Wednesday, February 8, 2017

ନିମକହାରାମ

ବାବୁ ଙ୍କ ମନରେ ଭରା କେତେ ଅଭିମାନ
ଲିପି ଏକା ଶବ୍ଦ ଏକା ଭାଷା କିନ୍ତୁ ଭିନ୍ନ....

ପ୍ରତିଦିନ ଲଢିଥାନ୍ତି ନିଜ ଭାଇଙ୍କ ସଙ୍ଗତେ
ଘର ପଛେ ଭାଙ୍ଗୁ ତାଙ୍କ ଯାଏ ଆସେ କେତେ....

ଏ ଘର ଗଢିବା କାଳେ ମିଶି ଲଢିଥିଲ
ଯୁଗ କଣ ବଦଳିଲା ସବୁ ଭୂଲିଗଲ ....

ଭାଷା ନାମେ ମାଗୁଛ ଯେ ନୂଆ ଘର ଖଣ୍ଡେ
ଭାଇ କୁ ଛାଡି ଭଗାରି ହୋଇବ କି ସତେ

ରହି କି ପାରିବ ତୁମେ ପର ଲୋକଙ୍କ ସହିତ
ଭାଷା ଲୋପକରିବାରେ ସେ ଯେ ସିଦ୍ଧହସ୍ତ

ପୂର୍ବାଞ୍ଚଳେ ଥିଲା ଆଗେ କେତେ ଲୋକଭାଷା
ସବୁ ଏବେ ଲୁପ୍ତ ସିଏ ଭୋଗନ୍ତି ଦୁର୍ଦ୍ଦଶା

ତୁମେ ପୁଣି ଲେଖିଲଣି ଦେବନାଗରୀ ଲିପିରେ
ନିଜଘରେ ତୁଣ ନାହିଁ ଯାଅ ପରକୁ ମାଗିରେ

ଭାଷା ଯେ ସତରେ ମାତୃଭୂମି କଣ୍ଠସ୍ବର
ଲିପି ପୁଣି ସଂସାର ରେ ସ୍ବରୂପ ତାହାର

ନିଜ ଭାଷା ନିଜ ଲିପି ଯେ ତ୍ୟାଗ କରେ
ଜଗତ ଯାକରେ ନିମକହାରାମ ବୋଲାଏ

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...