Wednesday, February 22, 2017

ଅଖଣ୍ଡ ଓଡିଶା ସମୃଦ୍ଧ ଓଡିଶା ଗଠନ ପ୍ରତ୍ଯେକ ଓଡିଆର ଲକ୍ଷ ହେବା ଉଚିତ୍

ଗୋଟିଏ ଜାତିର ମୌଳିକତା ତା'ର ସଂସ୍କୃତିରୁ ଜଣାପଡେ ।
ସଂସ୍କୃତି ଦୃଷ୍ଟିରୁ ଭାରତ ଏକ ଏବଂ ଅଭିନ୍ନ । ଭାଷା କିମ୍ବା ଧର୍ମ ନାଁରେ ଏ ଦେଶକୁ ବାଣ୍ଟିବାକୁ ଚେଷ୍ଟା କଲେ କେବଳ ସାମୁହିକ ଅବନତି ହିଁ ସାର ହେବ ।
ସେଇଭଳି ପୂର୍ବଭାରତର ସଂସ୍କୃତିକୁ ଆମେ ସାଧାରଣତଃ ଜଗନ୍ନାଥ ସଂସ୍କୃତି କହିଥାଅନ୍ତି ।
କେତେ ବର୍ଷତଳେ ଓଡିଶାର ବିଭାଜନ ପାଇଁ କିଛି ଲୋକ ଚେଷ୍ଟା କରିଥିଲେ ।
ସେମାନଙ୍କର ପ୍ରଧାନ ଯୁକ୍ତିଥିଲା ଯେପରି 1936 ରେ ଭାଷା ଆଧାରରେ ଆଧୁନିକ ଓଡିଶା ରାଜ୍ଯର ଗଠନ ହୋଇଥିଲା ଠିକ ସେଇଭଳି ଆମ୍ଭ ଭାଷାକୁ ନେଇ ଆମ୍ଭେ ନୁଆ ରାଜ୍ଯର ଗଠନ କରିବୁ ।
ସେମାନେ ସତ ଠାରୁ କୋଶେ ଦୂରରେ ମାଟି କାମୁଡି ମାଛଭଳି ପଡି ପଡି ସମୁଦ୍ରକୁ ଗାଳି ଦେବାରେ ଅଭ୍ଯସ୍ତ ହୋଇଲେଣି ।
ପ୍ରକୃତରେ ଓଡିଶାରାଜ୍ଯ ଗଠନ ଜଗନ୍ନାଥ ସଂସ୍କୃତି ଆଧାରରେ ହୋଇଥିଲା କିନ୍ତୁ ରାଜନୈତିକ କୂଟଚକ୍ର ର ଶିକାର ହୋଇ ଅଖଣ୍ଡ ଓଡିଶାର ଗଠନ ହୋଇପାରିନଥିଲା ।
ଆଜି ଆମ ବିଚ୍ଛିନ୍ନାଞ୍ଚଳ ଆମଠାରୁ ଦୂରେଇ ଦିଆଯାଇଛି । ମେଦିନୀପୁର,ସିଂହଭୂମ,ବସ୍ତର,ଷଡେଇକଲା,ଖରସୁଁଆ,ହିରଣ୍ଯଭୂମ ଆଦି ଅଞ୍ଚଳର ପୁନଃ ମିଶ୍ରଣ କରାଯାଇ ଜଗନ୍ନାଥ ସଂସ୍କୃତି ଆଧାରରେ ଅଖଣ୍ଡ ଓଡିଶା ରାଜ୍ଯର ଗଠନ କରାଯିବା ଉଚିତ ।
ବର୍ତ୍ତମାନରେ ଏହା ଏତେଟା ସହଜ ଲାଗୁନାହିଁ ।

ପଶ୍ଚିମ ଓଡିଶାର ଅଧିକାଂଶ ଭାଷାପ୍ରେମୀ ସ୍ବାଭିମାନୀ ବ୍ଯକ୍ତି ଇତିମଧ୍ଯରେ କୋଶଲୀକୁ ଓଡିଆ ଠାରୁ ଭିନ୍ନ ଦେଖାଇବା ପାଇଁ ଦେବନାଗରୀ ଲିପିରେ ସମ୍ବଲପୁରୀ ଭାଷାକୁ
ଲେଖିବା ଆରମ୍ଭ କରିଦେଇଛନ୍ତି ।

