିଡ୍ ଅଟେ ।
ସମ୍ବଲପୁର ରୁ ଢେ଼ଙ୍କାନାଳ ଟ୍ରେନ ରେ ଆସିଲା ସମୟରେ ବାରମାସୀ ସିଝା ବାଦାମ ଏବଂ ଭଜା ବାଦାମ ବିକ୍ରୀ ହେଉଥିବା ମୁଁ ଅନେକ ଥର ଦେଖିଛି.....
No comments:
Post a Comment