ଆହା ! ବେଦନାରୁ ମିଳିଲା ମୁକ୍ତି
ଭ୍ରମବଶ ମୁଁ ସଞ୍ଚିତ ଜୀବନେ
ମଧୁକରଙ୍କ ଭିକ୍ଷା ଦେଲି ଉଡାଇ ।
ଛଳଛଳ ଥିଲା ସନ୍ଧ୍ୟାର ଶ୍ରମକଣ,
ଆଖି ରୁ ଝରୁଥିଲା ପ୍ରତିକ୍ଷଣ,
ମୋ ଯାତ୍ରା ମଧ୍ଯେ ନିରବତା
ଅନନ୍ତ ଅଳସ ଭାଙ୍ଗୁଥିଲା ସେଦିନ ।
ଶ୍ରମିତ ସ୍ବପ୍ନ ର ମଧୁମାୟାରେ
ଗହନ ବିପିନିର ତରୁଛାୟାରେ
ପଥିକ ନିଦ୍ରିତ ସ୍ମୃତି ରେ କିଏ
ଏହି ବିହାଗର ତାନ ବଜାଏ ?
ଥିଲା ସତୃଷ୍ଣ ଦୃଷ୍ଟି ସମସ୍ତଙ୍କର
ଥାଇ ବଞ୍ଚାଇ କେବେଠୁଁ ବୁଲୁଛି
ମୋର ଆଶା ଆହ ! ପାଗଳୀ
ତୁ ହରାଇଲୁ ସକଳ କଉଡୀ ।
ଚଢି ମୋ ଜୀବନରଥ ପରେ
ପ୍ରଳୟ ଚଳୁଅଛି ନିଜ ପଥେ
ମୁଁ ନିଜ ଦୁର୍ବଳ ପଦ-ବଳେ
ତା ସହ ନିତି ପରାଜୟର
କେତେ ବାଜୀ ଲଗାଏ ।।
ଫେରେଇନିଅ ତୁମ ବକସୀସ୍
ମୋ ଆତ୍ମା ଧନରେ ବିକ୍ରୀ ହୁଏନି
ବିଶ୍ବ ! ନ ସମ୍ଭାଳି ପାରିବି ମୁଁ
ହରାଇ ନିଜେ ନିଜର ନିଜତ୍ବ କୁ
ଛାଡିଛି ନିଜ ଇଜ୍ଜତ ମହତ୍ ଯିଏ
ମନରେ ତା'ର ଲଜ୍ଯା ଯମା ନଥାଏ ।
=> ଗୋପାଳ ପ୍ରସାଦ ବ୍ଯାସଙ୍କର ଏକ କବିତାର ଭାବାନୁବାଦ କରୁ କରୁ
କବିତାର ଏତାଦ୍ଦୃଶ ସ୍ବରୂପ ହେଲା ।
କବିତାଟି ଲେଖି ମଧ୍ଯ ମୁଁ ତାହା ପ୍ରତି ସନ୍ତୁଷ୍ଟ ନୁହେଁ ।
ମୁଁ ଏହା ଠାରୁ ଆହୁରି ଉତ୍କୃଷ୍ଟ ଲେଖିବାକୁ ଚେଷ୍ଟା କରିଥିଲି କିନ୍ତୁ ବିଫଳ ହେଲି ।
No comments:
Post a Comment