ହେ ବସନ୍ତ ମୋ ହୃଦୟ ବନ୍ଧୁ
ତୁମ ଅଭାବ ରେ ଆମ୍ଭେ
ପୃଥ୍ବୀବାସୀ କାନ୍ଦୁ ....
ଆସିଛ ବହୁ ଦୂର ଦେଶୁଁ
ତୁମେ
ନାନା ଉପହାର ଘେନୀ...
ନିଃର୍ମୋହି ତୁମ୍ଭେ
ସୁଖ ସମ୍ଭାର ଦିଅ
ମୁକ୍ତ ହସ୍ତେ ବାଣ୍ଟି.....
ଆଗେ
ଗଙ୍ଗାଧର ଯୁଗେ
ଯେବେ ଆସୁଥିଲ ....
ଚିତ୍ରୋତ୍ତପଳା ଜଳେ
ପୟର ପଖାଳି
ମହେନ୍ଦ୍ରାସନେ ବସୁଥିଲ ...
ଶୁଖିଲାଣି ମହାନଦୀ
ବର୍ଷାକାଳେ ଆସେ ନାହିଁ ବଢ଼ି ...
ବନ୍ଧୁ ମୋର
କରିବନି ଦୁଃଖ ଯମା
ଋଷିକୂଲ୍ୟା ଜଳେ ବରଂ
ଗୋଡ଼ ନିଅ ଧୋଇ .....
ଦେଖୁଛ ତ ଏ ଅଞ୍ଚଳର
ଦୂର୍ଦଶା ଟି କେତେ
ପଶ୍ଚିମ ର ଭୂମି ପୁଣ
ସ୍ବାଧୀନତା ମାଗେ
ଯେଉଁ ମାନେ
ମିଳିମିଶି ଗଢିଥିଲେ ଘର
ସେଇମାନେ
ଖୋଜିଲେଣି ଭାଇଭାଗ ଏବେ ।
ହେ ବସନ୍ତ ଆଣିଛ ଯେ
ଶୀତଳତା ତୁମ୍ଭେ
ଦିଅ ଦିଅ ମୋ ଭାଇଏ
ଦିନ କିଛି ଏ ସର୍ବ ଭୂଲନ୍ତେ ।
ହେ ବସନ୍ତ ମୋ ହୃଦୟ ବନ୍ଧୁ
ଆସିଛ ହେ ବହୁ
ଦୂରୁଁ ଡେଇଁ କେତେ ସିନ୍ଧୁ ।
ଦୂରବନ୍ଧୁ କିଛି ଦିନ
ବିଶ୍ରାମ ଯେ କର
ତହୁଁ ଯିବା ଶିରୀକ୍ଷେତ୍ର
ଦେଖି କୃପାସିନ୍ଧୁ ।।
No comments:
Post a Comment