ହସ କଦଳୀର ଚୋପା ନୁହଁ
ସଡ଼କରେ ଫିଙ୍ଗିଦେବ
ମଣିଷଟେ ତହୁଁ ଖସି ପଡିଯିବ ।।
ବ୍ଯଙ୍ଗ ଅସଭ୍ଯଙ୍କ ମୁଖଭାଷା ନୁହଁ
କା ଆଗରେ କହି
ତା'ର ସମ୍ବେଦନାକୁ ଦଳିଦେବ ।।
ହାସ୍ଯ ନୁହେଁ କୌଣସି ଅଳୁସୁଆର
ଜୁଡାରେ ସଜ୍ଜିତ ଟମାଟର,
ସେ ତ ଶ୍ରୀକୃଷ୍ଣଙ୍କ ନାୟିକାର
ମଥାରେ ଶୋଭିତ ମଥାମଣି ।।
କିନ୍ତୁ
ସେମାନେ ବା ଏହା କେମିତି ବୁଝିବେ
ସାହିତ୍ୟ ଯା ପାଇଁ ବ୍ଯାପାର ସାଧନ,
ହାସ୍ଯ ଜଲଜୀରା ପାଣି ।।
गोपालप्रसाद व्यास ଙ୍କ ଏକ କବିତାର କିଛି ଅଂଶର ଭାବାନୁବାଦ
ପଣ୍ଡିତ गोपालप्रसाद व्यास ଙ୍କ ଜନ୍ମ
13 ଫେବୃଆରୀ 1915ରେ ଗୋବର୍ଧନପୀଠ,ମଥୁରା ଜିଲ୍ଲାରେ ହୋଇଥିଲା ।
((ମୃତ୍ୟୁ 28 ମଇ 2005,ନୂଆଦିଲ୍ଲୀ))
ସେ ହିନ୍ଦୀର ପ୍ରମୁଖ ସାହିତ୍ଯକାର ମଧ୍ଯରେ ଜଣେ ଥିଲେ ।
ତାଙ୍କର ବ୍ରଜଭାଷା ଏବଂ ପିଙ୍ଗଳ ବୋଲୀ ବିଷୟକ ଗଭୀର ଜ୍ଞାନ ଥିଲା ।
ଶ୍ରୀव्यासଙ୍କୁ ଭାରତ ସରକାରଙ୍କ ଦ୍ବାରା ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ
କରାଯାଇଅଛି ।
ଦିଲ୍ଲୀ ସରକାରଙ୍କ ଦ୍ବାରା ଶଲାକା ପୁରସ୍କାର ମିଳିଥିଲାବେଳେ ଉତ୍ତରପ୍ରଦେଶ ସରକାର ୟଶ୍ ଭାରତୀ
ଉପାଧୀରେ ବିଭୂଷିତ କରିଛନ୍ତି ।
ଦିଲ୍ଲୀରେ ହିନ୍ଦୀଭବନ ନିର୍ମାଣରେ ତାଙ୍କର ମହତ୍ଵପୂର୍ଣ୍ଣ ଭୂମିକା ଥିଲା ।
No comments:
Post a Comment