Sunday, February 5, 2017

●●●●ନାରୀ ନର ପରେ ଭାରି●●●●

ହାସ୍ଯକବି रोहित पान्डेय ଙ୍କ ଦ୍ବାରା ଲେଖା ଯାଇଥିବା ଏକ ହିନ୍ଦୀ ବ୍ଯଙ୍ଗ କବିତା ର ଓଡ଼ିଆ ଭାବାନୁବାଦ ପଢନ୍ତୁ
ଆଶାକରେ ଆପଣଙ୍କୁ ଭଲ ଲାଗିବ ...

👌👌👌👌👌👌👌👌👌👌👌👌

ବୁଦ୍ଧି ବାଣ୍ଟୁଥିଲେ ବିଧାତା ବସି,
ଲମ୍ବିଥିଲା ଧାଡି ।
ସବୁ ପୁରୁଷ ଠିଆ ହୋଇ ଥିଲେ
ନଥିଲେ କେହି ନାରୀ ।।

👬👬👬👬👬
ନାରୀ ଜାତି ଯେ କୁଆଡେ ଗଲେ
ହେଲା ଆଶ୍ଚର୍ଯ୍ୟ ଭାରି ।
ବ୍ଯୁଟିପାର୍ଲରରେ ଥିଲେ ସରବେ
ସଜ ହୁଅନ୍ତି ଘଣ୍ଟାଏ ଧରି ।।

💆💇💅💆💇💅

ମେକ ଅପ୍ କରନ୍ତି ଭଳି ଭଳିକି
ଜଣ ପରେ ଜଣେ ଭାରି
ବସିଥାନ୍ତି ସେଠି ଅନେକେ
କେବେ ଆସିବ ପାଳି ।।

🙇🙇🙇🙇🙇🙇

ଏଣେ ବିଧାତା ବାଣ୍ଟିଣ ଦେଲେ
ପୁରୁଷଙ୍କୁ ସବୁ ବୁଦ୍ଧି ।
ବ୍ଯୁଟି ପାର୍ଲରରୁ ଫେରିଲେ
ସେତିକିବେଳେ ନାରୀ ।।

👭👭👭👭👭
ବୋର୍ଡ ଲାଗିଥିଲା ଷ୍ଟକ୍ ଶେଷ
ଅକଲ ନାହିଁ ଟି ବାକି ।
କାନ୍ଦନ୍ତି ବାମା ସଭିଏଁ ମିଶି
ଗଲା ବ୍ରହ୍ମାଙ୍କ ନିଦ ଭାଙ୍ଗି ।।

😴😴😴😴😴😴

ପଚାରିଲେ ଦେବ ଚକ୍ଷୁ ମଳିଣ
କିସ ଲାଗି ହେ କଳି ।
ନାରୀ କହନ୍ତି
ବୁଦ୍ଧି ଯେ ସବୁ ପୁରୁଷ ନେଲେ
ଆମକୁ ନଥିଲା ମିଳି ।।

👲👳👮👷💂
ବ୍ରହ୍ମା ଭଣନ୍ତି
ଶୁଣ ହେ ଦେବୀଏଁ
କରିଛ ବହୁତ ଡେରି ।
ଯେତିକି ଥିଲା ବୁଦ୍ଧି ସେସବୁ
ପୁରୁଷ ଙ୍କୁ ଦେଇ ଦେଲି ।।
🚶🚶🚶🚶🚶🚶
କାନ୍ଦ ବୋବାଳୀ ତିବ୍ର ହେଲା
ପ୍ରଭୁ
ଇଏ କି ନ୍ଯାୟ ତୁମରି
କିଛି ବି କର କିନ୍ତୁ
ସେଥିରୁ ଅଧା ଯେ ଆମରି ।।
😹😹😹😹😹😹
ଆମେ ଅବଳା,
ପୁରୁଷଙ୍କ ଶାରିରୀକ ବଳ ଅଛି
ନିଜ ରକ୍ଷଣାର୍ଥେ
ଆମ୍ଭକୁ ବୁଦ୍ଧି ଯେ ଜରୁରୀ ।।

💪💪💪💪💪💪
ଚିନ୍ତା କରି କ୍ଷଣେ
ବ୍ରହ୍ମା ପୁନଶ୍ଚ କୁହନ୍ତି ।
ଏକ ବରଦାନ ଦେଲି
ଏବେ ହୋଇ ଯାଅ ଖୁସି ।

😇😇😇😇😇😇
ସାମାନ୍ୟ ହସ ମଧ୍ଯ ତୁମର
ହେବ ପୁରୁଷ ଙ୍କୁ ଭାରି
ଯେଡେ ବୁଦ୍ଧିଆ ହେଉ ବା ନର
ଅକଲ ଯିବ ମରି

😸😸😸😸😸😸
ସ୍ତ୍ରୀ ଲୋକ ଜଣେ ତହୁଁ
ତର୍କ ଦେଲା
କାନ୍ଦି କାନ୍ଦି କାଳ ଯାଏ
ଏ କଥା ଅଡ଼ୁଆ
😿😿😿😿😿😿
ବ୍ରହ୍ମା ବଦନ୍ତି ହେଉ
ଠିକ ଅଛି ତେବେ
ତୁମର କ୍ରନ୍ଦନେ ମଧ୍ଯ
ନର ବଶୀଭୂତ ହେବେ
😫😩😫😩😫😩
ତତ୍ପରେ ବଦଇ
ଜଣେ ମଧ୍ଯବୟସ୍କା ମହିଳା
ହସକାନ୍ଦ ଜଣା ନାହିଁ
ପ୍ରଭୂ ଝଗଡିବା ଜଣା

😾👹😾👹😾👹
ତଥାସ୍ତୁ ବୋଲିଣ ବ୍ରହ୍ମା ପୁଣି
ନାରୀଙ୍କୁ କହିଲେ
ତୁମ ସଙ୍ଗେ କଳି କଲେ
ମଧ୍ଯ ପୁରୁଷ ହାରିବେ

😱😱😱😱😱😱
ବ୍ରାହ୍ମା ବଦନ୍ତି ଶୁଣ ଧ୍ୟାନେ 
ଆମ୍ଭ ଅନ୍ତିମ ବଚନ
ତିନି ଅସ୍ତ୍ର ଦେଲୁ ହେଲ
ପୁରୁଷ ସମାନ ।

👊👊👊👊👊👊
ଏ ସବୁ ଅସ୍ତ୍ର ରେ ଯଦି
ନହାରେ କେହି
ପୁରୁଷ
ଓଥରା ରହିବ ଜୀନଯାକ ଏବେ ହେଁ ହୁଅ ହରଷ

🙌✋🙌✋🙌✋

କହେ କବି,
ମିତ୍ର ଶୁଣ ଧ୍ଯାନେ ଆମ୍ଭର ବଚନ
ବିନା ବୁଦ୍ଧିରେ
ମଧ୍ଯ ନାରୀ କୁ ମିଳେ ଉଚ୍ଚ ସ୍ଥାନ

       💃💃💃💃
😊😊😊😊😊😊😊😊😊😊😊😊

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...