ଅତୀତରେ ବଙ୍ଗାଳୀ ମାନେ ମଧ୍ଯ ଏଇଭଳି କରିଥିଲେ । ସେମାନେ ତାଙ୍କ ପ୍ରାଚୀନ ଲିପି (ଯାହାକି ଉତ୍କଳଲିପି ସଦୃଶ ଥିଲା) କୁ ବଦଳାଇ ନୂତନ ଲିପିରେ ପ୍ରଚଳନ କରାଇଥିଲେ ।

ବଙ୍ଗାଳୀ ମାନେ ନିଜକୁ ଉତ୍କଳ କଳିଙ୍ଗ ଠାରୁ ସିନା ଅଲଗା କରିଦେଲେ କିନ୍ତୁ ଆଜି ବି ତାଙ୍କ ସମାଜରେ ଜଗନ୍ନାଥ ସଂସ୍କୃତିର ଚିହ୍ନ ମିଳୁଛି,
ହୁଳହୁଳୀ ହେଉଛି ଏହାର ଏକ ଉଦାହରଣ ।

ତେଣୁ ପ୍ରଥମେ ପଶ୍ଚିମ ଓଡିଶାକୁ ଏଥିପ୍ରତି ସଚେତନ କରାଇବାକୁ ହେବ ଯେ ରାଜ୍ଯ ବିଭାଜନ ଚକ୍ରାନ୍ତ ପଛରେ
ଆମ୍ଭ ଚିରଶତ୍ରୃ ମାନଙ୍କର ହାତ ଅଛି ।

ଯେଉଁମାନେ ଦିନେ
"ଉଡିୟା ଐକ୍ ସ୍ବୋତୋନ୍ତ୍ରୋ ଭାଷା ନୋୟ୍" କହିଥିଲେ...

ଯେଉଁ ହିନ୍ଦୀଭାଷୀମାନେ ସମ୍ବଲପୁର କ୍ଷେତ୍ରରେ
ଓଡିଆଭାଷାରେ ଲେଖାଯାଇଥିବା ଦରଖାସ୍ତ ନ ନେଇ ତାହା
ଟେବୁଲ୍ ଉପରେ ଊଇ ଖାଇବାକୁ ଛାଡିଦେଉଥିଲେ
ହଁ ମୋ ମତରେ
ପ୍ରକୃତ ପକ୍ଷେ ସେହି ବଙ୍ଗାଳୀ, ହିନ୍ଦୀଭାଷୀଙ୍କ ବର୍ତ୍ତମାନ ଦାୟଦ ମାନେ ହିଁ ଏ ସବୁ କୁଟ ଚକ୍ରାନ୍ତ ର ଅସଲ ଖଳନାୟକ । ଓଡିଆ ଭାଷା ପ୍ରତି
ଘୃଣା ତାଙ୍କର ରକ୍ତରେ ଅଛି କିନ୍ତୁ ବିମାତା ପୁତ୍ର ଭାଇ ଭଳି ଏକ ପିତା ପୁତ୍ର ହୋଇଥିବାରୁ ଆମ୍ଭ ସହ ମିଷ୍ଟ ବ୍ଯବହାର ପୂର୍ବକ ଚଳିବାକୁ ବାଧ୍ଯ ହେଉଛନ୍ତି ।

ସମ୍ବଲପୁରରେ ବିଜ୍ଞବ୍ଯକ୍ତି ମାନେ ଏକଥା ବୁଝିଲେଣି । ସେମାନେ କୋଶଲୀ ନାଁରେ ସମ୍ବଲପୁରୀକୁ ମାରିଦେବାର ଯୋଜନର ବିରୋଧ କରିବା ଆରମ୍ଭ କରିଦେଲେଣି । ଉପକୂଳ ଓଡିଶାର ବିଶିଷ୍ଟ ବିଦ୍ବାନ ବ୍ଯକ୍ତିବିଶେଷ ମଧ୍ ତାଙ୍କୁ ଏ ଦିଗରେ ସମର୍ଥନ ଦେଇ ଅଖଣ୍ଡ ଓଡିଶା ଦିଗରେ ଏକ ପାଦ ବଢାନ୍ତୁ ।

ଏଠି ମନେ ରଖିବାକୁ ହେବ ଯେ ଅଖଣ୍ଡ ଓଡିଶା ଗଠନରେ ହିଁ ଓଡିଶା ର ସାମୁହିକ ସମୃଦ୍ଧି ସମ୍ଭବ ହୋଇପାରିବ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...